• SCHOOL BOARDS
  • BSE/CHSE ODISHA
  • CLASS 10
  • POLITICAL SCIENCE
  • ଦ୍ଵିତୀୟ ଅଧ୍ୟାୟ - ଭାରତରେ ଗଣତନ୍ତ୍ର : ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Bharatare Ganatantra : Nirbachana Prakriya Nirbachana Ayogo : Political Science 2nd Unit - 2nd Chapter- Odia Medium Class 10th - Notes

ଦ୍ଵିତୀୟ ଅଧ୍ୟାୟ - ଭାରତରେ ଗଣତନ୍ତ୍ର : ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Bharatare Ganatantra : Nirbachana Prakriya Nirbachana Ayogo : Political Science 2nd Unit - 2nd Chapter- Odia Medium Class 10th - Notes

Language : English

ଦ୍ଵିତୀୟ ଅଧ୍ୟାୟ : ଭାରତରେ ଗଣତନ୍ତ୍ର : ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ : Democracy In India : Election Process And Election Commission  : BSE Odisha Board Odia Medium 10th Class Political Science Notes  Chapter 2 


ଦ୍ଵିତୀୟ ଅଧ୍ୟାୟ 

ଭାରତରେ ଗଣତନ୍ତ୍ର 

ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ଗଣତନ୍ତ୍ର

  • ଆମ ଭାରତରେ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଛି |
  • ଭାରତ ସ୍ଵାଧୀନତା ଲାଭ କଲା ପରେ ଦେଶରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହେଲା |
  • ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ |
  • ଏହି ବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶ ଗ୍ରହଣ କରନ୍ତି |


  • ଗଣତନ୍ତ୍ରରେ ନାଗରିକ ମାନେ ସ୍ଵାଧୀନ ଭାବରେ ନିଜର ମତାମତ ରଖିଥାନ୍ତି |
  • (ଆବ୍ରାହମ୍ ଲିଙ୍କନ୍ କହିଥିଲେ ଯେ “ଗଣତନ୍ତ୍ର ହେଉଛି ଲୋକମାନଙ୍କର,ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ” |
  • ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ |
  • ଆମ ସମ୍ବିଧାନର 326 ଧାରାରେ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ବିଷୟରେ ଉଲ୍ଲେଖ ରହିଛି |
  • ଆମଦେଶରେ ଲୋକସଭା , ପ୍ରତ୍ୟେକ ରାଜ୍ୟ ବିଧାନ ସଭା ଓ ସ୍ଵାୟତ୍ତ ଶାସନ ନିର୍ବାଚନ ବ୍ୟବସ୍ଥା (ସହରାଞ୍ଚଳ ଓ ଗ୍ରାମାଞ୍ଚଳ) ପୁନର୍ଗଠନ ପାଇଁ ପ୍ରତି ପାଞ୍ଚ ବର୍ଷରେ ଠାରେ ନିର୍ବାଚନ କାରାଯିବାର ବ୍ୟବସ୍ଥା ରହିଛି |

ନିର୍ବାଚନ ପ୍ରକାର ଭେଦ

ନିର୍ବାଚନ ମୁଖ୍ୟତଃ ଦୁଇ ପ୍ରକାରର:- ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ 

ପ୍ରତ୍ୟକ୍ଷ ନିର୍ବାଚନ

  • ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ମତଦାନ କରିଥାନ୍ତି ଏବଂ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି |
  • ଆମ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ସଦସ୍ୟ, ସହରାଞ୍ଚଳ ସ୍ଵାୟତ୍ତ ଶାସନ ସଂସ୍ଥାର ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗ୍ରାମାଞ୍ଚଳ ସ୍ଵାୟତ୍ତ ଶାସନ ର ଗ୍ରାମପଞ୍ଚାୟତ, ପଞ୍ଚୟାତ ସମିତି ଓ ଜିଲ୍ଲାପରିଷଦ ସଦସ୍ୟ ବା ପ୍ରତିନିଧି ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କରାଯାଏ |


  • ଆମ ଦେଶକୁ ୫୪୩ ଗୋଟି ଏକ – ସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି ଏବଂ ଆମ ରାଜ୍ୟରେ ୧୪୭ ଟି ବିଧାନସଭା ଆସନ ରହିଛି |
  • ପ୍ରତ୍ୟକ୍ଷ ନିର୍ବାଚନକୁ ଦୁଇଭାଗରେ ବିଭକ୍ତ କରାଯାଇଛି |ସେଗୁଡିକ ହେଲା - ଉପ - ନିର୍ବାଚନ ଓ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ |
  • ଉପ - ନିର୍ବାଚନ – କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ, ସେହି ଶୂନ୍ୟ ପଡିଥିବା ସଦସ୍ୟ ପଦ ପୂରଣ ପାଇଁ ଉପ – ନିର୍ବାଚନ କରାଯାଏ |
  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ - ଯଦି ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ଵାଭାବିକ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭାଙ୍ଗିଯାଏ,ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଏ |

ପରୋକ୍ଷ ନିର୍ବାଚନ 

  • ପରୋକ୍ଷ ନିର୍ବାଚନରେ ନିର୍ବାଚିତ ଲୋକ ପ୍ରତିନିଧି ସଭାର ସଦସ୍ୟମାନେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି,ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟ ମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥାନ୍ତି |
  • ସଂସଦର ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା)ର ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ “ନିର୍ବାଚନ ମଣ୍ଡଳୀ” ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି |
  • କେବଳ ଲୋକସଭା ଓ ରାଜ୍ୟସଭାର ସାଂସାଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି |
  • ପ୍ରତ୍ୟକ ରାଜ୍ୟ ବିଧାନସଭାର ବିଧାୟକମାନେ ନିଜ ରାଜ୍ୟରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ରାଜ୍ୟସଭା ସଦସ୍ୟମାନଙ୍କୁ ନିର୍ବାଚିତ କରନ୍ତି |
  • ରାଜ୍ୟ ବିଧାନ ପରିଷଦର ଏକ ତୃତୀୟାଂଶ ସଦସ୍ୟ ରାଜ୍ୟ ବିଧାନସଭାର ସଦସ୍ୟ ଦ୍ୱାରା ନିର୍ବାଚିତ ହୁଅନ୍ତି |
  • ସମ୍ବିଧାନର ଧାରା – ୭୧ ଅନୁସାରେ ରାଷ୍ଟ୍ରପତି ଓ ଉପ – ରାଷ୍ଟ୍ରପତିଙ୍କ ନିର୍ବାଚିତ ସମ୍ପର୍କିତ ମୋକଦ୍ଦମାର ବିଚାର ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇପାରିବ |

ଭାରତରେ ପ୍ରଚଳିତ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ୱ :-

  • ଆମ ସମ୍ବିଧାନର ୩୨୬ ଧାରାରେ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ବିଷୟରେ ଉଲ୍ଲେଖ ରହିଛି |


  • ନିର୍ବାଚନ ଆୟୋଗ ସଂପ୍ରତି ନିର୍ବାଚନରେ ମତଦାନ କରିବା ପାଇଁ “ଇଲେକ୍ଟ୍ରୋନିକ ମତଦାନ ଯନ୍ତ୍ର”(ଇ.ଭି.ଏମ୍ )ଏବଂ ସ୍ଵାୟତ୍ତ ଶାସନ ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା “ବ୍ୟାଲେଟ୍ ପେପର” ମାଧ୍ୟମରେ କରାଯାଉଛି |
  • ସମ୍ବିଧାନର ୩୩୦ ଧାରା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଲୋକସଭାରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି ଓ ଧାରା ୩୩୨ ଧାରା ଅନୁଯାୟୀ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି |
  • ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନରେ ଅନୁସୂଚିତ ଜାତି ଓ ଜନଜାତି ତଥା ମହିଳାଙ୍କ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଵାୟତ୍ତ ଶାସନରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି |
  • ବର୍ତ୍ତମାନ ଲୋକସଭାରେ ୭୯ ଟି ଆସନ ଓ ୪୧ ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି | ଓଡ଼ିଶା ବିଧାନସଭାର ୧୪୭ ଟି ଆସନରୁ ୨୪ ଆସନ ଅନୁସୂଚିତ ଜାତି ଓ ୩୨ଟି ଆସନ ଜନଜାତି ପାଇଁ ସଂରକ୍ଷିତ ରହିଛି |ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି |
  • ପ୍ରତ୍ୟେକ ନିର୍ବାଚିତ ବିଜୟୀ ପ୍ରାର୍ଥୀଙ୍କୁ “ସ୍ୱୀକୃତି ପତ୍ର” ରିଟର୍ଣ୍ଣିଂ ଅଫିସର ପ୍ରଦାନ କରନ୍ତି |
  • ଲୋକସଭା ନିର୍ବାଚନ ବ୍ୟବସ୍ଥାରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତି ଏବଂ ରାଜ୍ୟ ବିଧାନସଭାରେ ଉପ – ଜିଲ୍ଲାପାଳଙ୍କୁ ସଂପୃକ୍ତ ଉପଖଣ୍ଡ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଏ |
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନାର ଦାୟିତ୍ଵ ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ କରାଯାଇଛି |
  • ନିର୍ବାଚନ ଆୟୋଗ ସଂସଦ ଓ ରାଜ୍ୟ ବିଧାନସଭାର ସଦସ୍ୟ ପାଦ ପାଇଁ ଏବଂ ରାଷ୍ଟ୍ରପତି ଓ ଉପ – ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପରିଚାଳନା କରିଥାଏ |  
  • ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ରାଜ୍ୟ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ୧୦ ଲକ୍ଷ ସ୍ଥିର କରାଯାଇଛି |

ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ

  • ଜନସଂଖ୍ୟା ବୃଦ୍ଧିକୁ ଆଧାରକରି ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରିତ ହୋଇଥାଏ | ପ୍ରତ୍ୟେକ ଜନଗଣନା ପରେ ଏହି କାର୍ଯ୍ୟ “ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରିତ ଆୟୋଗ” ଦ୍ୱାରା ସ୍ଥିର ହୋଇଥାଏ |
  • ଦେବଗଡ ଜିଲ୍ଲାରେ ଗୋଟିଏ ମାତ୍ର ବିଧାନସଭା ମଣ୍ଡଳୀ ରହିଛି ଏବଂ ଗଞ୍ଜାମରେ ସର୍ବାଧିକ (୧୩) ବିଧାନସଭା ମଣ୍ଡଳୀ ବ୍ୟବସ୍ଥା ରହିଛି |
  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାର ବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଦିନ ଘୋଷଣା କରନ୍ତି | ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଦିନ ଘୋଷଣା କରନ୍ତି |
  • ପ୍ରାର୍ଥୀଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ ତାରିଖ, ଯାଞ୍ଚ ଏବଂ ପ୍ରତ୍ୟାହାର , ମତଦାନ, ମତଦାନ ଘୋଷଣା ନିର୍ବାଚନ ଆୟୋଗ ଘୋଷଣା କରନ୍ତି |
  • ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ରିଟର୍ଣ୍ଣିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରିଥାନ୍ତି |
  • ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡ଼ିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ନିଯୁକ୍ତ କରାଯାଏ |ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରତି ରାଜ୍ୟରେ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ “ ମୁଖ୍ୟ ନିର୍ବାଚନ ଅଧିକାରୀ” ଭାବରେ ନିଯୁକ୍ତ ହୁଅନ୍ତି |
  • ଜଣେ ପ୍ରାର୍ଥୀଙ୍କୁ ଯଦି ତାଙ୍କର ନିର୍ବାଚନ ମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତ ଏକ – ଷଷ୍ଠାଂଶ ସମର୍ଥନ ନ ମିଳେ, ତେବେ ସେ ଦାଖଲ କରିଥିବା ଅମାନତ ରାଶି ହରାଇ ଥାନ୍ତି |
  • ଲୋକ ପ୍ରତିନିଧି ଆଇନର ବ୍ୟବସ୍ଥା ଅନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାର ମୋକଦ୍ଦମାର ବିଚାର ପ୍ରଥମେ ରାଜ୍ୟ ଉଚ୍ଚନ୍ୟାୟାଳୟରେ ଓ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କରାଯିବ |
  • ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଙ୍କେତ ପ୍ରଦାନ କରନ୍ତି |
  • ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଆୟୋଗ ପ୍ରାର୍ଥୀ ନିଜେ ଚୟନ କରିଥିବା ନିର୍ବାଚନ ସଙ୍କେତ ପ୍ରଦାନ କରିଥାନ୍ତି |
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ | ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ |
  • ଦୁଇଟି ମତଦାନ କେନ୍ଦ୍ର ମଧ୍ୟରେ ଦୂରତା ପ୍ରାୟ ଏକ କିଲୋମିଟରରୁ କମ୍ ଥାଏ ଓ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୭୦୦ ରୁ ୮୦୦ ମତଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥାଏ |
  • ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ମଧ୍ୟରେ ଦୂରତା କୌଣସି ପ୍ରକାର ନିର୍ବାଚନ ପ୍ରଚାର ନିଷିଦ୍ଧ |
  • ପ୍ରତ୍ୟେକ ମତଦାନ କେନ୍ଦ୍ରରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ଜଣେ ପ୍ରିଜାଇଡ଼ିଂ ଅଫିସର ଓ ଏକାଧିକ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି |

ନିର୍ବାଚନ ଆୟୋଗ

  • ଆମ ସମ୍ବିଧାନର ୩୨୪ ଧାରାରେ ଏକ ତିନି – ସଦସ୍ୟ ବିଶିଷ୍ଠ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି |
  • ଏହି ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ରାଷ୍ଟ୍ରପତି ଦ୍ୱାରା ନିଯୁକ୍ତ ହୁଅନ୍ତି | (କେତେଜଣ ଆୟୁକ୍ତ ରହିବେ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥାନ୍ତି)
  • ୧୯୮୯ ପରେ ନିର୍ବାଚନ ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇଜଣ ଆୟୁକ୍ତଙ୍କୁ ନିଯୁକ୍ତି ଦିଆଯାଇଛି | (ନିର୍ବାଚନ ଆୟୁକ୍ତ ୬ ବର୍ଷ ପାଇଁ ବା ସର୍ବାଧିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ରହିପାରିବେ) |
  • ସଂସଦର ପ୍ରତ୍ୟେକ ସଦନର ସ୍ଵତନ୍ତ୍ର ସଂଖ୍ୟା ଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୋଇପାରିବେ |
  • ଭାରତ ସମ୍ବିଧାନର ଧାରା ୩୨୪ ରୁ ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟବଳୀ ସମ୍ପର୍କରେ ସୂଚନା ରହିଛି |
  • ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ତିନି ଜଣ ପର୍ଯ୍ୟବେକ୍ଷକ ଓ ଜଣେ ଲେଖାଏଁ ଅଫିସର ନିଯୁକ୍ତ କରନ୍ତି |
  • ନିର୍ବାଚନ ଆୟୋଗ ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କରନ୍ତି |

ରାଜ୍ୟ ନିର୍ବାଚନ ଆୟୋଗ

  • ସମ୍ବିଧାନର ୭୩ ତମ ସମ୍ବିଧାନ ସଂଶୋଧନ ଆଇନ (୧୯୯୨)ରେ କୁହାଯାଇଛି ଯେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ତଥା ପୌରସଂସ୍ଥା ମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ ହୋଇଛି |
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ ସର୍ତ୍ତାବଳୀ ରାଜ୍ୟପାଳ ଓ ସେହି ରାଜ୍ୟର ବିଧାନମଣ୍ଡଳ ଦ୍ୱାରା ପ୍ରଣିତ ଆଇନକୁ ନଜରରେ ରଖି ନିରୂପଣ କରନ୍ତି |( ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ବୟସ ସୀମା ୬୨ ବର୍ଷ)
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁରୋଧ କ୍ରମେ, ରାଜ୍ୟପାଳ ନିର୍ବାଚନ ଆୟୋଗର ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଅନ୍ତି |
  • ସମ୍ବିଧାନର ୭୪ ତମ ସମ୍ବିଧାନ ସଂଶୋଧନ ଆଇନ (୧୯୯୨)ରେ କୁହାଯାଇଛି ଯେ ସହରାଞ୍ଚଳ ପୌରପାଳିକା, ନଗର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ ହୋଇଛି |
  • ରାଜ୍ୟର ସର୍ବାଧିକ ସଦସ୍ୟ ସଂଖ୍ୟା – ୨୫୦ , ୨୩୮ ଜଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ସାହିତ୍ୟ , କଳା, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନିତ ହୁଅନ୍ତି |(ବର୍ତ୍ତମାନ ରାଜ୍ୟରେ ୨୩୩ ଓ ୧୨ ମନୋନିତ ସାଂସଦ ସଂଖ୍ୟା) 
Ratings
No reviews yet, be the first one to review the product.
Click to send whatsapp message
Copywrite 2025 LRNR