Jatiya Dhwaja Ama Udai Farfar ଜାତୀୟ ଧ୍ଵଜା ଆମ ଉଡ଼ଇ ଫରଫର Class 5 Odia Chapter 1

Language : Odia

Jatiya Dhwaja Ama Udai Farfar -  ଜାତୀୟ ଧ୍ଵଜା ଆମ ଉଡ଼ଇ ଫରଫର -  BSE Odisha Board Odia Medium Class 5 Subject Odia Chapter 1 | MIL Class 5 Chapter 1 | Sahitya Kusuma Class 5 Chapter 1 | LRNR Classes | Soumya Madam

ଜାତୀୟ ଧ୍ଵଜା ଆମ ଉଡ଼ଇ ଫରଫର

୧. କ) ଆମ ଦେଶ ପରାଧୀନ ଥିବାବେଳେ କ’ଣ ଅସୁବିଧା ହେଉଥିଲା ?

ଉ – ଆମ ଦେଶ ପରାଧୀନ ଥିବାବେଳେ ଆମେ ଅନେକ କ୍ଲେଶ ଓ ଯାତନା ଭୋଗିଥିଲୁ | ବିଦେଶୀମାନଙ୍କ ଅତ୍ୟାଚାର ସହି ଅତି ଦୁଃଖରେ ଦିନ କାଟୁଥିଲୁ | ତେଣୁ ଆମ ଦେଶର ଉନ୍ନତି ହୋଇପାରୁନଥିଲା |

ଖ) ଦେଶ ସ୍ଵାଧୀନ ହେବା  ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି ?

ଉ – କବିତାରେ କୁହାଯାଇଛି ଯେ ଦେଶ ସ୍ଵାଧୀନ ହେବା ପରେ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରି ଉନ୍ନତି ପଥର ଯାତ୍ରୀ ହେବୁ | ଆମ ଦେଶରେ କେହି ଯେପରି ଭୋକରେ ନ ରହିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବୁ | ସମସ୍ତଙ୍କ ହିତପାଇଁ କାମକରିବୁ ଓ ଜାତିର ଗୌରବ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେବୁ | ଦେଶ ସେବାକୁ ଆମ ଜୀବନର ବ୍ରତ ରୂପେ ଗ୍ରହଣ କରିବୁ |

ଗ) ଜାତିର ଟେକ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡିବ ?

ଉ – ଜାତିର ଟେକ ରଖିବା ଆମେ ସବୁ ଭେଦଭାବ ଭୁଲି ସମସ୍ତଙ୍କର ମଙ୍ଗଳ ପାଇଁ କାମ କରିବା | ଆମ ଦେଶରେ ଯେପରି କେହି ଭୋକିଲା ନ ରହନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହିତ ଦେଶ ପ୍ରେମର ବହ୍ନି ହୃଦୟରେ ଜାଳିବା | ସ୍ଵଦେଶ ସେବାକୁ ନିଜ ଜୀବନର ବ୍ରତ କରିବା ନିଜ ପ୍ରାଣଭଳି ଦେଇ ଦେଶ ଓ ଜାତିର ମହତ ରଖିବା |

ଘ) ଦେଶର ଉନ୍ନତି କେଉଁ କେଉଁ କାମ ସ୍ଵାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି ?

ଉ – ଦେଶର ଉନ୍ନତି ପାଇଁ ଆମେ ଆମ କର୍ତ୍ତବ୍ୟ ସମ୍ପାଦନ କରିବା | ଛୁଆଁ ଅଛୁଆଁ ଭେଦଭାବ ଭୁଲି ଏକମନ ଏକପ୍ରାଣ ହୋଇ ଦେଶର ପ୍ରଗତି ପାଇଁ କାମ କରିବା | ଦେଶରେ ଅନେକ କଳକାରଖାନା ସ୍ଥାପନ କରିବା ଯାହା ଫଳରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ ହେବା ସହ ଅନେକ କାରିଗର ସୃଷ୍ଟି ହେବେ | ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆମେ ସମସ୍ତଙ୍କୁ ଟପିଯିବାକୁ ଉଦ୍ୟମ କରିବା |

ଙ) ଆମେ କାହିଁକି ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ?

ଉ – ଆମର ପୂର୍ବପୁରୁଷମାନେ ମହାନ ବୀର ଥିଲେ | ଆମେ ସେହି ବୀର ଜାତିର ଦାୟାଦ | ତେଣୁ ଆମେ ଯେଉଁ କଥା କହିବୁ ତାହା ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିବୁ | ଆମେ କେବେହେଲେ କାହା ନିକଟରେ ମଥା ଅବନତ କରିବୁ ନାହିଁ | ଆମେ ସର୍ବଦା ମଥା ଉତ୍ତୋଳନ କରି ଅଗ୍ରଗତି କରି ଚାଲିବୁ |

୨. କ) କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି ?

ଉ – କଥାକୁ  ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି |

ଖ) ସ୍ଵାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି ?

ଉ – ସ୍ଵାଧୀନ ଭାରତର ଶିଶୁମାନେ ସ୍ଵର୍ଗର ସୁନ୍ଦରତାକୁ ମର୍ତ୍ତ୍ୟପୁରୀକୁ ନେଇ ଆସି ପାରିବେ ବୋଲି କବି କହିଛନ୍ତି |

ଗ) କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି ?

ଉ – ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି |

ଘ) କେଉଁମାନେ  ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି ?

ଉ – ଭାରତବାସୀଙ୍କ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି |

ଙ) ଦେଶରେ କଳକାରଖାନା ଗଢି ଉଠିଲେ ଆମର କ’ଣ ସୁବିଧା ହେବ ?

ଉ – ଦେଶରେ କାଳକରାକାହ୍ନା ଗଢିଉଠିଲେ ଆମ ଦେଶରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହେବ ଓ ଅସଂଖ୍ୟ କାରିଗର ସୃଷ୍ଟି ହେବେ, ଦେଶରୁ ବେକାରି ଦୂର ହେବ |

୩. କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା |

କ) ସେ ସମୟରେ କଷ୍ଟ ଭୋଗୁଥିଲୁ ?

ଉ : ସେ ମନ୍ଦେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ |

ଖ) ଦେଶ ସେବାକୁ ଜୀବନର ବ୍ରତ କରିବା |

ଉ : ସ୍ଵଦେଶ ସେବା ବ୍ରତ କରିବୁ ଜୀବନର |

ଗ) ସମସ୍ତଙ୍କ ପାଇଁ ଭଲ କାମ କରିବା |

ଉ : ସଭିଙ୍କ ହିତ ପାଇଁ କରିବୁ ଆମ କାମ

ଘ) ବହୁ ଜିନିଷ ସୃଷ୍ଟି ହେବ |

ଉ : ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ  ନାନା

ଙ. ଯାହା କହିବୁ ତାହାପ୍ରାଣ ଦେଇ କରିବୁ |

ଉ : କରିବୁ ପ୍ରାଣଦେଇ କହିବୁ ଯେଉଁ କଥା |

୪. “ଧ୍ଵଜା” ସହିତ ଯେପରି “ଫରଫର” ର ସମ୍ପର୍କ ଅଛି, ତଳେ ଦିଆ ଯାଇଥିବା ଶବଦଗୁଡିକ ସହିତ ଯାହାର ସମ୍ପର୍କ ଅଛି ତାହାକୁ ସେହିଶବ୍ଦ ପାଖରେ ଲେଖିବା |

କ) ଝରଣା – ଉ – କଳକଳ

ଖ) ଓଦା – ଉ –ସରସର

ଗ) ରାଗ – ଉ –ଗରଗର

ଘ)ଗଲି – ଉ – ତରତର

ଙ) ଶୀତ  - ଉ – ଥରଥର

୫.  କ) ତଳେ କବିତାରେ ଥିବା କେତେକ ଶବ୍ଦ ଦିଆଯାଇଛି , ସେଗୁଡିକ ପୂର୍ବରୁ ଉପଯୁକ୍ତ ଗୋଟିଏ ଲେଖାଏଁ ଶବ୍ଦ ଯୋଡିବା |

   ବିଦେଶୀ ଶାସନ   ଜାତୀୟ ଧ୍ଵଜା

   କର୍ତ୍ତବ୍ୟ ପଥ         ଅସଂଖ୍ୟ କାରିଗର

ଖ) ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି , ସେଗୁଡ଼ିକର ପରେ ଉପଯୁକ୍ତ ଗୋଟିଏ ଲେଖା ଶବ୍ଦ ଯୋଡିବା |

  ସ୍ଵଦେଶ ସେବା

  ଜାତିବୀର   ମଥା

୬) ଯେପରି ‘ ବିଦେଶୀ’ ପାଇଁ ‘ସ୍ଵଦେଶୀ’ ସେହିପରି ନିମ୍ନରେ ଦିଆଯାଇଥିବା ଶବ୍ଦ ଗୁଡିକ ପାଇଁ କ’ଣ ହେବ ଲେଖ |

ସ୍ଵାଧୀନ  ପରାଧୀନ , ଭଲ ମନ୍ଦ , ପର ଆପଣା , ହିତ  ଅହିତ , ବୀର   ଭୀର

୭. ଯେପରି ‘କର୍ତ୍ତବ୍ୟ’ ଶବ୍ଦ ସହ ‘ପଥ’ ଶବ୍ଦ ମିଶି ‘କର୍ତ୍ତବ୍ୟ ପଥ’ ହୋଇଛି , ସେହିପରି ତଳେ ଦିଆଯାଇଥିବା ଶବ୍ଦ ମାନଙ୍କ ମଧ୍ୟରୁ ଯେଉଁ ଶବ୍ଦରେ ‘ପଥ’  ଯୋଗ କରି ନୂଆ ଶବ୍ଦ ଗଢି ସେଗୁଡିକୁ ଲେଖ |

ସତ୍ୟ , ଟେକ , ଧର୍ମ , ଗତି , ଛାୟା , ଦ୍ରବ୍ୟ , କର୍ମ , ପ୍ରାଣ , ଜ୍ଞାନ

ଉ – ସତ୍ୟପଥ , ଧର୍ମପଥ , ଗତିପଥ , ଛାୟାପଥ , କର୍ମପଥ , ଜ୍ଞାନପଥ

୮. ପତାକାର ଆଉ କେତୋଟି ପ୍ରତିଶବ୍ଦ ଲେଖିବା |

ଉ – ଝଣ୍ଡା , କେତନ , ବାନା , ନିଶାଣ

୯. ଯେପରି ‘ଶାସନ’ ରୁ ‘ଶାସିତ’ ‘ବଳ’ ରୁ ‘ବଳୀୟ’ ହୋଇଛି ସେପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କର ନୂଆରୁପ ଲେଖିବା |

ଉ –

ଉତ୍ପାଦନ   - ଉତ୍ପାଦିତ

ନାମ - ନାମିତ

ଜାତି  - ଜାତୀୟ

ବିଦେଶ   -   ବିଦେଶୀ

ଜୀବନ -   ଜୀବିତ

୧୦. ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି ସେଶବ୍ଦ ଦୁହିଁଙ୍କୁ ମିଳାଇ ଯେଉଁ ନୂଆ ପଦଟି ହେଉଛି ତାକୁ ‘ଗ’ ସ୍ତମ୍ଭରେ ଲେଖିବା |

(କ)              (ଖ)               (ଗ)

କାମ           ଖରଖର        କାମତରତର

ଲୁହ            ଗରଗର        ଲୁହଝରଝର

ରାଗ           ଝରଝର       ରାଗଗରଗର

ବଚନ         ତରତର        ବଚନ ଖରଖର

ପତାକା        ଫରଫର      ପତାକା ଫରଫର

ଓଦା           ସରସର         ଓଦା ସରସର

 

 

 

 

 

 

Ratings
No reviews yet, be the first one to review the product.
Click to send whatsapp message
Copywrite 2025 LRNR