Itihasa Bishyare Dharana ଇତିହାସ ବିଷୟରେ ଧାରଣା Class 6 chapter 1

Language : Odia

ପ୍ରଥମ ଅଧ୍ୟାୟ

ଇତିହାସ ବିଷୟରେ ଧାରଣା

ଇତିହାସ କହିଲେ କ’ଣ ବୁଝାଯାଏ ?

  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା |  ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା | ବର୍ତ୍ତମାନ ପୃଥିବୀ ପୃଷ୍ଠରେ ନୃ – ବାନର ଜାତିର ଗିବନ , ଓରାଙ୍ଗଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି | ଗରିଲା ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ଏବଂ ସିମ୍ପାଞ୍ଜିର  ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ |  
  • ମନୁଷ୍ୟମାନଙ୍କର ସଂସ୍କୃତି, ସାମାଜିକ ରୀତିନୀତି, ଅସ୍ତ୍ରଶସ୍ତ୍ର ତିଆରି, କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ଉପାଦାନ ଦେଇ ମନୁଷ୍ୟର ଏହି ଅତି ପ୍ରାଚୀନ ସଂସ୍କୃତି ଆଗକୁ ଆଗକୁ ଗତି କରିଛି | ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତିର ହେଉଛି ଇତିହାସ |
  • ଇତିହାସକୁ ଇଂରାଜୀରେ History କୁହାଯାଏ | ହିଷ୍ଟ୍ରି ଶବ୍ଦଟି ଗ୍ରୀକ୍ ଶବ୍ଦ “ହିଷ୍ଟୋ”(Histo)ରୁ ଆସିଛି | ଏହାର ଅର୍ଥ ହେଉଛି ର୍ଥ ଅତୀତ ବିଷୟରେ ଜାଣିବା | ଅନ୍ୟ ଅର୍ଥରେ “ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ |”

ଇତିହାସ ପଠନର ଉପାଦେୟତା :

  • ଇତିହାସ ପଢିବା ଦ୍ଵାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାଗୁଡିକୁ ଜାଣିପାରୁ |
  • ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ | ଅତୀତକୁ ଜାଣିଲେ ଆମେ ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା |
  • ଅତୀତରେ ମନୁଷ୍ୟ ସୁଖ ଶାନ୍ତିରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରୁଥିଲା, ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ  ଦରକାରୀ ହୋଇପାରେ | ଅତୀତର ସେହି ଉପାୟମାନଙ୍କମଧ୍ୟରୁ ଦରକାରିଗୁଡିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ |
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟଗଠନ, ଶାସନପ୍ରଣାଳୀ ଆଦି ବିଷୟରେ ଜାଣି ସେଥିରୁ ଆମ ପାଇଁ ଯେଉଁ ଗୁଡିକ ଦରକାରୀ ସେଗୁଡିକ ଗ୍ରହଣ କରିବା |
  • ଅତୀତରେ ଥିବା ଅନେକ କୁପ୍ରଥା ଓ ଅନ୍ଧ ବିଶ୍ଵାସ ଆଦି ଆମ ସମାଜରେ ପ୍ରଚଳିତ | ଇତିହାସ ପଢିବା ଦ୍ଵାରା ସେଗୁଡ଼ିକର କେବେ, କାହିଁକି ଓ କିପରି ସୃଷ୍ଟି ହୋଇଥିଲା , ତାହା ଆମେ ଜାଣିପାରିବା ଏବଂ ବର୍ତ୍ତମାନ ଯୁଗରେ ଯେଉଁଗୁଡିକ ଗ୍ରହଣଯୋଗ୍ୟ ନୁହେଁ , ତାହା ଆମେ ବୁଝିପାରିବା | କିଛି ଆବଶ୍ୟକୀୟ ପରିବର୍ତ୍ତନ ସହିତ ବର୍ତ୍ତମାନ ପରିସ୍ଥିତିକୁ ମେଳ କରିବା ପାଇଁ ଚେଷ୍ଟା କରିବା | ତେଣୁ ଇତିହାସ ପଢିବା ଆମ ପାଇଁ ନିହାତି ଆବଶ୍ୟକ |

ଇତିହାସ ଆଧାରଗୁଡିକ କ’ଣ ?

  • ଇତିହାସ ପ୍ରମାଣ କରାଯାଇପାରୁଥିବା ତଥ୍ୟ ଉପରେ ଆଧାରିତ | ଏହି ଆଧାରଗୁଡିକୁ ଦୁଇଭାଗରେ ବିଭକ୍ତ କରାଯାଇଛି | ଯଥା :-  ପ୍ରତ୍ନତାତ୍ତ୍ଵିକ ଉପାଦାନ ଓ ସାହିତ୍ୟିକ ଉପାଦାନ  
  • ପ୍ରତ୍ନତାତ୍ତ୍ଵିକ ଉପାଦାନ– ଭାରତର ବିଭିନ୍ନ ସ୍ଥାନରେ ମାଟିତଳେ ଓ ମାଟି ଉପରେ ପ୍ରାଚୀନ ଯୁଗର ବିଭିନ୍ନ ଐତିହାସିକ ବସ୍ତୁ ଓ ଅବଶେଷ ଦେଖିବାକୁ ମିଳେ | ଏହି ପ୍ରତ୍ନତାତ୍ତ୍ଵିକ ଆଧାରଗୁଡିକୁ ଚାରିଭାଗରେ ବିଭକ୍ତ କରାଯାଇଛି - ଖୋଦିତ ଲେଖା ବା ଲିପି, କୀର୍ତ୍ତି ଓ କଳା କୃତି, ଭୌତିକ ଅବଶେଷ,ମୁଦ୍ରା

ଖୋଦିତ ଲେଖା ବା ଲିପି – 

  • ଅତୀତର ବିଭିନ୍ନ ଘଟଣା, ଶାସନପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଚଳଣି ଆଦି ତମ୍ବା ପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମାଟିର ଟାଇଲ୍ ଇଟା, ମନ୍ଦିର କାନ୍ଥ, ପଥର, ଗଛର ପତ୍ରଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା |
    ଓଡ଼ିଶାର ଭୁବନେଶ୍ଵର ନିକଟରେ ଧଉଳିପାହାଡ଼ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ ବାଇଶିଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ | ପୁନଶ୍ଚ ଇରାନ୍, ଇରାକ୍, ମିଶର, ଚୀନ, ଗ୍ରୀସ ତଥା ଭାରତର ବିଭିନ୍ନ ସ୍ଥାନରେ ଅତୀତରେ ଲେଖାମାନ ଦେଖିବାକୁ ମିଳେ

କୀର୍ତ୍ତି କଳାକୃତି :

  • ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି, ଯଥା – ମନ୍ଦିର, ଦୁର୍ଗ, ରାଜପ୍ରସାଦ, ସ୍ତୁପ ମଠ ଇତ୍ୟାଦି ଦେଖାଯାଏ |
  • ଏସବୁର ନିର୍ମାଣ ସମୟ ଓ ନିର୍ମାଣ କର୍ତ୍ତାଙ୍କ କୀର୍ତ୍ତିରୁ ଆମେ ସେହି ସମୟର ସାମାଜିକ, ସାଂସ୍କୃତିକ, ଧାର୍ମିକ ବୈଜ୍ଞାନିକ ଚିନ୍ତାଧାରା ବିଷୟରେ ଜାଣିପାରୁ |

ଭୌତିକ ଅବଶେଷ :

  • ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳୁଥିବା ମାଟିପାତ୍ର, ଧାତୁପାତ୍ର, ହାତହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତ୍ତି ଆଦି ଆମକୁ ବହୁ ତଥ୍ୟ ଯୋଗାଇଥାଏ |

ମୁଦ୍ରା :

  • ଇତିହାସ ଜାଣିବାରେ ପ୍ରାଚୀନ ମୁଦ୍ରା ବିଶେଷ ଭାବରେ ସାହାଯ୍ୟ କରିଥାଏ | ଏହା କେବେ କେଉଁ ଶାସକଙ୍କ ଦ୍ଵାରା ପ୍ରଚଳିତ ହୋଇଥିଲା, ସେହି ସମୟର ଅର୍ଥନୀତି, ବେପାର ବାଣିଜ୍ୟ ଓ ସାମ୍ରାଜ୍ୟର ବିସ୍ତୃତି ଆଦି କିପରି ଥିଲା , ତତ୍ ସମ୍ପର୍କିତ ଅନେକ ତଥ୍ୟ ପ୍ରାଚୀନ ମୁଦ୍ରାଗୁଡିକରୁ ମିଳିଥାଏ |

ସାହିତ୍ୟିକ ଆଧାର :

  • ଅତୀତର ବିଭିନ୍ନ ଘଟଣା ଜାଣିବାରେ ପୁରାତନ ସାହିତ୍ୟ ଆମକୁ ଅନେକ ସାହାଯ୍ୟ କରିଥାଏ | ଏହି ସାହିତ୍ୟିକ ଆଧାରଗୁଡିକୁ ତିନିଭାଗରେ ବିଭକ୍ତ କରାଯାଇଛି :- ଯଥା – ଧର୍ମ ସମ୍ବନ୍ଧୀୟ ସାହିତ୍ୟ, ଐହିକ ସାହିତ୍ୟ ଓ ପରିବ୍ରାଜକ  ବିବରଣୀ |
  • ଧର୍ମ ସମ୍ବନ୍ଧୀୟ ସାହିତ୍ୟ : 
  • ଯେଉଁ ସାହିତ୍ୟରେ ବିଶେଷ ଭାବରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ ସେଗୁଡିକୁ ଧର୍ମ ସମ୍ବନ୍ଧୀୟ ସାହିତ୍ୟ କୁହାଯାଏ | ଦେବ, ଉପନିଷଦ, ପୁରାଣ, ମହାଭାରତ ରାମାୟଣ ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି | ଏଗୁଡିକରୁ ଅତୀତର ଧର୍ମ, ସାମାଜିକ ବ୍ୟବସ୍ଥା ଏବଂ ରାଜନୈତିକ ଅବସ୍ଥା ବିଷୟରେ ଅନେକ ତଥ୍ୟ ମିଳିଥାଏ |

ଐହିକ ସାହିତ୍ୟ : 

  • ଧର୍ମ ସମ୍ବନ୍ଧୀୟ ସାହିତ୍ୟ ବ୍ୟତୀତ ପ୍ରାଚୀନ କାଳରେ ରଚିତ ସାହିତ୍ୟ ଗୁଡ଼ିକୁ ଐହିକ ସାହିତ୍ୟ କୁହାଯାଏ | ବିଭିନ୍ନ ଧର୍ମସୂତ୍ର ସ୍ତୁତି, ପାଣିନି ପତଞ୍ଜଳିଙ୍କ ଲିଖିତ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତ ଇତ୍ୟାଦି ଐହିକ ସାହିତ୍ୟ ଅଟେ |

ପରିବ୍ରାଜକ ବିବରଣୀ :

  • ପ୍ରାଚୀନ କାଳରେ ଅନେକ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣ ସମୟରେ ଭାରତ ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଯେଉଁ ଭ୍ରମଣ ବିବରଣୀ ଲେଖିଯାଇଛନ୍ତି ତାହା ବୈଦେଶିକ ବିବରଣୀ ରୂପେ ପରିଚିତ | ଏହି ସବୁ ବିବରଣୀଋ  ଇତିହାସ ବିଷୟରେ ଅନେକ ତଥ୍ୟ ଜଣାପଡ଼େ | ଏହିସବୁ ପରିବ୍ରାଜକମାନେ ହେଲେ ମେଗାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ୍‌-ଜାଙ୍ଗ୍, ଆଲ୍ବେରୁଣୀ ଓ ଇବନ୍ ବତୁତା ଆଦି ଅନ୍ୟତମ | ଏମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ ଜୁଆଙ୍ଗ୍‌-ଜାଙ୍ଗ୍ ଓଡ଼ିଶାକୁ ଆସିଥିଲେ |

ଇତିହାସର ଶ୍ରେଣୀବିଭାଗ :

  • ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଏ |
  • ପ୍ରାକ୍ –ଐତିହାସିକ ଯୁଗ
  • ଆଦ୍ୟ ଐତିହାସିକ ଯୁଗ
  • ଐତିହାସିକ ଯୁଗ

ପ୍ରାକ୍-ଐତିହାସିକ ଯୁଗ –  

  • ବହୁ ପୁରାତନ କାଳରେ ମଣିଷ ଯେତେବେଳେ ଲେଖାପଢା ଜାଣିନଥିଲା | ସେ ସମୟର ଘଟଣାବଳୀ ଲିଖିତ ଆକାରରେ ମିଳି ନଥାଏ | ତେଣୁ ସେ ସମୟକୁ ପ୍ରାକ୍-ଐତିହାସିକ ଯୁଗ କୁହାଯାଏ | ସେ ସମୟରେ ବ୍ୟବହୃତ ବିଭିନ୍ନ ପ୍ରକାରର ମାଟିପାତ୍ର, ଅଳଙ୍କାର, ହାତହତିଆର, ଅସ୍ଥି କଙ୍କାଳ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସଂପର୍କରେ ଅନେକ ତଥ୍ୟ ମିଳିଥାଏ | ଲୋକମାନେ ରହୁଥିବା ଗୁମ୍ଫାରେ ବିଭିନ୍ନ ପ୍ରକାର ଚିତ୍ର କରୁଥିଲେ |

ଆଦ୍ୟ ଐତିହାସିକ ଯୁଗ – 

  • ମନୁଷ୍ୟ ଲେଖାପଢା ଶିଖିବା ପରେ ବିଭିନ୍ନ ଘଟଣାକୁ ନିଜର ଲେଖାଦ୍ୱାରା ପ୍ରକାଶ କରିପାରିଲା | ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ | ଏହି ସମୟରେ ସିନ୍ଧୁ ନଦୀ କୂଳରେ ଏକ ସଭ୍ୟତା ଗଢି ଉଠିଥିଲା |

ଐତିହାସିକ ଯୁଗ – 

  • ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦିରେ ଲେଖିପାରିଲା | ଏହି ଲେଖାଗୁଡିକରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ବିଷୟରେ ଅନେକ ସୂଚନା ମିଳିଥାଏ | ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ |
  • ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ | ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ | ଭାରତର ଦକ୍ଷିଣ ଭାଗକୁ ତିନିଦିଗରୁ ସମୁଦ୍ର ଘେରି ରହିଛିତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ
  • ଆଫ୍ରିକା, ଅଷ୍ଟ୍ରେଲିଆ ୟୁରୋପଠାରୁ ଭାରତର ଦୂରତା ପ୍ରାୟ ସମାନ

ଭାରତର ପ୍ରାକୃତିକ ବିଭାଗ :

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଟି ଅଞ୍ଚଳରେ ବିଭକ୍ତ କରାଯାଇଛି | ଯଥା – ହିମାଳୟ ପାର୍ବତ୍ୟଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ, ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ, ପଶ୍ଚିମସ୍ଥ ମରୁଭୂମି |  ଏଗୁଡ଼ିକ ମଧ୍ୟରୁ କେନ୍ଦ୍ରସ୍ଥ ମାଳଭୂମି ବୃହତ୍ତମ ପ୍ରାକୃତିକ ଅଞ୍ଚଳ ପଶ୍ଚିମସ୍ଥ ମରୁଭୂମି କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ ଅଟେ |

ଭାରତର ପ୍ରାକୃତିକ ବୈଶିଷ୍ଟ୍ୟ :

  • ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି | ଭାରତର ଚାରିଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି | ସେଗୁଡ଼ିକ ହେଲା () ପାର୍ବତ୍ୟ ଅଞ୍ଚଳ, (ଖ) ନଦୀ ଉପତ୍ୟକା ଅଞ୍ଚଳ, (ଗ) ଜଙ୍ଗଲ, (ଘ) ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ

କ) ପାର୍ବତ୍ୟ ଅଞ୍ଚଳ – 

  • ଭାରତର ଉତ୍ତର ସୀମାରେ ଅତ୍ୟଚ୍ଚ ହିମାଳୟ ପର୍ବତଶ୍ରେଣୀ ଭାରତକୁ କେନ୍ଦ୍ର ଏସିଆଠାରୁ ପୃଥକ କରୁଅଛି ଉତ୍ତର ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ ଅନେକ ଗିରିପଥ ରହିଛି | ଏହି ଗିରିପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକ ଭାରତକୁ ଆସିବା ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ସାହିତ୍ୟ ଆଦିଦ୍ୱାରା ଭାରତର ସଂସ୍କୃତି ପ୍ରଭାବିତ ହୋଇଛି |
  • ଦକ୍ଷିଣ ଭାରତ ମାଳଭୂମିର ପୂର୍ବପାର୍ଶ୍ଵରେ ପୂର୍ବଘାଟ ପର୍ବତମାଳା ପଶ୍ଚିମପାର୍ଶ୍ଵରେ ପଶ୍ଚିମ ଘାଟ ପର୍ବତମାଳା ଅବସ୍ଥିତ ଏହି ପର୍ବତମାଳା ଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏ ବିସ୍ତୃତ |

ଖ) ନଦୀ ଉପତ୍ୟକା ସମୂହ :

  • ଆମଦେଶରେ ହିମାଳୟ ଅଞ୍ଚଳର ଦକ୍ଷିଣ ଭାତର ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ଭାବେ ବିସ୍ତୃତ | ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ଵାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି | ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ | ତେଣୁ ଏଠାରେ ପ୍ରାଚୀନ ସଭ୍ୟତାମାନ ଗଢି ଉଠିଥିଲା

ଗ)  ଜଙ୍ଗଲ :

  • ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ଵରେ ପ୍ରଚୁର ବୃଷ୍ଟିପାତ ଯୋଗୁଁ ସେଠାରେ ଘଞ୍ଚ ଅରଣ୍ୟ ଦେଖାଯାଏ

ଘ) ଉପକୂଳବର୍ତ୍ତୀ ଅଞ୍ଚଳ :

  • ଭାରତର ପଶ୍ଚିମ ପାର୍ଶ୍ଵରେ ଆରବ ସାଗର ପୂର୍ବ ପାର୍ଶ୍ଵରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ |
  • ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ | ପଶ୍ଚିମ ଉପକୂଳର ସମତଳ ଅଞ୍ଚଳଠାରୁ ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ |ଏହି ସମତଳଭୂମି ସାବରମତୀ, ମାହୀ, ନର୍ମଦା, ତାଷୀ ଆଦି ନଦୀ ଗୁଡ଼ିକର ପଟୁମାଟିଦ୍ୱାରା ଗଠିତ |  ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ | ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁ ମାଟିଦ୍ଵାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ | ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବିଶେଷ ଉପଯୋଗୀ ହୋଇଥିବାରୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ |
Ratings
No reviews yet, be the first one to review the product.
Click to send whatsapp message
Copywrite 2025 LRNR