- SCHOOL BOARDS
- BSE/CHSE ODISHA
- CLASS 6
- ODIA
- 5. ଧୂଳି : ବିଦ୍ୟୁତ୍ ପ୍ରଭା ଦେବୀ
- Dhuli ଧୂଳି Class 6 Odia Chapter 5 || MIL Class 6
Dhuli ଧୂଳି Class 6 Odia Chapter 5 || MIL Class 6
Language : Odia
Dhuli ଧୂଳି Class 6 Odia Chapter 5 || ଧୂଳି କବିତା || MIL Class 6 || BSE Odisha board Odia Medium Class 6 Subject Odia Chapter 5 Dhuli (ଧୂଳି) || LRNR Classes || Soumya Madam
ଧୂଳି
1.ଉତ୍ତର କୁହ |
କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
ଉତ୍ତର : ଧୂଳିକଣା ନିଜକୁ ବିଶ୍ୱରେ ଅତି ସାନ ବୋଲି କହୁଛି |
ଖ) ଧୂଳିକୁ କେଉଁମାନେ ପାଦ ପୀଡା ଦିଅନ୍ତି ?
ଉତ୍ତର : ଧୂଳିକୁ ଜୀବଜନ୍ତୁ ମାନେ ପାଦରେ ପୀଡା (କଷ୍ଟ) ଦିଅନ୍ତି |
ଗ) ଧୂଳି କିଭଳି ଭାବରେ ପୃଥିବୀ ଉପରେ ପଡି ରହିଛି ?
ଉତ୍ତର : ଧୂଳି ନିର୍ବିକାର (ଆକାର ନ ଥିବା) ଭାବରେ ପୃଥିବୀ ଉପରେ ପଡି ରହିଛି |
ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ?
ଉତ୍ତର : ବିଶ୍ୱରେ ଥିବା ସମସ୍ତ ଜୀବ ତା’ର (ଧୁଳି) ର ଛାତିରେ (ବୁକୁରେ) ମିଶି ଯାଆନ୍ତି ବୋଲି ଧୂଳି କହିଛି |
ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
ଉତ୍ତର : ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା ସମସ୍ତ ଅଭିଯାନ (ଯାତ୍ରା) ଦେଖୁଛି |
2.ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ |
କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
ଉତ୍ତର : ଅନନ୍ତ ଆକାଶ ଓ ବିରାଟ ବିଶ୍ଵ | ଏହି ଉଭୟଙ୍କର ବିରାଟ ପଣ ନିକଟରେ ଧୂଳିକଣା ନିଜକୁ ଅତି ସାନ ବୋଲି କହିଛି | ସେ ନିଜକୁ ବାକ୍ୟହୀନ ନିଃସ୍ଵ ଓ ଭରସା ହୀନ ବୋଲି କହିଛି |
ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ଶହେ ?
ଉତ୍ତର :ପ୍ରତିଦିନ ଏ ପୃଥିବୀରେ ଅନେକ ଜୀବଜନ୍ତୁ ଚଳପ୍ରଚଳ ,ହୁଅନ୍ତି | ସେମାନଙ୍କର ପାଦର ଆଘାତ ଧୂଳିକଣା ସର୍ବଦା ସହିଥାଏ | ଯେହେତୁ ସେ ଧରାପଥରେ ପଡିରହିଛି , ତେଣୁ ସେ ଜୀବଜନ୍ତୁଙ୍କ ପାଦର ଆଘାତକୁ ନିର୍ବିକାର ଭାବରେ ସହିଥାଏ |
ଗ) କେଉଁ କଥା ଧୂଳିକଣାକୁ ଭଲ ଭାବେ ଜାଣେ ?
ଉତ୍ତର : ଧୂଳିକଣାର ଜଗତର ଦୁଃଖ ସୁଖ ସହିତ କୌଣସି ସମ୍ପର୍କ ନାହିଁ | କିନ୍ତୁ ସେ ଜାଣେ ଯେ ଏ ସମଗ୍ର ବିଶ୍ଵ ଜୀବ ତା (ଛାତିରେ) ବୁକୁରେ ମିଶନ୍ତି |(ସୃଷ୍ଟିର ସମସ୍ତ ଜୀବ ଦେହତ୍ୟାଗ କଲାପରେ /ମରିଗଲା ପରେ ଏ ରକ୍ତ , ମାଂସ ଓ ହାଡରେ ଗଢା ଏ ଶରୀର ବା ପଞ୍ଚତତ୍ଵରେ ଗଢା ଏ ଶରୀର (ଅଗ୍ନି , ଜଳ , ବାୟୁ , ପୃଥିବୀ , ଆକାଶ) ମାଟିରେ ଥିବା ପ୍ରତ୍ୟେକ ଧୂଳିକଣାରେ ମିଶିଯାଏ) |
ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି |
ଉତ୍ତର : ଧୂଳିକଣା ସବୁଦିନ ପାଇଁ ବାକ୍ୟହୀନ , ଅସହାୟ ଭରସାହୀନ , ତଥାପି ସମସ୍ତଙ୍କର ଚାପ ସହିବା ତା’ର ମଥା /ଶିର ଦକ୍ଷ ବୋଲି କହିଛି |
3.ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ୍ ଦିଆଯାଇଛି ; ସମ୍ପୂର୍ଣ୍ଣ ପଦ ଲେଖ :
କ) ଜନ୍ତୁ ଜୀବ ସବୁରି ପାଦ
ପୀଡଇ ନିତି ମତେ ,
ନିର୍ବିକାରେ ତଥାପି ମୁହିଁ
ପଡିଛି ଧରାପଥେ |
ଖ) ଏତିକି ଜାଣେ ବିଶ୍ଵଜୀବ
ମିଶଇ ମୋର ବୁକେ |
ଗ) ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ ,
ଆକାଶ ତଳେ ଧୂଳିକଣା ମୁଁ ବିଶ୍ୱେ ଅତି ସାନ |
4.ସରଳ ଭାଷାରେ ବୁଝାଇ ଲେଖ :
କ. ‘ଜୀବନେ ମୋର ନାହିଁ ତ କେବେ କା’ ସାଥେ ଅଭିମାନ |’
‘ଜୀବନେ --------------------------ଅଭିମାନ’
ଉକ୍ତ ପଦ୍ୟାଂଶଟି ପଠିତ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ‘ଧୂଳି’ ଶୀର୍ଷକ କବିତାରୁ ଆନୀତ | ଏଠାରେ କବି ବିଦ୍ୟୁତ୍ ପ୍ରଭା ଦେବୀ ଧୁଳି ର ମହତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି |
କବିଙ୍କ ବର୍ଣ୍ଣନାର ଧୂଳି ଅତ୍ୟନ୍ତ ଉଚ୍ଚସ୍ଥାନ ଲାଭକରି ଅନନ୍ତ ଆକାଶ ଓ ସମଗ୍ର ବିଶ୍ଵର ବିରାଟଣ ପାଖରେ ଧୂଳିକଣା ଅନ୍ତ୍ୟନ୍ତ ସାନ | ତଥାପି ତା’ର ସ୍ଥାନ ମହାନ | କାରଣ ତା’ର ସ୍ଥିତି (ଅବସ୍ଥିତି) କୁ ନେଇ କେବେ କାହା ସହିତ କିଛି ଅଭିମାନ (ରାଗ) ପ୍ରକାଶ କରେ ନାହିଁ |
ପ୍ରସଙ୍ଗଟି ହୃଦୟ ଛୁଆଁ |
ଖ. “ଜନ୍ତୁ ଜୀବ ସବୁର ପାଦ ପୀଡଇ ନିତି ମତେ”
“ଜନ୍ତୁ ---------------------------- ମତେ”
ଉକ୍ତ ପ୍ରସଙ୍ଗରେ କବି ବିଦ୍ୟୁତ୍ ପ୍ରଭା ଦେବୀ ଧୂଳିର ମନକଥା କୁ ପ୍ରକାଶ କରିଛନ୍ତି |
ଅନନ୍ତ ଆକାଶ ଏବଂ ବିରାଟ ବିଶ୍ଵରେ ଧ୍ଵନିର ସ୍ଥିତି ନିହାତି ହେ (ନ୍ୟୁନ) | ତେଣୁ ସେ ନିଜକୁ ଅତି ସାନ ବୋଲି ମନେ କରିଛି | ଆକାଶ ତଳେ ବିଶ୍ଵରେ ନିଜକୁ ସାନ ବୋଲି ପରିଚିତ କରୁଥିବା ଧୂଳିର କୌଣସି ଅଭିମାନ ନାହିଁ | ଏହାହିଁ ତା’ର ବିଶେଷତ୍ଵ ତଥାପି ସେ ଉଦାର ମନରେ ବିଶ୍ୱରେ ଥିବା ସମସ୍ତ ଜୀବଜନ୍ତୁଙ୍କ ପାପପୀଡ଼ା କୁ ସହ୍ୟ କରେ | ନିର୍ବିକାର ଭାବରେ ଧରାପୃଷ୍ଠରେ ପଡି ରହିଛନ୍ତି ବୋଲି କହିଛି |ପ୍ରସଙ୍ଗଟି ଯଥାର୍ଥ ଅଟେ |
ଗ. “ଜଗତେ ମୋର କି ଯାଏ ଆସେ , ଦୁଃଖେ ଅବାସୁଖେ |”
"ଜଗତେ ------------------------ ଅବାସୁଖେ |”
ଉକ୍ତ ପଦ୍ୟାଂଶଟି ନାରୀକବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ରଚିତ “ଧୂଳି” କବିତାରୁ ସଂଗୃହୀତ | ଧୂଳିକଣା ନିଜ ଆଚରଣ ଦ୍ଵାରା ସୃଷ୍ଟିର ବାସ୍ତବ ସତ୍ୟକୁ କିପରି ପ୍ରମାଣିତ କରିଛି, ତାହା ଏଠାରେ ନାରୀକବି ବର୍ଣ୍ଣନା କରିଛନ୍ତି |
ଧୂଳିକଣା ଅତି ସାନ ହୋଇ ମଧ୍ୟ ନିର୍ବିକାର ଭାବରେ ସମସ୍ତ ଜୀବ ଜନ୍ତୁଙ୍କର ପଦାଘାତକୁ ସହିଯାଇଥାଏ | ସେ କାହାର ସୁଖ ଦୁଃଖରେ ଭାଗ ନିଏ ନାହିଁ | ସେ ଧରାପୃଷ୍ଠରେ ପଡିରହି ସବୁ ଦେଖୁଥାଏ | ଏ ପୃଥିବୀ ଗୋଟିଏ ସତ୍ୟକୁ ଯେ ମର୍ମେ ମର୍ମେ ଅନୁଭବ କରିଥାଏ | ସମସ୍ତ ପୃଥିବୀରେ ଯେ ନିଜକୁ ଯେତେ ବଡ ବୋଲି ମନେକରେ ତାହା ସର୍ବଦା ଠିକ୍ ନୁହେଁ | କାରଣ ତା’ର ଦିନେ ମୃତ୍ୟୁ ଅବଶ୍ୟ ହେବ | ମୃତ୍ୟୁ ହେବାପରେ ସେମାନେ ଦିନେ ଧୂଳିରେ ମିଶିଯିବେ | ତେଣୁ ସେହି ବାସ୍ତବ ସତ୍ୟକୁ ଅନୁଭବରେ ଧୂଳି ତିଳେ ହେଲେ ମନରେ ଦୁଃଖ ପୋଷଣ କରେନାହିଁ |
ଘ."ସକଳ ଚାପ ଜନବାସର ସହି ଦକ୍ଷ ଏ ମୋର ଶିର |"
"ସକଳ ଚାପ ----------------------------------ଶିର |"
ଶଂସିତ ପଦ୍ୟାଂଶଟି ପଠିତ ଷଷ୍ଠଶ୍ରେଣୀ ଆମ ସାହିତ୍ୟ ବହିର ‘ଧୂଳି’ ବିଷୟରୁ ଆସିଅଛି | ଏଠାରେ କବି ବିଦ୍ୟୁତପ୍ରଭା ଦେବୀ ଧୂଳିକଣାର ସହି ଗୁଣର ପରିଚୟ ପ୍ରଦାନ କରିଛନ୍ତି |
ଏହି ବିରାଟ ବିଶ୍ୱରେ ଧୂଳିକଣା ତା’ର ସ୍ଥାନ ନିହାତି ସାନ ବୋଲି କହିଛି | ତଥାପି କାହାରି ପ୍ରତି ତା’ର ଅଭିମାନ ନାହିଁ | ସେ ସମସ୍ତ ଜୀବଜନ୍ତୁଙ୍କ ପାଦପୀଡାଙ୍କୁ ସହ୍ୟ କରି ପୃଥିବୀର ରାସ୍ତାରେ ପଡିଥାଏ | ତା’ର କୌଣସି ପ୍ରତିକ୍ରିୟା ନଥାଏ | ବାକ୍ୟହୀନ , ନିଃସ୍ଵ ଓ ଚିର ଭରସାହୀନ ଧୂଳିକଣାର ମସ୍ତକ ସମସ୍ତ ଚାପ ସହ୍ୟ କରିବାରେ ଦକ୍ଷ ବୋଲି ସେ ବିନା ଦ୍ଵିଧାରେ ସ୍ଵୀକାର କରେ |
ପ୍ରସଙ୍ଗଟି ଯଥାର୍ଥ ଅଟେ |
ଙ. “ଆକାଶ ତଳେ ଧୂଳିକଣା ମୁଁ , ବିଶ୍ୱେ ଅତି ସାନ |”
ଆକାଶ ତଳେ -------------------ଅତିସାନ |
ଉକ୍ତ ପଦ୍ୟାଂଶଟି ‘ଧୂଳି’ କବିତାରୁ ସଂଗୃହୀତ | ‘ଧୂଳିକଣା’ କିପରି ସବୁଠାରୁ ସାନ ତାହା ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ବର୍ଣ୍ଣନା କରିଛନ୍ତି |
ଏ ସଂସାରରେ ସମସ୍ତ ପଦାର୍ଥ ମଧ୍ୟରେ ଧୂଳିକଣା ଖୁବ ସାନ ଓ ହୀନ | ସେ ନିର୍ବିକାର ଭାବରେ ପୃଥିବୀ ପୃଷ୍ଠରେ ବାସ କରୁଥିବା ଜୀବଜନ୍ତୁଙ୍କର ପଦ ପ୍ରହାରକୁ ସହିଚାଲିଛି | ସେ ନିଃସ୍ଵ ତାର ସାହା ଭରସା କେହି ନାହାନ୍ତି | ତଥାପି ସେ ସମସ୍ତ ଚାପକୁ ବିନା ପ୍ରତିବାଦରେ ସହିବାରେ ଅଭ୍ୟସ୍ତ | ସେ ସୃଷ୍ଟିର ଆରମ୍ଭରୁ ରହି ଆସିଛି | ପୃଥିବୀ ପୃଷ୍ଠରେ ଯେତେ ପରିବର୍ତ୍ତନ ଘଟିଛି | ସେ ସବୁକୁ ସେ ବସି ରହି ଦେଖୁଛି | ସେ ଅତି ଦକ୍ଷ ହେଲେ ମଧ୍ୟ ବିଶ୍ଵର ସବୁପ୍ରକାର ରହସ୍ୟ ଭେଦ କରିବାରେ ସେ ସମର୍ଥ ହୋଇପାରିଛି | ସେ ସବୁର ମୂକସାକ୍ଷୀ |
ବାସ୍ତବରେ ଧୂଳିକଣା ଛୋଟ ହେଲେ ମଧ୍ୟ ଏ ସୃଷ୍ଟିରେ ତାର ଭୂମିକା ଅତୁଳନୀୟ ଅଟେ |
5.ସମାନ ଅର୍ଥ ବୁଝାଉଥିବା ଆଉ ଗୋଟିଏ ଲେଖାଏଁ ଶବ୍ଦ ଲେଖ :
କ) ଜୀବନ – ପ୍ରାଣ
ଖ) ଧରା – ପୃଥିବୀ , ବସୁଧା
ଗ) ଜନ୍ତୁ – ପଶୁ
ଘ) ନିଃସ୍ଵ - କିଛି ନଥିବା , ଶୂନ୍ୟ
ଙ) ଦକ୍ଷ – ଯୋଗ୍ୟ
6.ଗଦ୍ୟ ଆକାରରେ ଲେଖ :
କ) ନିର୍ବିକାର ତଥାପି ମୁହିଁ ପଡିଛି ଧରାପଥେ |
ତଥାପି ଧୂଳିକଣା ନିର୍ବିକାର ଭାବରେ ଧରାପଥରେ ପଡି ରହିଛି |
ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ |
ଧୂଳିକଣାର ଜଗତର ଦୁଃଖ ସୁଖ ସହିତ କିଛି ଯାଏ ଆସେ ନାହିଁ |
ଗ) ବାକ୍ୟହୀନ ନିଃସ୍ଵ ମୁହିଁ ଭରସାହୀନ ଚିର |
ଧୂଳିକଣା ନିଜକୁ ବାକ୍ୟହୀନ , ନିଃସ୍ଵ ଓ ଭରସାହୀନ ବୋଲି କହିଛି |
ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋର ଶିର |
ସମସ୍ତଙ୍କର ଚାପ ସହିନେବାରେ ଧୂଳିକଣାର ମଥା ଦକ୍ଷ |
7. ‘କ’ ସ୍ତମ୍ଭରେ ଥିବା ଶବ୍ଦର ଅର୍ଥ ‘ଖ’ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର :
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚିର ସର୍ବଦା
ଶିର ମୁଣ୍ଡ
ଜଗତ ଦୁନିଆଁ
ନିଃସ୍ଵ ଯାହାର କିଛି ନାହିଁ
ବାକ୍ୟ ଗଠନ
ଚିର – ମହାପୁରୁଷଙ୍କ କୀର୍ତ୍ତି ଚିର ଦିନ ପାଇଁ ଅମର ହୋଇ ରହିଥାଏ |
ଶିର – ରାଜାଙ୍କ ଶିରରେ ମୁକୁଟ ଶୋଭାପାଏ |
ଜଗତ – ଜଗତର ନାଥ ଜଗନ୍ନାଥ ସମସ୍ତଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଛନ୍ତି |
ନିଃସ୍ଵ - ଧୂଳି କଣା ଟି ନିଜକୁ ନିଃସ୍ଵ ମନେକରିଛି |