Aame o Ama Samaja ଆମେ ଓ ଆମ ସମାଜ Class 6 Political Science Chapter 1

Language : Odia

ପ୍ରଥମ ଅଧ୍ୟାୟ : ଆମେ ଓ ଆମ ସମାଜ

ପରିବାର

  • ପରିବାର ହେଉଛି ସବୁଠାରୁ କ୍ଷୁଦ୍ର ସାମାଜିକ ଅନୁଷ୍ଠାନ | ଏହା ଦୁଇ ପ୍ରକାରର, ଯଥା— ଏକକ ପରିବାର ଓ ଯୌଥ ପରିବାର |
  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ |
  • ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି |
  • ଭାରତୀୟ ପରିବାରଗୁଡ଼ିକରେ ପିତା ହିଁ ମୁଖ୍ୟ ହୋଇଥା’ଛି | ଆଉ କେତେକ ପରିବାରରେ ମାତା ମଧ୍ୟ ମୁଖ୍ୟ ହୋଇଥାଆନ୍ତି |
  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ | ଏହା ବ୍ୟତୀତ ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ହେବା ପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାର କରିଥାଏ |
  • ଶିଶୁକୁ ଉତ୍ତମ ନାଗରିକରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

ବଂଶ ଓ ବଂଶର ଗୋତ୍ର

  • ପୁରାଣରୁ ଯଦୁ ବଂଶ, କୁରୁ ବଂଶ ଆଦି ବଂଶ , ଇତିହାସରେ ମୌର୍ଯ୍ୟ ବଂଶ, ପଲ୍ଲବ ବଂଶ, ଚାଲୁକ୍ୟ ବଂଶ ଓ ଗୁପ୍ତ ବଂଶ ଆଦି ବିଷୟରେ ଆମେ ଜାଣୁ |
  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶ ଗଠିତ | ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାବାଙ୍କ ପରିବାରରୁ ସୃଷ୍ଟି | ଏମାନଙ୍କ ମଧ୍ୟରେ ରକ୍ତ ସମ୍ପର୍କ ରହିଛି | ଏଣୁ ଏମାନେ ଗୋଟିଏ ବଂଶର |
  • ବଂଶ ପରମ୍ପରା ଅନୁସାରେ ଗୋଟିଏ ବଂଶର ଲୋକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, କ୍ରିୟାକର୍ମପାଳନ କରିଥା’ଛି |
  • ହିନ୍ଦୁମାନଙ୍କର ବଂଶ ସାଧାରଣତଃ ପିତୃ ବଂଶୀୟ ଅଟେ |
  • ବେଳେବେଳେ ଧାର୍ମିକ କ୍ରିୟା କର୍ମପାଳନରେ ମୂଳ ବଂଶରୁ ଅଲଗା ହୋଇ ଯେଉଁ ନୂଆ ବଂଶ ସୃଷ୍ଟି କରିଥା’ନ୍ତି, ସେହି ପ୍ରକ୍ରିୟାକୁ ବଂଶ ବିଭାଜନ କୁହାଯାଏ |

  • ପ୍ରତ୍ୟେକ ବଂଶର ଗୋତ୍ର ଥାଏ ଯାହାର ଅର୍ଥ ହେଉଛି କୁଳ ପ୍ରବର୍ତ୍ତକ ଋଷି |
  • ଯେଉଁ ଋଷିଙ୍କୁ ପରିବାରର ନିଜର ବୋଲି ସମ୍ମାନ ଦେଇଥା’ନ୍ତି | ସେହି ବଂଶର ଗୋତ୍ର ସେହି ଋଷିଙ୍କ ନାମ ଅନୁସାରେ ହୋଇଥାଏ | ଯଥା– କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ଇତ୍ୟାଦି |

ଜନଜାତି

  • ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ “ଜନଜାତି” କୁହାଯାଏ |
  • ଜନଜାତି ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ | ଜନଜାତିକୁ ଇଂରାଜିରେ Tribe କୁହାଯାଏ | ଆମେ ଏହି ଲୋକଙ୍କୁ ଆଦିବାସୀ ବା ବନବାସୀ ରୂପେ ଜାଣିଥାଉ | ଆମରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯା’ନ୍ତି |
  • ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଆଧିବାସୀ ଦେଖାଯା’ନ୍ତି | ସାନ୍ତାଳମାନଙ୍କର ଭାଷା ସାନ୍ତାଳୀ | ଏହାର ନିଜସ୍ଵ ଲିପିଅଛି ।

ସଂଘ

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥାନ୍ତି |  
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାରର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି | 
  • ସଂଘର ପରିଚାଳନା ପାଇଁ ଜଣେ ମୁଖ୍ୟଥାଆନ୍ତି ଏବଂ ସଂଘର ସଦସ୍ୟମାନେ ସଂଘର କେତେକ ନିୟମମାନ ପାଳନ କରିଥାଆନ୍ତି | 
  • ପରିବାର ପରିସଂଘ ଚିରସ୍ଥାୟୀ ଅଟେ |

ସମୁଦାୟ

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବନେଇ ବାସକରୁଥିବା ଲୋକମାନଙ୍କୁ ନେଇ “ସମୁଦାୟ”ଗଠିତ ହୁଏ | ଏହା ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ | ଏକ ସମୁଦାୟରେ ବାସକରୁଥିବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥାନ୍ତି |
  • ସଦସ୍ୟମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବା ସମୁଦାୟର ମୁଖ୍ୟ ଲକ୍ଷ୍ୟ | ସମୁଦାୟ ଯେତେ ଛୋଟ ହୋଇଥାଏ ଲୋକଙ୍କ ମଧ୍ୟରେ ଏକତା ସେତେ ଦୃଢ଼ ହୋଇଥାଏ |
  • ବୃହତ୍ ସମୁଦାୟ ମଧ୍ୟ ବ୍ୟକ୍ତିକୁ ଅନେକ ପ୍ରକାର ସାହାଯ୍ୟ କରିଥାଏ |

ସମାଜ

  • ଆଦିମ ମନୁଷ୍ୟ ସ୍ୱାଧୀନଭାବେ ଚଳୁଥିଲା | ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟିହେଲା | ତେଣୁ ମଣିଷ ନୀତି ନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା | ସେହି ଚଳଣିରୁ ସମାଜ ସୃଷ୍ଟି ହେଲା |
  • ସମାଜ ବିନା ମଣିଷ ବଞ୍ଚିବା ଅସମ୍ଭବ | ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ | ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ । ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ |

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP