- SCHOOL BOARDS
- BSE/CHSE ODISHA
- CLASS 7
- GEOGRAPHY
- ପ୍ରଥମ ଅଧ୍ୟାୟ : ପ୍ରଥମ ପାଠ : ଆମ ପରିବେଶ
- Ama Paribesa (ଆମ ପରିବେଶ) Class 7 Geography Chapter -1 Question & Answer
Ama Paribesa (ଆମ ପରିବେଶ) Class 7 Geography Chapter -1 Question & Answer
Language : Odia
Odia Medium Class 7 Geography Chapter-1 Ama Paribesa (ଆମ ପରିବେଶ) Question & Answer
1. ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ଦିଅ |
a. ପରିସଂସ୍ଥା କ’ଣ ?
କୌଣସି ପରିବେଶରେ ରହିଥିବା ଜୀବ ଓ ସେମାନଙ୍କ ପରିବେଶକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ | ପ୍ରାଣୀ, ଉଦ୍ଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢି ଉଠିଥିବା ନିବିଡ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୋଇଥାଏ | ଉଦାହରଣ ସ୍ୱରୂପ: ଏକ ବିସ୍ତୃତ ଚିରହରିତ ଅରଣ୍ୟ, ଚାରଣ ଭୂମି, ମରୁଭୂମି, ପର୍ବତ, ହ୍ରଦ, ନଦୀ, ମହାସାଗର ଏବଂ କ୍ଷୁଦ୍ର ପୁଷ୍କରିଣୀରେ ମଧ୍ୟ ପରିସଂସ୍ଥା ଗଢି ହୋଇଥାଏ |
b. ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
ପ୍ରକୃତି ଦ୍ୱାରା ସୃଷ୍ଟ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ |ଉଦାହରଣ : - ପର୍ବତ, ଝରଣା, ବୃକ୍ଷଲତା ଓ ଜୀବଜନ୍ତୁ |
c. ପରିବେଶର ମୁଖ୍ୟ ଅଂଶଗୁଡିକ କ’ଣ ?
ପ୍ରାକୃତିକ ପରିବେଶ ଓ ମାନବୀୟ ବା ମଣିଷକୃତ ପରିବେଶ ହେଉଛି ପରିବେଶ ମୁଖ୍ୟ ଅଂଶ |
d. ଅଶ୍ମମଣ୍ଡଳ କ’ଣ ?
ପୃଥିବୀର କଠିନ ଭୁତ୍ଵକ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ | ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ | ଏହାର ଉପରିଭାଗ ମୃତ୍ତିକା ଏକ ପତଳା ଆବରଣ ଦ୍ୱାରା ଆବୃତ | ଏହି ମଣ୍ଡଳ ଜୀବଜଗତକୁ ସମସ୍ତ ଆବଶ୍ୟକୀୟ ଉପାଦାନ ଯୋଗାଇଥାଏ |
e. ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?
ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଲା :- ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ |
f. ଜୈବମଣ୍ଡଳ କାହାକୁ କୁହାଯାଏ ?
ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ | ଏହା ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ |
2. ଠିକ୍ ଉତ୍ତର ବାଛି ଲେଖ |
a. କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
ଆକ୍ଵାରିୟାମ
b. କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ |
ଭୂମି
c. କେଉଁଟି ଏକ ମାନବକୃତ ପରିବେଶ ?
ରାସ୍ତା
d. କେଉଁଟି ପରିବେଶନିମନ୍ତେ ବିପଦ ?
ବଢୁଥିବା ଜନସଂଖ୍ୟା
3. ସ୍ତମ୍ଭ ମିଳନ କର |
“କ”ସ୍ତମ୍ଭ “ଖ”ସ୍ତମ୍ଭ
ଜୈବମଣ୍ଡଳ ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥିବା ପତଳା ସ୍ତର
ବାୟୁମଣ୍ଡଳ ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର
ବାରିମଣ୍ଡଳ ଜଳରାଶି
ପରିବେଶ ଆମର ପରିବେଷ୍ଟନୀ
4. କାରଣ ଦର୍ଶାଅ |
a. ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ |
ଆଦିମ କାଳରେ ମଣିଷ ପ୍ରଥମେ ପ୍ରକୃତି ସହ ନିଜକୁ ଖାପ ଖୁଆଇ ଚଳୁଥିଲା | ଫଳରେ ତା’ର ଆବଶ୍ୟକତା ଖୁବ୍ କମ୍ ଥିଲା | ସେ ଆବଶ୍ୟକ କରୁଥିବା ପଦାର୍ଥମାନ ସିଧାସଳଖ ତା’ର ଚତୁଃପାର୍ଶ୍ଵରେ ସଂଗ୍ରହ କରୁଥିଲା | ସମୟ ଅନୁସାରେ ମଣିଷର ଆବଶ୍ୟକତା କ୍ରମଶଃ ବୃଦ୍ଧି ପାଇଲା |
ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତିତ କରିବାର ନୂତନ ଉପାୟମାନ ବାହାର କରି କୃଷିକାର୍ଯ୍ୟ, ପଶୁପାଳନ, ସ୍ଥାୟୀ ବସତି ସ୍ଥାପନ, ଖାଦ୍ୟଶସ୍ୟ ଉତ୍ପାଦନ, ଯାନବାହାନ ନିର୍ମାଣ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କଲା | ଫଳରେ ମଣିଷ ପରିବେଶରେ ଏହିପରି ବହୁ ପରିବର୍ତ୍ତନ ଆଣିଥିଲା |
b. ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶିଳ |
ପ୍ରାଣୀ ବିନା ଉଦ୍ଭିଦ ଜଗତ ଓ ଉଦ୍ଭିଦଜଗତ ବିନା ପ୍ରାଣୀ ଜଗତ ବଞ୍ଚିବା କଷ୍ଟ କରେ | ପ୍ରାଣୀଜଗତ ବଞ୍ଚିବା ପାଇଁ ଉଦ୍ଭିଦଜଗତ ଉପରେ ଏବଂ ଉଦ୍ଭିଦଜଗତ ମଧ୍ୟ ବଞ୍ଚିବା ଓ ବଢିବା ପାଇଁ ପ୍ରାଣୀ ଜଗତ ଉପରେ ନିର୍ଭରଶିଳ ଅଟନ୍ତି |
ପ୍ରକୃତରେ ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ବଞ୍ଚିବା ପାଇଁ ପରିବେଶ ଉପରେ ନିର୍ଭର କରିଥାନ୍ତି |
c. ମଣିଷ ପ୍ରକୃତି ବିନା ସହାୟତାରେ ଚଳିପାରେ ନାହିଁ |
ମଣିଷ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ଉପରେ ନିର୍ଭର କରି ଚଳିଥାଏ | ଏପରିକି ତା’ର ସମସ୍ତ ଆବଶ୍ୟକତା ଏହି ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ |
ମଣିଷ ପ୍ରାକୃତିକ ପରିବେଶକୁ ବ୍ୟବହାର କରି ତା’ର ଜୀବନଧାରାରେ ବହୁ ନୂତନ ପରିବର୍ତ୍ତନ ଆଣିପାରିଛି ଏବଂ ସମଗ୍ର ପୃଥିବୀରେ ଯୋଗାଯୋଗା ବ୍ୟବସ୍ଥା ସହଜ ଓ ସରଳ କରିପାରିଛି | ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରେନାହିଁ |