Sambidhana ସମ୍ବିଧାନ (Constitution) Class 7 Political Science Chapter 1

Language : Odia

ପ୍ରଥମ ଅଧ୍ୟାୟ

  • ସମ୍ବିଧାନ (Constitution)

ସମ୍ବିଧାନ ଦେଶର ଜନସାଧାରଣଙ୍କୁ ଶୃଙ୍ଖଳିତ କରିବା ସହିତ ସରକାରକୁ ସୁନିୟନ୍ତ୍ରିତ କରେ ଓ ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ାଏ |

ସମ୍ବିଧାନ କ’ଣ ?

ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ମୌଳିକ ତଥା ସର୍ବୋଚ୍ଚ ଆଇନ | ଏହି ମୌଳିକ ଆଇନ୍ ଦ୍ଵାରା ସରକାର ଗଠନ କରାଯାଏ ଏବଂ ବିଭିନ୍ନ ପ୍ରକାର ସରକାରରେ (ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ରାଷ୍ଟ୍ର, ସଂଘୀୟ ରାଷ୍ଟ୍ର ଏବଂ ଗଣତନ୍ତ୍ର) ସାର୍ବଭୌମ କ୍ଷମତାର ସୁନିୟନ୍ତ୍ରଣ ଏବଂ ବଣ୍ଟନ ମଧ୍ୟ କରାଯାଇଥାଏ |

ଫାଇନରଙ୍କ ମତରେ : ସମ୍ବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନ ମାନଙ୍କର ଏକ ବ୍ୟବସ୍ଥାଅ ଅଟେ |

ଉଲ୍ସେ ଙ୍କ ମତରେ : ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର | ଯାହାଦ୍ୱାରା ସରକାରଙ୍କର କ୍ଷମତା, ନାଗରିକମାନଙ୍କର ଅଧିକାର ଏବଂ ସରକାର – ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ସମନ୍ଵୟ ହୋଇଥାଏ |


ସମ୍ବିଧାନ କହିଲେ ଆମେ ନିମ୍ନଲିଖିତ ବିଷୟକୁ ବୁଝୁ; ଯଥା
କ) ସରକାରର ଗଠନ ଓ କ୍ଷମତା,
ଖ) ଦେଶର ସୁପରିଚାଳନା ପାଇଁ ନିୟମ ଓ ବିଧ୍,
ଗ) ଜନସାଧାରଣ ଓ ସରକାର ମଧ୍ୟରେ ସମ୍ପର୍କ,
ଘ) ଜନସାଧାରଣଙ୍କର ଅଧିକାର ଓ କର୍ତ୍ତବ୍ୟର ବିବରଣୀ ଏବଂ ସୁରକ୍ଷା |

ସମ୍ବିଧାନର ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି |

) କ୍ରମ ବିକଶିତ ସମ୍ବିଧାନ : ସମ୍ବିଧାନକୁ କେହି ପ୍ରଣୟନ କରିନଥାନ୍ତି | ପ୍ରକାର ସମ୍ବିଧାନ ସାମାଜିକ ଆଚରଣ, ଚଳଣୀ, ପ୍ରଥା ଏବଂ ପରମ୍ପରା ଉପରେ ପର୍ଯ୍ୟବେସିତ |

) ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ପ୍ରଣୀତ ସମ୍ବିଧାନ : ଲୋକ ପ୍ରତିନିଧି ଦ୍ଵାରା ସମ୍ବିଧାନ ପ୍ରଣୟନ ସଭା କରାଯାଇ, ଉକ୍ତ ସଭା କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ସଂସ୍ଥା ଦ୍ଵାରା ସମ୍ବିଧାନକୁ ଲିଖିତ ଦଲିଲ ଆକାରରେ ଲିପିବଦ୍ଧ ହେଲେ, ଏହାକୁ ଲିଖିତ ସମ୍ବିଧାନ କୁହାଯାଏ | ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଫ୍ରାନ୍ସ ଆଦିର ସମ୍ବିଧାନ ହେଉଛି ଲିଖିତ ସମ୍ବିଧାନର ଉଦାହରଣ |

ଲିଖିତ ସମ୍ବିଧାନ (Written Constitution)

ଲିଖିତ ସମ୍ବିଧାନ ଗୋଟିଏ ଦେଶର ସାମ୍ବିଧାନିକ ଆଇନ ଯାହାକୁ ସେହି ଦେଶର ସରକାର ଜନସାଧାରଣ ମାନିବାକୁ ବାଧ୍ୟ | ଏହି ସମ୍ବିଧାନରେ ସରକାରର ସଙ୍ଗଠନ, ସରକାରର ବିଭିନ୍ନ ଅଙ୍ଗମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ, ନାଗରିକମାନଙ୍କ ଅଧିକାର ଏବଂ ସୁରକ୍ଷା, ସରକାର ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ଆଦିର ବର୍ଣ୍ଣନା ଥାଏ | ଏହା ଦେଶର ସର୍ବୋଚ୍ଚ ଆଇନ ଅଟେ |

ଗାରନରଙ୍କ ମତରେ, ଲିଖିତ ସମ୍ବିଧାନ ଏକ ସୁଚିନ୍ତିତ ଯୋଜନା ଯାହାକି ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ସଭାଦ୍ଵାରା ପ୍ରଣୟନ ଅନୁମୋଦନ ଲାଭ କରିଥାଏ |

ଭାରତର ସମ୍ବିଧାନକୁ ଆଇନଜୀବୀମାନଙ୍କର ଭୂସ୍ଵର୍ଗ କୁହାଯାଏ |

ଭାରତର ସମ୍ବିଧାନକୁ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନ (୩୯୫ ଧାରା ବିଶିଷ୍ଟ) ରୂପେ ଗ୍ରହଣ କରାଯାଉଛି |

ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ବିଶ୍ଵର ସର୍ବପ୍ରାଚୀନ ଲିଖିତ ସମ୍ବିଧାନ | ଏହା ୧୭୮୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି |

୧୯୪୬ ମସିହା କ୍ୟାବିନେଟ ମିଶନର ସୁପାରିଶ ଅନୁସାରେ ଭାରତରେ ଲୋକପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭ ତିଆରି ହୋଇଥିଲା | ଉକ୍ତ ସଭା ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ କାର୍ଯ୍ୟ ସମାପ୍ତ କଲା ଏବଂ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖଠାରୁ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହେଲା |

ଅଲିଖିତ ସମ୍ବିଧାନ (Unwritten Constitution)

କୌଣସି ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ତିଆରି ହୋଇନଥାଏ | ଏହା କୌଣସି ଲିଖିତ ପୁସ୍ତକ ବା ଦଲିଲ ଆକାରରେ ଲିପିବଦ୍ଧ ହୋଇ ପ୍ରକାଶିତ ହୁଏ ନାହିଁ | ଏହା ମୁଖ୍ୟତଃ ପ୍ରଥା, ପରମ୍ପରା ଚଳଣି ଉପରେ ଆଧାରିତ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ଲିଖ ଆଇନ ପ୍ରଥାଦ୍ଵାରା ପରିଚାଳିତ ହୁଏ | ୧୨୧୫ - ମାଗ୍ନାକାର୍ଟା , ୧୬୨୮ – ପିଟିସନ ଅଫ୍ ରାଇଟସ୍ , ୧୯୧୧ – ପାର୍ଲାମେଣ୍ଟାରୀ ଆକ୍ଟ ଇତ୍ୟାଦିକୁ ବ୍ରିଟିଶ ସାମ୍ବିଧାନିକ ଦଲିଲ ହିସାବରେ ଗ୍ରହଣ କରାଯାଏ |  (ବ୍ରିଟିଶ୍ ସମ୍ବିଧାନ ଏକ ଅଲିଖିତ ସମ୍ବିଧାନ)

ସମ୍ବିଧାନ ସଂଶୋଧନ ପ୍ରଣାଳୀ ଅନୁସାରେ ସମ୍ବିଧାନକୁ ମୁଖ୍ୟତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଏ; ଯଥା

        i.            ନମନୀୟ ସମ୍ବିଧାନ (Flexible Constitution)

      ii.            ଅନମନୀୟ ସମ୍ବିଧାନ (Rigid Constitution)

ନମନୀୟ ସମ୍ବିଧାନ (Flexible Constitution) : ନମନୀୟ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅତି ସହଜ | ଅନ୍ୟ ଅର୍ଥରେ କହିଲେ ଯେଉଁ ସମ୍ବିଧାନରେ ସାମ୍ବିଧାନିକ ଆଇନ (Constitutional Law) ଓ ସାଧାରଣ ଆଇନ (Ordinary Law) ର ସଂଶୋଧନ ପ୍ରଣାଳୀରେ କୌଣସି ପାର୍ଥକ୍ୟ ନଥାଏ ତାହାକୁ  ତାହାକୁ ନମନୀୟ ସମ୍ବିଧାନ କୁହାଯାଏ | ବ୍ୟବସ୍ଥାପକ ସଭା ସାଧାରଣତଃ ସମ୍ବିଧାନକୁ ସଂଶୋଧନ କରିଥାଏ | ବ୍ରିଟିଶ୍ ସମ୍ବିଧାନ ଏକ ନମନୀୟ ସମ୍ବିଧାନ

ଅନମନୀୟ ସମ୍ବିଧାନ (Rigid Constitution) : ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ଏବଂ ପରିବର୍ତ୍ତନ କରାଯାଇପାରେ ନାହିଁ ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ |

ଭାରତ ସମ୍ବିଧାନର ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପ୍ରଣାଳୀ ବର୍ଣ୍ଣିତ ହୋଇଛି | ଭାରତ ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ହେଲେ ମଧ୍ୟ କେନ୍ଦ୍ର ସଂସଦ କେତେକ ବ୍ୟବସ୍ଥାରେ ସହଜରେ ସଂଶୋଧନ ଆଣି ପାରେ ଯଥା ନୂତନ ରାଜ୍ୟ ସୃଷ୍ଟି, ନାଗରିକମାନଙ୍କ ପାଇଁ ଆଇନ, ରାଜ୍ୟ ବିଧାନ ପରିଷଦର ସୃଷ୍ଟି ଏବଂ ଉଚ୍ଛେଦ ଇତ୍ୟାଦି |

ସମ୍ବିଧାନର ଆବଶ୍ୟକତା :

  • ସରକାରଙ୍କର କ୍ଷମତା ନିୟନ୍ତ୍ରଣ କରେ |
  • ସରକାରଙ୍କର କାର୍ଯ୍ୟ ସମ୍ପର୍କରେ ସୂଚନା ଦିଏ |
  • ଜନସାଧାରଣଙ୍କୁ ସୁନାଗରିକ କରିବା ପାଇଁ ସୁଯୋଗ ପ୍ରଦାନ କରେ |
  • ବର୍ତ୍ତମାନ ଓ ଭବିଷ୍ୟତ ବଂଶଧର ମାନଙ୍କର ବିଭିନ୍ନ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବାରେ ସମ୍ବିଧାନର ବିଶେଷ ଆବଶ୍ୟକତା ରହିଛି |
  • ଏକ ସଂଘୀୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର – ରାଜ୍ୟ ମଧ୍ୟରେ କ୍ଷତା ବଣ୍ଟନ ସମ୍ବିଧାନ ଜରିଆରେ ହୋଇଥାଏ |
  • ନାଗରିକ ଏବଂ ସରକାର ମଧ୍ୟରେ ସମ୍ପର୍କ ସ୍ଥାପନ କରେ |
  • ଜନସାଧାରଣଙ୍କର ସ୍ଵାର୍ଥ ଓ ମୌଳିକ ଅଧିକାରଗୁଡିକର ସୁରକ୍ଷା କରେ |
  • ପ୍ରଚଳିତ ଶାସନ ବ୍ୟବସ୍ଥାକୁ ଆଇନ ସମ୍ମତ କରାଏ |

Ratings
No reviews yet, be the first one to review the product.
Click to send whatsapp message
Copywrite 2025 LRNR