- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- ପ୍ରଥମ ଅଧ୍ୟାୟ : ପଦାର୍ଥ
- Padartha ( ପଦାର୍ଥ ) Class 7 Science Chapter 1- Notes
Padartha ( ପଦାର୍ଥ ) Class 7 Science Chapter 1- Notes
Language : Odia
Odia Medium Class 7 Science Chapter 1 Padartha ( ପଦାର୍ଥ ) Notes
ପଦାର୍ଥ
· ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ଵରେ ଆମେ ଅନେକ ପଦାର୍ଥ ଦେଖୁ | ପଦାର୍ଥ ଦୁଇ ପ୍ରକାରର ହୋଇଥାଏ | ମନୁଷ୍ୟକୃତ ପଦାର୍ଥ ଓ ପ୍ରାକୃତିକ ପଦାର୍ଥ |
· ମନୁଷ୍ୟକୃତ ପଦାର୍ଥ :- କାଗଜ, କାଳି, ଖାଦ୍ୟ, ପାନୀୟ, ଆସବାବ ପତ୍ର, ବାସନକୁସନ ଇତ୍ୟାଦି |
· ପ୍ରାକୃତିକ ପଦାର୍ଥ :- ଜଳ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା ଇତ୍ୟାଦି |
ପଦାର୍ଥର ଗୁଣ :-
a) କଠିନ ପଦାର୍ଥର ନିର୍ଦ୍ଧିଷ୍ଟ ଆକୃତି, ଆୟତନ ଏବଂ ବସ୍ତୁତ୍ୱ ରହିଛି |
ଉଦାହରଣ – ଇଟା |
b) ତରଳ ପଦାର୍ଥର ନିର୍ଦ୍ଧିଷ୍ଟ ଆୟତନ ଓ ବସ୍ତୁତ୍ୱ ରହିଛି କିନ୍ତୁ ନିର୍ଦ୍ଧିଷ୍ଟ ଆକୃତି ନ ଥାଏ |
ଉଦାହରଣ –ଫଳରସ |
c) ଗ୍ୟାସୀୟ ପଦାର୍ଥର ନିର୍ଦ୍ଧିଷ୍ଟ ଆୟତନ ଓ ଆକୃତି ନ ଥାଏ କିନ୍ତୁ ବସ୍ତୁତ୍ବ ରହିଛି |
ଉଦାହରଣ – ବାୟୁ |
ପଦାର୍ଥର ବିଭିନ୍ନ ଅବସ୍ଥା :-
ପଦାର୍ଥର ତିନୋଟି ଅବସ୍ଥା ରହିଛି ;-
i. କଠିନ
ii. ତରଳ
iii. ଗ୍ୟାସୀୟ
a) ସ୍ଥିର ତାପମାତ୍ରାରେ କଠିନ ପଦାର୍ଥର ଆକାର, ଆକୃତି ଓ ଆୟତନର କୌଣସି ପରିବର୍ତ୍ତନ ହୁଏ ନାହିଁ |
b) ସ୍ଥିର ତାପମାତ୍ରାରେ ତରଳ ପଦାର୍ଥର ଆୟତନ ଅପରିବର୍ତ୍ତିତ ରହେ କିନ୍ତୁ ଏହାର ଆକାର ଓ ଆକୃତି ଧାରକପାତ୍ରର ଆକୃତି ଅନୁସାରେ ବଦଳିଯାଏ |
c) ସ୍ଥିର ତାପମାତ୍ରାରେ ଗ୍ୟାସୀୟ ପଦାର୍ଥର ଆକାର, ଆୟତନ ଓ ଆକୃତି ଆବଦ୍ଧ ଧାରକ ପାତ୍ରର ଆକାର ଆୟତନ ଓ ଆକୃତି ଅନୁସାରେ ହୋଇଥାଏ |
d) ତରଳ ପଦାର୍ଥ ରଖିବା ପାଇଁ ଗୋଟିଏ ପାତ୍ରର ଆବଶ୍ୟକ ହୋଇଥାଏ | ତାହା ଖୋଲା ବା ଆବଦ୍ଧ ହୋଇପାରେ |ନଚେତ ତରଳ ପଦାର୍ଥ ଉର୍ଦ୍ଧ୍ଵରୁ ନିମ୍ନକୁ ବୋହିଯାଇଥାଏ |
e) ଗ୍ୟାସୀୟ ପଦାର୍ଥକୁ ସର୍ବଦା ଆବଦ୍ଧ ପାତ୍ରରେ ରଖିବାକୁ ହୁଏ | ନଚେତ ଏହି ଗ୍ୟାସୀୟ ପଦାର୍ଥ ପାତ୍ରରୁ ବାହାରିଯାଇ ବାୟୁମଣ୍ଡଳକୁ ଚାଲିଯାଏ |
ପଦାର୍ଥର ତିନି ସାଧାରଣ ଅବସ୍ଥାର ଅନ୍ତଃ – ରୂପାନ୍ତରଣ :-
ତାପର ପ୍ରୟୋଗରେ କଠିନ ପଦାର୍ଥ ତରଳ ପଦାର୍ଥରେ ରୂପାନ୍ତରିତ ହୁଏ | ତରଳପଦାର୍ଥକୁ ଉତ୍ତପ୍ତ କଲେ ଗ୍ୟାସୀୟ ପଦାର୍ଥରେ ପରିବର୍ତ୍ତିତ ହୁଏ | ଗ୍ୟାସୀୟ ପଦାର୍ଥକୁ ଥଣ୍ଡା କଲେ ତାହା ତରଳ ଅବସ୍ଥାକୁ ଆସେ | ତରଳପଦାର୍ଥକୁ ଥଣ୍ଡା କଲେ ତାହା ପୁନଶ୍ଚ କଠିନ ଅବସ୍ଥାକୁ ଫେରିଆସେ |
· ଯେଉଁ ତାପମାତ୍ରାରେ ବରଫ ତରଳି ଜଳରେ ପରିଣତ ହୁଏ, ତାହାକୁ ଜଳର ଗଳନାଙ୍କ (melting point) କୁହାଯାଏ | ଏହି ପ୍ରକ୍ରିୟାକୁ ଗଳନ (melting) କୁହାଯାଏ |
· ଯେଉଁ ତାପମାତ୍ରାରେ ଜଳକୁ ଶୀତଳିକରଣ କରି ବରଫରେ ପରିଣତ କରାଯାଏ ସେହି ତାପମାତ୍ରାକୁ ଜଳର ହିମାଙ୍କ (freezing point)କୁହାଯାଏ | ଏହି ପ୍ରକ୍ରିୟାକୁ ଘନୀଭୂତ ବା ହିମାୟିତ କୁହାଯାଏ |
· ଯେଉଁ ତାପମାତ୍ରାରେ ଜଳ ଫୁଟି ବାମ୍ଫରେ ପରିଣତ ହୁଏ ତାହାକୁ ଜଳର ସ୍ଫୁଟନାଙ୍କ (boiling point)କହନ୍ତି | ଏହି ପ୍ରକ୍ରିୟାକୁ ସ୍ଫୁଟନ କୁହାଯାଏ |
· ଜଳ ସାଧାରଣ ତାପମାତ୍ରାରେ ଜଳ ଆପେଆପେ ବାଷ୍ପ ହେବାକୁ, ବାଷ୍ପୀକରଣ କୁହାଯାଏ | ଉଭୟ ସ୍ଫୁଟନ ଓ ବାଷ୍ପୀକରଣ ପ୍ରକ୍ରିୟାରେ ଜଳ ଓ ଅନ୍ୟାନ୍ୟ ତରଳ ପଦାର୍ଥ, ନିଜନିଜର ଗ୍ୟାସୀୟ ଅବସ୍ଥା ପ୍ରାପ୍ତ ହୋଇଥାନ୍ତି |
· ଗଳନ, ସ୍ଫୁଟନ, ବାଷ୍ପିକରଣ, ଘନିକରଣ ପରି ଉର୍ଦ୍ଧ୍ଵପାତନ ମଧ୍ୟ ଗୋଟିଏ ଭୌତିକ ପରିବର୍ତ୍ତନ |
ପଦାର୍ଥର ଗଠନ :-
· କଠିନ ପଦାର୍ଥର ଆୟତନ ପ୍ରାୟତଃ ସ୍ଥିର ଅଟେ | ଆକୃତି ମଧ୍ୟ ସ୍ଥିର ଅଟେ | କିଛି ଅଂଶ ଅଲଗା କରିବା ପାଇଁ ହାତୁଡି ବା ସେହିପରି ଲିଛି ଜିନିଷ ବ୍ୟବହାର କରିବାକୁ ପଡିଥାଏ |
· ତରଳପଦାର୍ଥ ତାହାର ଧାରକ ପାତ୍ରର ଆକୃତି ନେଇଥାଏ | ଉର୍ଦ୍ଧ୍ଵରୁ ନିମ୍ନକୁ ଗତି କରିଥାଏ | ଜଳ କଣିକାଗୁଡିକ ମଧ୍ୟରେ ଆକର୍ଷଣ ବଳ କମ୍ ଓ ପ୍ରାୟତଃ ଏକାଠି ଥାଆନ୍ତି |
· ଗ୍ୟାସୀୟ ପଦାର୍ଥର କଣିକାଗୁଡିକ ମଧ୍ୟରେ ଆକର୍ଷଣ ବଳ ଅତି କମ୍ ରହିଥାଏ | ପରସ୍ପରଠାରୁ ମୁକ୍ତ ଭାବରେ ଥାଆନ୍ତି | ଗ୍ୟାସୀୟ ପଦାର୍ଥ ଖୋଲା ପାତ୍ରରୁ ବାହାରକୁ ଚାଲିଯାଏ |
ପଦାର୍ଥର ଶ୍ରେଣୀ ବିଭାଗ :-
· ପଦାର୍ଥ ଭୌତିକ ଅବସ୍ଥା ( କଠିନାବସ୍ଥା, ତରଳାବସ୍ଥା , ଗ୍ୟାସୀୟବସ୍ଥା) ଦୃଷ୍ଟିକୋଣରୁ ତିନିକୋଣରୁ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ |
· ପଦାର୍ଥଗୁଡିକୁ ସେମାନଙ୍କ ରାସାୟନିକ ସଂରଚନା ବା ସଂଜୁତି ଅନୁସାରେ ମୌଳିକ, ଯୌଗିକ ଓ ମିଶ୍ରଣ ରୂପେ ବିଭକ୍ତ କରାଯାଏ |
· ଯେଉଁ ପଦାର୍ଥଗୁଡିକୁରେ କେବଳ ଗୋଟିଏ ପ୍ରକାର କଣିକା ଥାଏ, ସେଗୁଡିକ ବିଶୁଦ୍ଧ ପଦାର୍ଥ କୁହାଯାଏ | ମୌଳିକ ଓ ଯୌଗିକ ଏହି ପ୍ରକାର ବିଶୁଦ୍ଧ ପଦାର୍ଥ | ଆଉ କେତେକ ପଦାର୍ଥ ଅଛି, ଯେଉଁଥିରେ ଏକରୁ ଅଧିକ ପ୍ରକାରର କଣିକା ଥାଏ | କାରଣ ଏହା ଏକ ବା ଅଧିକ ବିଶୁଦ୍ଧ ପଦାର୍ଥର ମିଶ୍ରଣ ଅଟେ | ଏହିଭଳି ପଦାର୍ଥକୁ ମିଶ୍ର ପଦାର୍ଥ ବା ମିଶ୍ରଣ କୁହାଯାଏ |
· ସରଳତମ ବିଶୁଦ୍ଧ ପଦାର୍ଥକୁ “ ମୌଳିକି” କୁହାଯାଏ |
· ସାଧାରଣ ତାପମାତ୍ରାରେ ଅଙ୍ଗାରକ, ଫସଫରସ୍ , ଗନ୍ଧକ, ଆୟୋଡିନ , ସୁନା , ରୂପା , ତମ୍ବା ଇତ୍ୟାଦି କଠିନ ମୌଳିକ |
· ପାରଦ ଓ ବ୍ରୋମିନ ତରଳ ମୌଳିକ |
· ଉଦଜାନ, ଅମ୍ଳଜାନ, ଯବକ୍ଷାରଜାନ , କ୍ଳୋରିନ୍ , ହିଲିୟମ୍ ଇତ୍ୟାଦି ଗ୍ୟାସୀୟ ମୌଳିକର କେତେଗୋଟି ଉଦାହରଣ |
· ଆଜିସୁଦ୍ଧା ୧୧୮ଟି ମୌଳିକ ଥିବା ଜଣାଯାଇଛି | ଏଗୁଡିକ ମଧ୍ୟରୁ ୯୮ଟି ମୌଳିକ ପ୍ରାକୃତିକ ଓ ଅନ୍ୟଗୁଡିକ ପରିକ୍ଷାଗାରରେ ପ୍ରସ୍ତୁତ, ମନୁଷ୍ୟକୃତ | ମନୁଷ୍ୟକୃତ ମୌଳିକଗୁଡିକ ମଧ୍ୟରୁ ଅଧିକାଂଶ କ୍ଷଣସ୍ଥାୟୀ |
ମୌଳିକର ପ୍ରକାରଭେଦ :-
· ମୌଳିକଗୁଡିକୁ ସେମାନଙ୍କର ଗୁଣ ଅନୁଯାୟୀ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ | ଯଥା – ଧାତୁ (metal), ଅଧାତୁ (non –metal) ଓ ଉପଧାତୁ (metaloid) |
ମୌଳିକର ନାମ ଭୂତ୍ୱକର ଶତକଡା ଅଂଶ
ଅମ୍ଳଜାନ ୪୭
ସିଲିକନ ୨୭
ଆଲୁମିନିୟମ ୮
ଲୁହା ୫
କୋବାଲଟ ୩. ୫
ସୋଡିୟମ ୩. 0
ପୋଟାସିୟମ ୨. ୫
ମ୍ୟାଗ୍ନେସିୟମ ୨. 0
ଟିଟାନିୟମ ୦.୫
ଉଦଜାନ 0. ୧୬୭
ଅନ୍ୟାନ୍ୟ ୧. ୩୩୩
· ଯେଉଁ ପଦାର୍ଥରେ ଏକାଧିକ ମୌଳିକ ବା ଉଭୟ ମୌଳିକ ଓ ଯୌଗିକ ଯେ କୌଣସି ଅନୁପାତରେ ମିଶିକରି ଥାଏ, ତାହାକୁ ମିଶ୍ରଣ କୁହାଯାଏ | ଦ୍ରବଣ ମଧ୍ୟ ଏକ ମିଶ୍ରଣ ଅଟେ |
ପରମାଣୁ ଓ ଅଣୁ :-
· ପ୍ରତ୍ୟେକ ମୌଳିକ ପଦାର୍ଥ ଅନେକଗୁଡିଏ ତୀବ୍ର ସୂକ୍ଷ୍ମ କଣିକାର ସମଷ୍ଟି | ମୌଳିକର ଏହି କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ |
· ଯୌଗିକ ପଦାର୍ଥ ମଧ୍ୟ ଅନେକ ସୂକ୍ଷ୍ମ କଣିକାର ସମଷ୍ଟି |ଯୌଗିକର ଏହି କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ |
ମୌଳିକର ପ୍ରତୀକ : -
ପ୍ରତ୍ୟେକ ମୌଳିକର ନିଜ ନିଜର ନାମ ଅଛି | ଯେ କୌଣସି ମୌଳିକ ବିଷୟରେ ସୂଚନା ଦେବାକୁ ହେଲେ ଏହାର ସମ୍ପୂର୍ଣ୍ଣ ନାମ ଲେଖିବା ପରିବର୍ତ୍ତେ ସଂକ୍ଷେପରେ ଗୋଟିଏ /ଦୁଇଟି ଅକ୍ଷର ଲେଖିବା ସହଜ ଓ ସୁବିଧା ହୋଇଥାଏ |ଏହି ସାଙ୍କେତିକ କ୍ଷୁଦ୍ରନାମକୁ ମୌଳିକର ପ୍ରତ୍ୟକ କୁହାଯାଏ |
ମୌଳିକ ପ୍ରତୀକ
ଉଦଜାନ (Hydrogen) - H
ଯବକ୍ଷାରଜାନ (Nitrogen) - N
ଅମ୍ଳଜାନ (Oxygen) - O
କ୍ଳୋରିନ (Chlorine) - Cl
ବ୍ରୋମିନ (Bromine) - Br
ସୋଡିୟମ (Natrum) - Na
ପଟାସିୟମ (Kalium) - K
ମାଗ୍ନେସିୟମ (Magnesium) - Mg
କ୍ୟାଲସିୟମ (Calcium) - Ca
ଜିଙ୍କ (Zinc) - Zn
ଆୟୋଡିନ (Iodine) - I
ହିଲିୟମ (Helium) - He
ନିୟନ (Neon) _ Ne
ଅଙ୍ଗାରକ (Carbon) - Ca
ଫସଫରସ (Phosphorous) - P
ଗନ୍ଧକ (Sulpher) - S
ସିଲିକନ (Silicon) - Si
ମାଙ୍ଗାନିଜ (Manganese) - Mn
ସୀସା (Plumbum) - Pb
ଲୁହା (Ferrum) - Fe
ତମ୍ବା (Cuprum) - Cu
ପାରଦ (Hydragyrum) - Hg
ସୁନା (Aurum) - Au
ରୂପା (Argentum) - Ag
· କେତେକ ମୌଳିକର ଅଣୁ ଏହାର ପରମାଣୁଠାରୁ ଭିନ୍ନ | ଉଦାହରଣ ସ୍ଵରୂପ ଉଦଜାନ ମୌଳିକର ଅଣୁରେ ଦୁଇଟି ପରମାଣୁ ଥାଏ | ତେଣୁ ଉଦଜାନ ଅଣୁକୁ ଭିନ୍ନ ଏକ ଉପାୟରେ ଦର୍ଶାଯାଇଥାଏ | ତାହାକୁ ଆଣବିକ ସଙ୍କେତ କୁହାଯାଏ |
ଯୌଗିକ ପଦାର୍ଥ ଓ ତାହାର ଆଣବିକ ସଙ୍କେତ :-
ଯୌଗିକ ସଙ୍କେତ
ଜଳ H2O
ଅଙ୍ଗାରକାମ୍ଳ CO2
କାର୍ବନ ମନୋକ୍ସାଇଡ଼ Co
ସଲଫର ଡାଇଅକ୍ସାଇଡ SO2
ଅମୋନିଆ NH3
କ୍ଷାରସୋଡ଼ା Na2CO310H2O
ବେକିଂ ସୋଡ଼ା NaHCO3
ସୋଡିୟମ ହାଇଡ୍ରକ୍ସାଇଡ NaOH
ପୋଟାସିୟମ ହାଇଡ୍ରକ୍ସାଇଡ KOH
କ୍ୟାଲସିୟମ କାର୍ବୋନେଟ CaCO3
ଚୁନପାଣି ବା କ୍ୟାଲସିୟମହାଇଡ୍ରକ୍ସାଇଡ Ca(OH)2
ସଲଫୁରିକ ଏସିଡ H2SO4
ନାଇଟ୍ରିକ ଏସିଡ HNO3
ହାଇଡ୍ରୋକ୍ଲୋରିକ ଏସିଡ HCL
ଗ୍ଲୁକୋଜ୍ C6H12O6
ଚିନି ବା ସୁକ୍ରୋଜ C12H22O11
ମୌଳିକଗୁଡିକୁ ସେମାନଙ୍କର ପ୍ରତୀକ ସାହାଯ୍ୟରେ ଓ ଯୌଗିକଗୁଡିକୁ ସେମାନଙ୍କର ସଙ୍କେତ ସାହାଯ୍ୟରେ ସଂକ୍ଷେପରେ ଦର୍ଶାଯାଇଥାଏ |