- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- ଦ୍ଵିତୀୟ ଅଧ୍ୟାୟ : ଭୌତିକ ଓ ରାସାୟନିକ ପରିବର୍ତ୍ତନ
- Bhoutika O Rasayanika Paribartana ( ଭୌତିକ ଓ ରାସାୟନିକ ପରିବର୍ତ୍ତନ ) Class 7 Science Chapter 2 -Notes
Bhoutika O Rasayanika Paribartana ( ଭୌତିକ ଓ ରାସାୟନିକ ପରିବର୍ତ୍ତନ ) Class 7 Science Chapter 2 -Notes
Language : Odia
Odia Medium Class 7 Science Chapter 2 Bhoutika O Rasayanika Paribartana ( ଭୌତିକ ଓ ରାସାୟନିକ ପରିବର୍ତ୍ତନ ) Notes
· ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ |
· ଏହି ସବୁ ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର, ଯଥା – ଭୌତିକ ଓ ରାସାୟନିକ ପରିବର୍ତ୍ତନ |
· ଭୌତିକ ପରିବର୍ତ୍ତନଗୁଡିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ | ଏଥିଯୋଗୁଁ ଭୌତିକ ପରିବର୍ତ୍ତନରେ ପଦାର୍ଥର କେବଳ ଭୌତିକ ପରିବର୍ତ୍ତନରେ ପଦାର୍ଥର କେବଳ ଭୌତିକ ଧର୍ମର ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ |
· ରାସାୟନିକ ପରିବର୍ତ୍ତନ ଗୁଡିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ | ସେଥିପାଇଁ ରାସାୟନିକ ପରିବର୍ତ୍ତନ ବେଳେ ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ |
· ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ୍ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, ଖଣ୍ଡେ କାଠିକୁ ଭାଙ୍ଗି ଦୁଇ ଖଣ୍ଡ କରିବା ଓ ଦୁଇଟି କାଗଜକୁ ଅଠା ଦେଇ ଯୋଖିବା ଇତ୍ୟାଦି ପରିବର୍ତ୍ତନଗୁଡିକ ଭୌତିକ ପରିବର୍ତ୍ତନ ଅଟେ |
· କାଠ, ରନ୍ଧନ ଗ୍ୟାସ ଇତ୍ୟାଦି ସବୁପ୍ରକାର ଇନ୍ଧନର ଦହନ, ଲୁହାରେ କଳଙ୍କ ଲାଗିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ |
ଭୌତିକ ପରିବର୍ତ୍ତନ :-
· ଏହି ପରିବର୍ତ୍ତନରେ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ନାହିଁ |
· ପଦାର୍ଥର ଏହି ପରିବର୍ତ୍ତନ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ |
· ଏହା ଦ୍ଵାରା ପଦାର୍ଥର ଓଜନ (ବସ୍ତୁତ୍ଵ) ର ହ୍ରାସ ବା ବୃଦ୍ଧି ହୁଏ ନାହିଁ |
· ଏହା ଦ୍ଵାରା ଉତ୍ତାପ ହ୍ରାସ ବା ବୃଦ୍ଧି ହୋଇପାରେ ବା ନ ହୋଇପାରେ |
· ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର କୌଣସି ରାସାୟନିକ ଧର୍ମର ପରିବର୍ତ୍ତନ ହୁଏ ନାହିଁ କେବଳ ଭୌତିକ ଧର୍ମ ଯଥା ଅବସ୍ଥା, ବର୍ଣ୍ଣ, ଗନ୍ଧ ଇତ୍ୟାଦିରେ ପରିବର୍ତ୍ତନ ଘଟିଥାଏ |
ରାସାୟନିକ ପରିବର୍ତ୍ତନ :-
· ଏହି ପରିବର୍ତ୍ତନରେ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ଉତ୍ପନ୍ନ ହୁଏ |
· ଏହା ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ |
· ଏହା ଦ୍ଵାରା ଯେଉଁ ପଦାର୍ଥ ପରିବର୍ତ୍ତିତ ହୁଏ ତାହାର ଓଜନ ହ୍ରାସ ବା ବୃଦ୍ଧି ହୁଏ |
· ଏହି ପରିବର୍ତ୍ତନ ବେଳେ ଊଣା ଅଧିକେ ଉତ୍ତାପର ହ୍ରାସ ବା ବୃଦ୍ଧି ହୋଇଥାଏ | ସମୟେ ସମୟେ ଆଲୋକ, ଅତି ବାଇଗଣି ରଶ୍ମୀ ଅବଶୋଷିତ ହୁଏ ବା ବାହାରେ |
· ଏହି ପରିବର୍ତ୍ତନ ଯୋଗୁଁ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥିବାରୁ, ତାହା ଉଭୟ ନୂତନ ଭୌତିକ ଓ ରାସାୟନିକ ଧର୍ମଯୁକ୍ତ ହୋଇଥାଏ |
ରାସାୟନିକ ପ୍ରତିକ୍ରିୟା :-
· ରାସାୟନିକ ପରିବର୍ତ୍ତନ ବେଳେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ |
ରାସାୟନିକ ସମୀକରଣ :-
· ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଙ୍କେତିକ ରୂପରେ ପରିପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ |
· ଏହି ସମୀକରଣ ଗଣିତରେ ବ୍ୟବହାର ହେଉଥିବା ସମୀକରଣ ଠାରୁ ଭିନ୍ନ |
· ରାସାୟନିକ ପ୍ରକ୍ରିୟାରେ ଯେଉଁ ଯେଉଁ ପଦାର୍ଥ ଅଂଶଗ୍ରହଣ କରିଥାଏ ସେଗୁଡିକୁ ପ୍ରତିକାରକ କୁହାଯାଏ ଏବଂ ସେହି ପ୍ରତିକ୍ରିୟାରେ ଯେଉଁ ଯେଉଁ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ସେଗୁଡିକ ଉତ୍ପାଦ କୁହାଯାଏ |
· ଗୋଟିଏ ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧିକ ପ୍ରତିକ୍ରିୟା ବ୍ୟବହୃତ ହୋଇପାରେ |
· ସେହିପରି ଗୋଟିଏ ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧିକ ଉତ୍ପାଦ ଉତ୍ପନ୍ନ ହୋଇଥାଏ |
ରାସାୟନିକ ସମୀକରଣ ଲେଖିବାର ନିୟମ :-
· ରାସାୟନିକ ସମୀକରଣ ଲେଖିବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଙ୍କେତ ଜାଣିଥିବା ଆବଶ୍ୟକ |
· ରାସାୟନିକ ସମିକରଣର ବାମ ପାର୍ଶ୍ଵରେ ପ୍ରତିକାରକ ଗୁଡିକର ସଙ୍କେତ ଓ ଡାହାଣ ପାର୍ଶ୍ଵରେ ଉତ୍ପାଦ ଗୁଡିକର ସଙ୍କେତ ଦେଖାଯାଏ |
· ଯଦି କୌଣସି ସମୀକରଣ ଲେଖିବା ବେଳେ ଏକରୁ ଅଧିକା ଉତ୍ପାଦକୁ ପ୍ରକାଶ କରିବାକୁ ଆବଶ୍ୟକ ହୋଇଥାଏ, ତେବେ ସେଗୁଡ଼ିକର ଅଣୁ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖାଯାଏ |
. ସମୀକରଣର ବାମପାର୍ଶ୍ଵ ଓ ଡାହାଣ ପାର୍ଶ୍ଵକୁ ପୃଥକ୍ କରିବା ସ୍ଥାନରେ “ତୀର” ଚିହ୍ନ ଲେଖାଯାଏ | ପ୍ରତିକାରକ ଓ ଉତ୍ପାଦ ମଧ୍ୟରେ ଏହି ତୀର (→) ଚିହ୍ନ ଦିଆଯାଏ |
· ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନ ପର ବସ୍ତୁତ୍ୱ ସର୍ବଦା ସମାନ ରହେ |
· ରାସାୟନିକ ସମୀକରଣ ଦୁଇପ୍ରକାରର ଲେଖାଯାଇଥାଏ ; ସମତୁଲ ଓ ଅସମତୁଲ ରାସାୟନିକ ସମୀକରଣ |
ମ୍ୟାଗ୍ନେସିୟମ + ଅମ୍ଳଜାନ → ମ୍ୟାଗ୍ନେସିୟମ ଅକ୍ସାଇଡ
Mg + O2 → Mgo (ଅସମତୁଲ)
Mg + O2 → 2Mgo
_________________________________
2Mg + O2 = 2Mgo (ସମତୁଲ)
· ସମତୁଲ ସମୀକରଣ ଲେଖଲାବେଳେ ତୀର ଚିହ୍ନ ସ୍ଥାନରେ ସମାନ ଚିହ୍ନ ଲେଖାଯାଏ |
· ରାସାୟନିକ ସମିକରଣକୁ ସମତୁଲ କରିବା ବେଳେ ପ୍ରତିକାରକ ଓ ଉତ୍ପାଦଗୁଡିକର ସଙ୍କେତକୁ କେବେହେଲେ ବଦଳାଇବ ନାହିଁ |