LRNR

Chilikara Sayantana Drushya ଚିଲିକାରେ ସାୟନ୍ତନ ଦୃଶ୍ୟ Class 10 Chapter 4 Question and Answer


Language: en


ଚିଲିକାରେ ସାୟନ୍ତନ ଦୃଶ୍ୟ

୧. ଭାଲେରି ଶିଖରରେ ସନ୍ଧ୍ୟାତାରା ଦେଖି

ଆସନ୍ତି ପଟିକା ମହୋଲ୍ଲାସେ ଟେକି |

ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଛନ୍ତି |

ଉ : ମିନଜୀବୀ

୨. ନିଶା ଆଗମନରେ ଅବନୀ କେଉଁ ରୂପ ଧାରଣ କରିଛି ?

ଉ : ନିଶ୍ଚଳ

୩. ଅର୍ଥଗତ ପାର୍ଥକ୍ୟ ଦର୍ଶାଅ |

ଆସେ – ଆସିବା ଅର୍ଥରେ

ଆଶେ – ଆଶା କରିବା ଅର୍ଥରେ

ଦୁକୂଳ – ଲୁଗା, ପାଟବସ୍ତ୍ର

ଦିକୂଳ – ନଦୀରେ ଦୁଇକୂଳ

ଦିକୁଳ – ପିତୃବଂଶ ଓ ମାତୃବଂଶ

ତରଣୀ – ନୌକା

ତରଣି –ସୂର୍ଯ୍ୟ

ଦ୍ଵିପ – ହାତୀ

ଦୀପ – ଆଲୋକ ଦାନକାରୀ ପ୍ରଦୀପ (ଦୀପ, ଆଲୋକ)

୪. ନିମ୍ନଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ |

ଶବ୍ଦ ପ୍ରତିଶବ୍ଦ

ସମୁଦ୍ର ସାଗର, ଅର୍ଣ୍ଣବ

ମାରୁତ ପବନ, ବାୟୁ

ଅବନୀ ଧରଣୀ,ପୃଥିବୀ,

ନିଶୀଥିନୀ ରାତି, ବିଭାବରୀ

ବାଗୀଶ୍ଵରୀ ସରସ୍ଵତୀ, ବାଗ୍ଦେବୀ

୫. “ବାଗୀଶ୍ଵରୀ” ଶବ୍ଦର ସନ୍ଧିବିଚ୍ଛେଦ:

ଉ : ବାକ୍ + ଈଶ୍ଵରୀ

୬. “ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ” – ଏକଥା କାହାକୁ ଲକ୍ଷ୍ୟକରି କୁହାଯାଇଛି ?

ଉ : କବିବର ରାଧାନାଥ ରାୟ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

୭. ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣନା କରିଛନ୍ତି ?

ଉ : କବିବର ରାଧାନାଥ ରାୟ ଆଲୋଚ୍ୟ କବିତାରେ ଚିଲିକା କୂଳରେ ଉପଲବ୍ଧ କରିଥିବା ଚିଲିକାର ସାୟନ୍ତନ – ସନ୍ଧ୍ୟା କାଳୀନ ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି |

୮. ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ?

ଉ : ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି – “ମଧୁରହାସିନୀ” ଓ “ଜ୍ୟୋସ୍ନା – ଦୁକୂଳ ବାସିନୀ” ଆଦି ଶବ୍ଦପୁଞ୍ଜର ବ୍ୟବହାର କରିଛନ୍ତି |

୯. “ଗଲାଣି ତ ଗଲା କଥାରେ ସଙ୍ଗାତ”ର ଅର୍ଥ କ'ଣ ?

ଉ : କବିଙ୍କର ଏକ ଲୋକପ୍ରିୟ ଗୀତଭାବେ ପରିଗଣିତ “ଗଲାଣି ତ ଗଲା କଥାରେ ସଙ୍ଗୀତ” ଗୀତରେ କୃଷ୍ଣଙ୍କୁ ଦେଖି ରାଧାଙ୍କ

ବିବଷତା ପ୍ରକାଶ ପାଇବ ଓ ସେଥିରୁ ନିଷ୍ପତ୍ତି ପାଇଁ ବ୍ୟାକୁଳ ଥିବା ବେଳେ ସଖୀଙ୍କ ପ୍ରଶ୍ନର ଉତ୍ତରରେ ରାଧାଙ୍କର “ଗଲାଣି ତ ଗଲା” କଥା କହି ପ୍ରସଙ୍ଗକୁ ଏଡାଇ ଯିବାପରି କଥା ବର୍ଣ୍ଣିତ ହୋଇଛି |

୧୦. ପୋତପାଳ ମଶାଲ କାଳିଛି କାହିଁକି ?

ଉ : ସନ୍ଧ୍ୟା ହେବାରୁ ପୋତପୋକମାନେ ଚିଲିକାରେ ମେଲିଥିବା ନୌକାରେ ମଶାଲ ଜାଲିଛନ୍ତି | ଅନ୍ୟ ଉଦ୍ଦେଶ୍ୟ ହେଲା ଚିଲିକାରୁ ମାଛ ମାରିବା | ଆଲୋକ ଦେଖି ମତ୍ସ୍ୟମାନେ ନାଆକୁ ଲମ୍ପିଦେବେ ଓ ଧରା ପଡ଼ିବେ | ଏଇ ଉଦ୍ଦେଶ୍ୟରେ ପୋତପାଳ ବା ନାବିକମାନେ ପୋତରେ ମଶାଲ ଜାଳିଛନ୍ତି |

୧୧. ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି ?

ଉ : କବି ଦୁଃଖୀ ମଣିଷର ଆଶାର ଉତଥାନ ପତନ ସହିତ ଶିଖର ଉଠା – ପକାକୁ ତୁଳନା କରିଛନ୍ତି |

୧୨. କେଉଁ ଦୃଶ୍ୟକୁ କବି ପାରଦ – ଧରତ ବୋଲି ବର୍ଣ୍ଣନା କରିଛନ୍ତି ?

ଉ : ରାତି ବଢ଼ିବାରୁ ଅବନୀ ନିଶ୍ଚଳ ହୋଇପଡ଼ିଛି | ଲୋକକୋଳାହଳ ସ୍ଥିର ହୋଇଯାଇଛି | ଜଳ – ସ୍ଥଳ – ଆକାଶ ଚତୁର୍ଦ୍ଦିଗରେ ବିଛାଇ ହୋଇପଡ଼ିଛି ଜ୍ୟୋତ୍ସ୍ନା | ଜ୍ୟୋତ୍ସ୍ନାପ୍ଲାବିତ ଧରିତ୍ରୀ ମନେହୋଇଛି ପାରଦରେ ଧୌତ ହୋଇଛି | ଜ୍ୟୋତ୍ସ୍ନାପ୍ଲାବିତ ଧରିତ୍ରୀର ଦୃଶ୍ୟକୁ କବି ପାରଦ ଧଉତ ବୋଲି ତୁଳନା କରି ଅଛନ୍ତି |

୧୩. ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭାପାଉଛି ?

ଉ : ହ୍ରଦମଧ୍ୟରେ ଦ୍ଵୀପ, ପାହାଡ଼, ବନରାଜି ଓ ନାସି ଆଦିଙ୍କର ପ୍ରତିବିମ୍ବ ଶୋଭା ପାଇଥାଏ | କାରଣ ଏମାନେ ଚିଲିକା ମଧ୍ୟରେ ଓ ତୀରଭାଗରେ ଥାଇ ତା’ର ଜଳରାଶିରେ ପ୍ରତିବିମ୍ବିତ ହୋଇଥାନ୍ତି |

୧୪. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟ ସହିତ ତୁଳନା କରାଯାଇଛି ?

ଉ : ସର୍ପରେ ଶୋଭିତ ଶିବଙ୍କ ଶରୀରପରି ଅରଣ୍ୟ ଛାୟା ଓ ଆଲୋକର ମିଶ୍ରଣରେ ଶୋଭା ପାଉଅଛି ବୋଲି କବି ସୂଚିତ କରି ଅଛନ୍ତି |

୧୫. ନିଶୀର୍ଥନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?

ଉ : ଚିଲିକାତୀରସ୍ତୁ ପାହାଡ଼ ତଥା ବନରାଜିରେ ରାତ୍ରିର ଗଭୀରତା ହେତୁ ଜନଗହଳି ନଥିବାରୁ ତାହା ପ୍ରଶାନ୍ତ ରୂପ ଧାରଣ କରିଛି | ଏପରି ନିର୍ଜନ ପରିବେଶରେ ଦୂରର ଝରନାଦ ଓ ଝିଙ୍କାରୀର ଝଙ୍କାର ରାତ୍ରିର ପ୍ରଭାବକୁ କେବଳ ପ୍ରଚାର ମଧ୍ୟରେ ପ୍ରକାଶ କରିଛନ୍ତି |

ସପ୍ରସଙ୍ଗ ସରଳାର୍ଥ

୧୬. “ଉଲ୍ଲାସର ଆତ୍ମା ପ୍ରାୟେ ଗୀତ – ତାନ

ହ୍ରଦ ନୀଳ-ବକ୍ଷେ କରେ ଅଧିଷ୍ଠାନ |”

ଉ : ଶଂସିତ କବିତାଂଶଟି କବିବର ରାଧାନାଥ ରାୟଙ୍କ ଚିଲିକା କାବ୍ୟସ୍ତ – “ଚିଲିକାରେ ସାୟନ୍ତନ ଦୃଶ୍ୟ” କାବ୍ୟ ପ୍ରସଙ୍ଗରୁ ଉଦ୍ଧୃତ | ମତ୍ସ୍ୟଜୀବୀମାନଙ୍କ ଉଲ୍ଲସିତ ହୃଦୟର ଭାବକୁ ଏଠାରେ କବି ପ୍ରକଟିତ କରିଅଛନ୍ତି |

ସୂର୍ଯ୍ୟାସ୍ତକାନରେ ଚିଲିକାବକ୍ଷରେ ପୂର୍ବଦିଗରେ ମୀନଜୀବୀମାନଙ୍କର ନାବଗୁଡ଼ିକ ଚିତ୍ରପରି ସ୍ଥାନେ ସ୍ଥାନେ ଲକ୍ଷିତ ହୋଇଅଛନ୍ତି | ମାନଜୀବୀମାନେ ସମୁଦ୍ର ମୁହାଣରେ ମାଛଧରି ନିଜ ନିଜ ଘରକଥା ମନରେ ଭାବି ଭାଲେରି ଶିଖରରେ ସନ୍ଧ୍ୟାତାରା ଦେଖିବାମାତ୍ରେ ନୌକାର ପାଲକୁ ଟେକି ଅତ୍ୟନ୍ତ ଆନନ୍ଦ ମନରେ ଫେରିଆସୁଛନ୍ତି | ସେମାନଙ୍କର ଏହି ଜଳ ଯାତ୍ରାକାଳରେ, ଚନ୍ଦ୍ରଚର୍ଚ୍ଚିତ ଚିଲିକାରେ ଯେଉଁ ସୁଷମା ସୃଷ୍ଟି ହୋଇଛି, ତାହା ବେଶ୍ ପରିଚ୍ଛନ୍ନ ଓ ସାତ୍ତ୍ଵିକ ମନେହୋଇଛି | ସେମାନଙ୍କ ଉଲ୍ଲସିତ ଆତ୍ମା ଧ୍ଵନିତ କରିଛି କବି ସୂର୍ଯ୍ୟଙ୍କ ଗୀତରପଦକୁ | ଆନନ୍ଦିତ ମନ ଓ ଉଲ୍ଲସିତ ଆତ୍ମାହେତୁ ସେମାନେ କବି ସୂର୍ଯ୍ୟଙ୍କ ଗୀତଗାଇ ନାଆ ମେଲି ଦେଇଛନ୍ତି ଚିଲିକାର ବକ୍ଷରେ | ସେମାନଙ୍କ କଣ୍ଠରୁ ଝରି ପଡୁଥିବା କବି ସୂର୍ଯ୍ୟ ବଳଦେବଙ୍କର ଚମ୍ପୁ ଗୀତକୁ ଚିଲିକାର ସମୀରଣ ଦୂରରୁ ତାରକୁ ବହି ଆଣୁଛି | ଉଲ୍ଲାସର ଆତ୍ମ ସ୍ୱରୂପ ସେମାନଙ୍କର ସଙ୍ଗାତରେ ଚିଲିକା ନିଲବକ୍ଷକୁ ଆନ୍ଦୋଳିତ କରୁଛି ଓ ମନେ ହେଉଛି ତାହା ଯେପରି ସେଇଠି ଅଧିଷ୍ଠିତ ହୋଇଛି |

୧୭. ପାପଗର୍ତ୍ତେ ଯେହ୍ନେ ପଡଇ ଅଜ୍ଞାନ

ତରୀ - ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ |

ଉ : ଶଂସିତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ “ଚିଲିକାର ସାୟନ୍ତନ” କବିତାରୁ ଗୃହୀତ | ଆଲୋଚ୍ୟ ପଦଟିରେ କବି ପାପ ଗର୍ତ୍ତରେ ଅଜ୍ଞାନ ପଡିବାପରି ଆଲୋକର ଆକର୍ଷଣରେ ଡଙ୍ଗା ଗର୍ଭକୁ ଡେଇଁ ମୃତ୍ୟୁ ମୁଖରେ ମୀନ ପଡିବାର ପ୍ରସଙ୍ଗକୁ ତୁଳନାତ୍ମକଭାବେ ସୂଚିତ କରିଅଛନ୍ତି |

ଚିଲିକାରେ ସନ୍ଧ୍ୟା ଉପନୀତ | ମତ୍ସ୍ୟଜୀବୀମନେ ମେଲି ଢେଲାଣି ମାଛ ମରା ପୂର୍ବ ଆରମ୍ଭ କରି | ମାଛଙ୍କୁ ଆକର୍ଷଣ କରିବା ପାଇଁ ସେମାନେ ଡଙ୍ଗାରେ ଜାଳି ଦେଉଛନ୍ତି ମଶାଲ | ଏଇ ମଶାଲ ର ତୁରନ୍ତ ଆକର୍ଷଣରେ ମାଛମାନେ ଡଙ୍ଗାକୁ ଡେଇଁବେ ଆଉ ମିନଜୀବୀର କବଳିତ ହୋଇ ଜୀବନ ହାରିବେ | ଏହି ସାଧାରଣ ପ୍ରସଙ୍ଗକୁ କବି ଚମତ୍କାର କାବ୍ୟକ ଭାବନାରେ ଉତ୍ତୀର୍ଣ୍ଣ କରିଛନ୍ତି | ସଂସାରରେ ଅଜ୍ଞାନ ପାପ -ପୁଣ୍ୟର କଳନା କରିପାରେ ନାହିଁ | ନିଜର ଅଜ୍ଞାନପଣରେ ସେ ପାପକବଳିତ ହୁଏ | ପାଦ ରୂପରେ ରସ୍ୟ ଦିଶେ ; ମାତ୍ର ସ୍ପର୍ଶରେ ମାରାତ୍ମକ | ତେଣୁ ପାପର ରୂପରେ ମୋହିତ ଅଜ୍ଞାନ, ବିଚାର ଶୂନ୍ୟ ହୋଇ ତା’ର ସ୍ପର୍ଶରେ ଯେପରି କବଳିତ ହୁଏ, ସେହିପରି ମଶାଲ ଶିଖାର ଆକର୍ଷଣରେ ତରୀଗର୍ଭକୁ ଡେଇଁ ମୀନ ପ୍ରାଣ ବିସର୍ଜନ କରେ | ଏଠାରେ ମୀନକୁ ପାପୀ ଓ ମଶାଲ ଶିଖାକୁ ପାପତୁଲ୍ୟ ବିଚାର କରି କବି ଚମତ୍କାର କାବ୍ୟ ନ୍ୟାୟ ପ୍ରଦାନ କରିଛନ୍ତି |

୧୮. “ପ୍ରତିବିମ୍ବରାଜ ଦ୍ୱୀପ-ଶୈଳ-ତଳ

ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତଃସୁଳେ |”

ଉ : ଉଦ୍ଧୃତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ “ଚିଲିକାରେ ସାୟନ୍ତନ” କବିତାରୁ ସଙ୍କଳିତ | ଚନ୍ଦ୍ରଚର୍ଚ୍ଚିତ ରଜନୀରେ ଚିଲିକାତୀରସ୍ତୁ ପୂର୍ବସୁ ବନରାଜି କିପରି ଚିଲିକା ହ୍ରଦର ନୀଳ ଜଳରାଶିରେ ସ୍ପଷ୍ଟ ପ୍ରତିବିମ୍ବିତ ହୋଇଥିବାର କବି ଲକ୍ଷ୍ୟ କରିଛନ୍ତି ତାହାର ଚମତ୍କାର ବର୍ଣ୍ଣନା ଦେଇଅଛନ୍ତି |

ରାତି ବଢ଼ିଛି ଚିଲିକା ତୀରରେ | ରାତିର ବୟସ ବଢ଼ିବାରେ ଚତୁର୍ଦ୍ଦିଗ ହୋଇଛି ନିଶ୍ଚଳ ଓ ଜ୍ୟୋସ୍ନାପ୍ଲାବନରେ ଦିଶିଛି ନିର୍ମଳ | ଜଳ, ସ୍ଥଳ, ଆକାଶ ଜ୍ୟୋତ୍ସ୍ନାରେ ପ୍ଲାବିତ ହୋଇଥିବାରୁ ସମଗ୍ର ସୃଷ୍ଟି ଯେପରି ପାରଦ ଧୌତ ହେବାର ପ୍ରତୀତି ଆଣିଛି | ଦ୍ଵୀପ, ଶୈଳ ପ୍ରଭୃତିର ପ୍ରତିବିମ୍ବ ଚିଲିକା ହ୍ରଦର ଅନ୍ତଃସ୍ଥଳରେ ସ୍ପଷ୍ଟରୂପେ ପ୍ରତିବିମ୍ବିତ ହୋଇଥିବାର କବି ଲକ୍ଷ୍ୟ କରିଛନ୍ତି | ଜ୍ୟୋସ୍ନାର୍ଣ୍ଣବରେ ଭାସି ଗିରି, ବନ, ନାସି ଆଦି ସ୍ପଷ୍ଟ ଭାବରେ ନିଜର ସ୍ଥିତି ଜାହିରରେ ସମର୍ଥ ହୋଇଛନ୍ତି |

ବାସ୍ତବରେ ଉକ୍ତ ବର୍ଣ୍ଣନା କବିଙ୍କ କଳ୍ପନାବିଳାସର ଚମତ୍କାର ଏକ ଭବ୍ୟ ଉଦାହରଣ ମାତ୍ର |


୧୯. “କଳି ଉପଦ୍ରବେ ତ୍ୟଜି ଲୋକାଳୟ

ଶାନ୍ତି କି ଏ ସ୍ଥଳେ ଭାଜିଲେ ଆଶ୍ରୟ |”

ଶଂସିତ କବିତାଂଶଟି କବିବର ରାଧାନାଥ ରାୟଙ୍କ କବିତା “ଚିଲିକାରେ ସାୟନ୍ତନ”ରୁ ଆସିଅଛି | ଚିଲିକାରୀର ଶାନ୍ତିର ସ୍ଵରୂପ ଏଠାରେ ଚମତ୍କାର କଳ୍ପନାବିଳାସ ଦେଇ କରି ଉତ୍ତରିତ କରି ଅଛନ୍ତି |

ଚିଲିକା ତୀରରେ ବିଦ୍ୟମାନ ହୋଇଛି ସନ୍ଧ୍ୟାକାଳ | ରାତିର ବୟସ କ୍ରମଶଃ ବଢ଼ିବାରୁ ଜନବସତିରେ ଆଶ୍ଚର୍ଯ୍ୟ ନିରବତା ଓ କ୍ରମେ କ୍ରମେ ନିଶ୍ଚଳତା ବଢ଼ିଯାଇଛି | ଗିରି, ବନାଦିରେ ଏଠାରେ ଆଉ ମନୁଷ୍ୟ ଗହଳି ନଥିବାରୁ ସେ ସ୍ଥାନ ବେଶ୍ ପ୍ରଶାନ୍ତ ଓ ସାତ୍ତ୍ୱିକ ମନେ ହୋଇଛି | ଚନ୍ଦ୍ରଚର୍ଚ୍ଚିତ ଚିଲିକାର ଗୀର ଓ ବକ୍ଷରେ ଖେଳିଯାଇଛି ଏକ ଅପୂର୍ବ ପ୍ରଶାନ୍ତି | ଏପରି ନିର୍ଜନ ଓ ଶାନ୍ତ ପରିବେଶରେ ଦୂରରୁ ଶୁଣାଯାଉଥିବା ଝରନାଦ ଓ ଝିଙ୍କାରୀର ଝଙ୍କାର ଯାହା ରାତ୍ରିର ବିଳମ୍ବିତ ପ୍ରହର ଗଭୀରତାର ପ୍ରଭାବକୁ ସୂଚିତ କରୁଥା'ନ୍ତି | ମନେହୁଏ କଳିର ଉପଦ୍ରବରେ ଯେପରିକି “ଶାନ୍ତି” ଲୋକାଳୟ ତ୍ୟାଗ କରି ଏହି ସ୍ଥାନରେ ନିରାପଦରେ ଆଶ୍ରୟ ନେଇଛନ୍ତି | ଚିଲିକାତୀରସ୍ଥ ଶୋଭାରାଜି ଭିତରେ ଏହି ଅପରୂପ “ଶାନ୍ତି”ର ଉପସ୍ଥିତି ମନକୁ କରିଛି ସାତ୍ତ୍ୱିକ ଭାବନିଷ୍ଠ |


ବାସ୍ତବରେ ଉକ୍ତ ବର୍ଣ୍ଣନା ବେଶ୍ ଭାବୋଦ୍ଦୀପକ ହୋଇପାରିଛି |

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨୦. ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର |

ଉ : ଆଧୁନିକ ଓଡ଼ିଆ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ ସ୍ୱକୀୟ କାବ୍ୟ ଶୈଳୀ ନିମିତ୍ତ ଓଡ଼ିଆ କାବ୍ୟ ଜଗତରେ ଚିରସ୍ମରଣୀୟ | ଉଭୟ ପ୍ରାଚ୍ୟ ପାଶ୍ଚାତ୍ୟ କାବ୍ୟଦର୍ଶନରେ ଅନୁପ୍ରାଣିତ ଏହି ପ୍ରତିଭାଧର କବିଙ୍କର ବହୁସ୍ରାବୀ ଲେଖନୀରୁ ଝରିଆସିଛି ନାନାବିଧ କାବ୍ୟରାତି | “ଚିଲିକା ଖଣ୍ଡକାବ୍ୟ” ସେଥିରୁ ଅନ୍ୟତମ | ରକ୍ତ ଖଣ୍ଡ କାବ୍ୟର ୫୮୩ ରୁ ୬୩୬ ପଙକ୍ତିର ବିଷୟ ବିନ୍ୟାସକୁ ନେଇ ଗଠିତ “ଚିଲିକାରେ ସାୟନ୍ତନ” ପଦ୍ୟର ସୃଷ୍ଟି | ଚିଲିକାରେ ସନ୍ଧ୍ୟାକାଳୀନ ପଶ୍ଚିମତତସ୍ଥ ଅପୂର୍ବ ପ୍ରାକୃତିକ ଶୋଭା ବର୍ଣ୍ଣନାରେ କବିଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଛି | ଏହି ବର୍ଣ୍ଣନା କବିଙ୍କର କଳ୍ପନାରେ ଯେପରି ମଧୁର ସେପରି ଚେତନାଦୀସ୍ତ ହୋଇଉଠିଛି |

ଚିଲିକାର ନୀଳ ଜଳରାଶିକୁ ଅବତରଣ କଲା ସାୟଂକାଳ; ହେଲେ ଚନ୍ଦ୍ରଚର୍ଚ୍ଚିତ ସେ ସନ୍ଧ୍ୟାରେ ଚିଲିକା ଥିଲା ଶୋଭାରାଶିରେ ଅତୁଳନୀୟା | ଦିଗ୍‌ବଳୟବ୍ୟାପୀ ନୀଳ ଜଳରାଶିକୁ ଚନ୍ଦ୍ରକରିଣ ନିଜର ଶୁକ୍ଳବର୍ଣ୍ଣରେ ରଞ୍ଜିତ କଲା | ପୂର୍ବଦିଗରେ ମୀନଜୀବୀମାନଙ୍କର ନାବଗୁଡ଼ିକ ଚିତ୍ରପରି ସ୍ଥାନେ ସ୍ଥାନେ ଦେଖାଯାଉଅଛି | ମୀନଜୀବୀମାନେ ସମୁଦ୍ର ମୁହାଣରେ ମାଛଧରି ନିଜ ନିଜର ଘରକଥା ମନରେ ଭାବି ଭାଲେରି ଶିଖରରେ ସନ୍ଧ୍ୟାତାରା ଦେଖ‌ିବାମାତ୍ରେ ନୌକାର ପାଲକୁ ଟେକି ଅତ୍ୟନ୍ତ ଆନନ୍ଦ ମନରେ ଫେରୁଅଛନ୍ତି | ସେମାନଙ୍କ କଣ୍ଠରୁ ଝରିପଡ଼ୁଥିବା କବିସୂର୍ଯ୍ୟ ବଳଦେବଙ୍କର ଚମ୍ପୂ ଗୀତକୁ ଚିଲିକାର ସମୀରଣ ଦୂରରୁ ବହନ କରି ଆଣୁଅଛି | ଉଲ୍ଲାସର ଆମ୍ବ ସ୍ୱରୂପ ସେମାନଙ୍କର ସଙ୍ଗୀତର ତାନ ଚିଲିକାର ନୀଳବକ୍ଷରେ ଅବସ୍ଥାନ କରୁଅଛି | ଜ୍ୟୋସ୍ନାରୂପକ ପାଟ ପିନ୍ଧି ଚତୁର୍ଦ୍ଦିଗରେ ଦିଗ୍‌ବଧୂମାନେ ହସୁ ଅଛନ୍ତି | ମୀନଜୀବୀମାନଙ୍କ କଣ୍ଠର ସଙ୍ଗୀତ ମନରେ ଭାବାନ୍ତର ଜାତ କରୁଅଛି | ଏହି ସଙ୍ଗୀତ ଶ୍ରବଣରେ ମନ ନାନାରୂପ ଧାରଣ କରି ଅତୀନ୍ଦ୍ରିୟ ରାଜ୍ୟରେ ଯାଇ ବିଚରଣ କରୁଅଛି | ମନ ଏପରି ଉତ୍ତାଳ ହେଉଅଛି ଯେ ତାହା ଶୂନ୍ୟ ଶୂନ୍ୟ କେଉଁ ସ୍ଥାନକୁ ଚାଲିଯାଉଅଛି ଏବଂ କ'ଣ ପାଇଁ ଚାଲିଯାଉଅଛି ତାହା ସେ ଜାଣେ ନାହିଁ | ସରସ୍ଵତୀ ଯାହାର ଆଜ୍ଞାରେ ଏହି ଲୀଳା ରଚନା କରନ୍ତି ସେ ଧନ୍ୟ | କବିସୂର୍ଯ୍ୟ ବଳଦେବ ରଥ ଏଥପାଇଁ ଧନ୍ୟ ଓ ସେ ଉତ୍କଳରେ ଅମର | ତାଙ୍କର ମରକଳେବରକୁ ଶ୍ମଶାନ ଗ୍ରାସକରିଅଛି; ମାତ୍ର ତାଙ୍କର ଯଶ କଳେବର ସେ ଜୀବିତ I ତେଣୁ କବି ଗାଇଛନ୍ତି –

ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭ କ୍ଷଣେ

ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ |

ସନ୍ଧ୍ୟାର ଆଗମନରେ ଚିଲିକା ବକ୍ଷରେ ମତ୍ସ୍ୟମାନଙ୍କୁ ଆକୃଷ୍ଟ କରିବାପାଇଁ ନାବିକ ତା'ର ନାବରେ ମଶାଲ ଜାଳିଦେଲାଣି | ତାହା ସଂସାରରେ ପାପର ମୂର୍ତ୍ତିପରି | ତାହା ସ୍ପର୍ଶରେ ମାରାତ୍ମକ; ମାତ୍ର ରୂପରେ ରମ୍ୟ | ପାପ ଗର୍ତ୍ତରେ ଯେପରି ଅଜ୍ଞାନ ପଡ଼ିଥାଏ, ମୀନମାନେ ସେହିପରି ତରୀଗର୍ଭକୁ ଡେଇଁ ପ୍ରାଣ ବିସର୍ଜନ କରିବେ | ତରଙ୍ଗରେ ଦୋଳାୟିତ ହେଇଥିବାରୁ ନୌକା ଥରେ ଦେଖାଦେଇ ଥରେ ଲୁଚିଯାଇଅଛି | ଦୁଃଖାଲୋକର ମନରେ ଯେପରି ଆଶାର ଉତ୍‌ଥାନ ପତନ ହେଉଥାଏ, ସେହିପରି ଅଗ୍ନିଶିଖା ଘନ ଘନ ପଡ଼ୁଅଛି ଓ ଉଠୁଅଛି | ତେଣୁ କବି ଉଲ୍ଲେଖ କରିଛନ୍ତି –

“ଦୁଃଖମନେ ଆସେ ଉତଥାନ-ପତନ

ପ୍ରାୟେ ଶିଖା ଜଠେ ପଡ଼େ ଘନଘନ |”

କ୍ରମେ ରାତ୍ରି ବଢ଼ୁଥିବାରୁ ଲୋକ କୋଳାହଳ ନିଃଶେଷ ହୋଇ ଅବନୀ ନିଶ୍ଚଳ ହେଉଅଛି | ଜଳ, ସୁଳ ଆକାଶ ଜ୍ୟୋସ୍ନାରେ ପରିପୂର୍ଣ୍ଣ ହୋଇଥିବାରୁ ସମଗ୍ର ସୃଷ୍ଟି ଯେପରି ପାରଦଧୌତ ହେବାପରି ଦେଖାଯାଉଅଛି | ଦ୍ୱୀପ, ଶୈଳ ପ୍ରଭୃତିରେ ପ୍ରତିଦିନ ହ୍ରଦର ଅନ୍ତଃସ୍ଥଳରେ ସ୍ପଷ୍ଟ ଭାବରେ ଶୋଭିତ ହେଉଅଛି | ଜ୍ୟୋସ୍ନାର୍ଣ୍ଣବରେ ଭାସି ଗିରି, ବନ, ନାସି ପ୍ରଭୃତି ସ୍ପଷ୍ଟ ଭାବରେ ପ୍ରକାଶିତ ହେଉଅଛନ୍ତି | ସ୍ନିଗ୍‌ଧ ତରୂପତ୍ର ଉପରେ ଓ ମସୃଣ ପଥର ଉପରେ ଜ୍ୟୋତ୍ସ୍ନାର ପ୍ରତିଫଳନ ଦେଖାଯାଇଅଛି | ସର୍ପରେ ଶୋଭିତ ଶିବଙ୍କ ଶରୀରପରି ଅରଣ୍ୟ ଛାୟା ଓ ଆଲୋକର ମିଶ୍ରଣରେ ଶୋଭା ପାଉଅଛି | ତେଣୁ କବି ଲେଖିଛନ୍ତି –

“ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ - ତନୁ ଭଳି

ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ |”

ଗିରି ଓ ବନରେ ମନୁଷ୍ୟ ଗହଳି ନଥିବାରୁ ତାହା ପ୍ରଶାନ୍ତରୂପ ଧାରଣ କରିଅଛି | ଏପରି ନିର୍ଜନ ପରିବେଶରେ ଦୂରର ଝରନାଦ ଓ ଝିଙ୍କାଠାର ଝଙ୍କାର ରାତ୍ରିର ପ୍ରଭାବକୁ କେବଳ ପ୍ରକାଶ କରୁଛନ୍ତି | କଳିର ଉପଦ୍ରବରେ ଶାନ୍ତି ଲୋକାଳୟ ତ୍ୟାଗ କରି ଏହି ସ୍ଥାନରେ ଆଶ୍ରୟ ନେଇଅଛନ୍ତି କି ? କବି ଚିଲିକାକୁ ସମ୍ବୋଧନ କରି କହିଛନ୍ତି ଯେ ଚିଲିକାର ଏହି ସାୟଂକାଳୀନ ବର୍ଣ୍ଣୋତ୍ସବମୟ ଦୃଶ୍ୟ ସର୍ବଶୋଭାର ମଥାମଣିସଦୃଶ | ଏହା ପ୍ରକୃତିର ସୁନ୍ଦର ଚିତ୍ରପୁରୀ | କବି ଚିଲିକାତୀରର ସନ୍ଧ୍ୟା ବର୍ଣ୍ଣନା କରି ନିଜର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ଅମର ପରିଚୟ ପ୍ରଦାନ କରି ଅଛନ୍ତି |

୨୧. ଶଂସିତ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର |

ଉ : କବି ରାଧାନାଥ କେବଳ ସୌନ୍ଦର୍ଯ୍ୟବାଦୀ କବି ନୁହନ୍ତି; ଜୀବନବାଦୀ ମଧ୍ୟ | ସୌନ୍ଦର୍ଯ୍ୟ ଓ ଜୀବନର ସକଳ ଘନଘଟାକୁ ଏକୀଭୂତ କରି ସେ ଅପୂର୍ବ ଜୀବନ ଦର୍ଶନକୁ ମଧ୍ୟ ତାଙ୍କ କାବ୍ୟରେ ପ୍ରତିବିମ୍ବିତ କରିଥା'ନ୍ତି | ତେବେ ସାଧାରଣ ମଣିଷ ଯାହା ଦେଖିପାରେ ନାହିଁ, ଚିହ୍ନିପାରେ ନାହିଁ, ତାହା ସୂକ୍ଷ୍ମ ଅନୁଭୂତିସମ୍ପନ୍ନ କବି ଦେଖେଇଦିଏ, ଚିହ୍ନେଇଦିଏ | ସୂକ୍ଷ୍ମଦର୍ଶୀ କବି ରାଧାନାଥଙ୍କର ପ୍ରକୃତି ସହିତ କେତେ ନିବିଡ଼ ସମ୍ପର୍କ ତାହା ଅନୁଭବ କରିବା କଥା “ଚିଲିକାରେ ସାୟନ୍ତନ” ଶୀର୍ଷକ କବିତାରୁ | ଏଥିରେ ପ୍ରକୃତି ଅଛି, ସୌନ୍ଦର୍ଯ୍ୟ ଚେତନା ଅଛି; ଅଛି ମଧ୍ୟ ସାଧାରଣ ମତ୍ସ୍ୟଜୀବାମାନଙ୍କର ବୃଦ୍ଧିଗତ କାହାଣୀ |

ଚିଲିକାରେ ସନ୍ଧ୍ୟାକାଳୀନ ଦୃଶ୍ୟର ବର୍ଣ୍ଣନା ଆରମ୍ଭ ହୋଇଛି ମତ୍ସ୍ୟଜୀବୀଙ୍କ କୌଳିକବୃତ୍ତିରୁ | ସେମାନେ ପରିଶ୍ରମୀ ଦୁଃସାହସୀ | ଚିଲିକାର ଅନ୍ଧାରରେ ମାଛ ପରିବାର କଠିନ ପ୍ରୟାସ ତାଙ୍କର ବୃତ୍ତିଗତ ବ୍ୟାପାର, ମାତ୍ର ଏହା ଭିତ୍ତିରେ ସେମାନେବି ସ୍ପୁର୍ତ୍ତି କରିବାର ନିଆରା ଉଦାହରଣ ଛାଡ଼ିଯାଆନ୍ତି | ଓଡ଼ିଆ ଗୀତ ସଙ୍ଗୀତକୁ ଶୁଣି ଶୁଣି ମନେରଖିଥିବା ଏହି ଅଶିକ୍ଷିତ ମୀନଜୀବୀମାନେ ଚିଲିକାରେ ରାତି ଉଇଁଲେ, ନାଆରେ ମଶାଲ ଜାଳି ମାଛ ଧରିବାର ପ୍ରୟାସ କରନ୍ତି | କ୍ଳାନ୍ତି ଅପନୋଦନ ପାଇଁ ସେମାନେ ଗାଆନ୍ତି ବଳଦେବ ରଥଙ୍କ ରସାପ୍ଳୁତ ଗୀତରୁ ପଦେଅଧେ | କବି ଏଇ ବର୍ଣ୍ଣନା ଭିଆତରେ ଚିଲିକାର ଶୋଭା ବର୍ଣ୍ଣନା, ସନ୍ଧ୍ୟାକାଳୀନ ଦୃଶ୍ୟ ବର୍ଣ୍ଣନା, ମାନବୀୟ ଗୁଣାବଳୀର ଯେଉଁ କାବ୍ୟକ ଚାରଣ କରିଛନ୍ତି; ତାହା ବାସ୍ତବିକ ତାଙ୍କ ନିଆରା କବିପଣର ପରିଚାୟକ ହୋଇପାରିଛି |

ସନ୍ଧ୍ୟା ସମୟ ଉପଗତ ହେବାରୁ ମତ୍ସ୍ୟଜୀବୀ ଧୀବରମାନେ ନିଜ ନିଜ ଗୃହକୁ ନୌକାରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦୃଶ୍ୟ ଓ ସେମାନଙ୍କ କଣ୍ଠରୁ ଭାସିଆସୁଥିବା କବିସୂର୍ଯ୍ୟବଳଦେବଙ୍କର “ଗଲାଣି ତ ଗଲା କଥାରେ ସଙ୍ଗାତ” ସଙ୍ଗୀତ ବର୍ଣିତ ହୋଇଛି “ଚିଲିକା”ରେ | କବିସୂର୍ଯ୍ୟ ବଳଦେବ ରଥଙ୍କର ଦେହରୂପକ ମାଚି ମାଟି ଶ୍ମଶାନ ମାଟିରେ ଏକାକାର ହୋଇଛି ସତ; କିନ୍ତୁ ତାଙ୍କର ଅମର ଲେଖନୀରୁ ନିଃସୃତ ସଙ୍ଗୀତ ଧୀବର କଣ୍ଠସ୍ଵରରେ ଝଂକୃତ ହୋଇ ତାଙ୍କୁ ଅମର କରିଥିବା ବିଷୟ କବି କହିଛନ୍ତି |

କୌଳିକବୃତ୍ତିର ପିପାସା ଚରିତାର୍ଥ ହେବାପରେ ପାର୍ଥିବ ମଣିଷ ମତ୍ସ୍ୟଜୀବୀର ମନେପଡ଼ିଯାଇଛି ଗୃହ ପରିବାର କଥା | ଭାଲେରି ଶିଖରେ ସନ୍ଧ୍ୟାତାରାର ଉପସ୍ଥିତି ଦେଖି ବୋଇତରେ ପାଲଟେକି ସେ ସମୁଦ୍ର ମୁହାଣରୁ ଫେରିଆସେ | ମନରେ ଥାଏ ପ୍ରସନ୍ନତା | ଚିଲିକାରେ ଶୀତଳସନ୍ଧ୍ୟା, ଜ୍ୟୋସ୍ନାଧୌତ ଜଳରାଶି ସାଙ୍ଗକୁ କୌଳିକବୃଦ୍ଧିର ଦୈନନ୍ଦିନ କର୍ମରେ ପୂର୍ଣ୍ଣତା ମନକୁ ତା'ର ଆହ୍ଲାଦିତ କରିଥାଏ | ତା’ଠାରେ ଲକ୍ଷିତ ହୁଏ ଭାବାବେଗ | ସେ ଯେ ଜଣେ ରସିକ ମଣିଷ କବି ଏହି ପରିପ୍ରେକ୍ଷୀରେ ତାହା ସୂଚାଇଛନ୍ତି | କବିସୂର୍ଯ୍ୟ ବଳଦେବ ରଥଙ୍କ ରସାପ୍ଳୁତ ଗୀତରୁ ପଦେ ଗାଇ ସେ ପୋତ ମେଲିଦେଇଥାଏ ଚିଲିକାର ସନ୍ଧ୍ୟାକାଳୀନ ଶାନ୍ତ-କାନ୍ତ ବକ୍ଷରେ | ତାଙ୍କ କଣ୍ଠସଙ୍ଗୀତ ଚିଲିକାର ମୃଦୁସମୀରରେ ବହିଆସେ ତଟଦେଶକୁ | ଏଥିରୁ ମତ୍ସ୍ୟଜୀବୀଙ୍କ ଉଲ୍ଲସିତ ଆତ୍ମାକୁ ଚିହ୍ନିହୁଏ | ସେମାନଙ୍କ ମୁଖନିଃସୃତ କବିସୂର୍ଯ୍ୟଙ୍କ “ଗଲାଣି ତ ଗଲା କଥାରେ ସଙ୍ଗାତ” ଗୀତର ଲହରୀ ପବନରେ ତଟଦେଶକୁ ଭାସିଆସି ମନରେ ଭାବାନ୍ତର ସୃଷ୍ଟି କରେ | କବିଙ୍କ ଭାବୁକତାକୁ ମତ୍ସ୍ୟଜୀବୀର ଏ ସଙ୍ଗୀତ ଆସର ଦ୍ଵିଗୁଣିତ କରିଛି | କବିଙ୍କ ଭାଷାରେ –

“ତାଙ୍କ କଣ୍ଠ - କବିସୂର୍ଯ୍ୟ - ଗୀତାମୃତ

ଦୂରୁ ବହି ଆଣେ ଚିଲିକା-ମାରୁତ,

ଭାବାନ୍ତର ପୁଣି କ୍ଷଣେ କରେ ଜାତ

ଗଲାଣି ତ ଗଲା କଥାରେ ସଙ୍ଗାତ |”

କେବଳ ଏତିକି ନୁହେଁ; ମତ୍ସ୍ୟଜୀବୀମାନଙ୍କର ଚିଲିକା ବକ୍ଷସ୍ଥ ପୋତ-ପ୍ରବାହ-ପରିପ୍ରେକ୍ଷୀରେ କବି ବେଶ୍ କିଛି ଜୀବନାଦର୍ଶକୁ ଅଭିବ୍ୟକ୍ତ କରିଛନ୍ତି | ସନ୍ଧ୍ୟା ଉପନୀତ ହେବାରୁ ମତ୍ସ୍ୟଜୀବୀମାନେ ସେମାନଙ୍କ ନୌକାରେ ମଶାଲ ଜାଳିଦେଲେ | ଏଇ ମଶାଲ ହେଉଛି ଦେଖିବାକୁ ରମ୍ୟ; ମାତ୍ର ସ୍ପର୍ଶରେ ଭୀଷଣ | ଅଜ୍ଞାନ ମଣିଷ ପାପର ମୋହିତ ହୋଇ ତା'ର ସ୍ପର୍ଶରେ ଯେପରି ମୂର୍ଚ୍ଛିତ ହୁଏ; ମାଛମାନେ ଏଇ ମଶାଳରୂପକ ରମ୍ୟ ଆଲୋକରେ ଆକର୍ଷିତ ହୋ ହୋଇ ଡଙ୍ଗା ଙ୍ଗାକୁ ଡେଇଁବାମାତ୍ରେ ପ୍ରାଣ ହରାଇଥାନ୍ତି | ମତ୍ସ୍ୟଜୀବୀମାନଙ୍କର ମାଛ ଧରିବାର ଏଇ ଅଦ୍ଭୁତ କୌଶଳକୁ କବି ଯେପରି ଚମତ୍କାର ଜୀବନ ଦର୍ଶନ ବେଇ ଉତ୍ତରିତ କରିଛନ୍ତି ତାହା ତାଙ୍କ ପାଣ୍ଡିତ୍ୟ ଓ କାବ୍ୟକଳ୍ପନାର ବଳିଷ୍କତାକୁ ସୂଚିତ କରେ | ପୁଣି “ଚିଲିକା”ର ନୀଳ ଜଳରାଶିର ଉତ୍ତାଳ-ତରଙ୍ଗ ଦୋଳାରେ ମାନଜୀବୀଙ୍କ ବୋଇତ ଭାସିଆସିବାବେଳେ କେତେବେଳେ ଦୃଶ୍ୟମାନ ତ କେତେବେଳେ ଅଦୃଶ୍ୟ ହୁଏ | ତାହାକୁ କବି ଦୁଃଖୀଲୋକ ଆଶା ନିରାଶାସହ ତୁଳନା କରିଛନ୍ତି | ଅନ୍ଧକାର ଆକାଶରେ ଚନ୍ଦ୍ର ସମ୍ପୂର୍ଣ ବିକଶିତ ହେବାଫଳରେ ଜଳ, ସ୍ଥଳ, ଆକାଶରେ ଶୁଭ୍ରଜ୍ୟୋତ୍ସ୍ନାର ଫୁଆରା ବିଚ୍ଛୁରିତ ହୁଏ | ଚନ୍ଦ୍ରାଲୋକ ଓ ଛାୟାର ମିଶ୍ରିତ ରୂପକୁ କବି ସର୍ପବେଷ୍ଟିତ ଶିବଙ୍କସହ ତୁଳନା କରିଛନ୍ତି ।

ମତ୍ସ୍ୟଜୀବୀଙ୍କର ବୃତ୍ତିଗତ ଆବେଗ ଦେଇ କବିଙ୍କର ସେମାନଙ୍କଠାରେ ପରିଲକ୍ଷିତ ସଙ୍ଗୀତପ୍ରିୟତା ଓ ତଜ୍ଜନିତ ଭାବାବେଗ ଆଲୋଚ୍ୟ କବିତାଟିରେ ଯେପରି ଉତ୍ତରିତ ହୋଇଛି, ତାହା ବେଶ୍ ପ୍ରଣିଧାନଯୋଗ୍ୟ ଓ ତୁଳନାତ୍ମକ ଅବିକଳ୍ପ |

୨୨. ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଳ କବିମାନସରେ ଉଦ୍‌ଭାସିତ ହୋଇଛି – ତାହା ବର୍ଣ୍ଣନା କର |

ଉ : ରାଧାନାଥ ରୂପର କବି | ସୌନ୍ଦର୍ଯ୍ୟର ନିରାଜକ | କାହାଣୀ ଅପେକ୍ଷା କଳ୍ପନା ତାଙ୍କ କବିପ୍ରାଣର ବିଳାସିତାକୁ ଅଧିକ ଆବେଗନିଷ୍ଠ କରିଥାଏ | ପ୍ରକୃତି ତାଙ୍କଦୃଷ୍ଟିରେ ଜୀବନ୍ତ | ସକଳ ମାନବୀୟ ଗୁଣର ଅଧିକାର | “ଚିଲିକାରେ ସାୟନ୍ତନ”କବିତାରେ ଚିଲିକାର ସାନ୍ଧ୍ୟ-ସୁଷମା ବର୍ତନାରେ କବି ପ୍ରଗଲ୍‌ଭ ହୋଇପଡ଼ିଛନ୍ତି | ମତ୍ସ୍ୟଜୀବୀମାନଙ୍କ ମୁହାଣଫେରନ୍ତା ଯାତ୍ରାରୁ ଏହି କବିତା ଆରମ୍ଭ ହୋଇଥିଲେହେଁ; ବାସ୍ତବତଃ ଏଥୁରେ ସାନ୍ଧ୍ୟକାଳୀନ ଚିଲିକା ଓ ତା’ର ତୀରସ୍ତୁ ଅନିର୍ବଚନୀୟ ସୁଷମାକୁ ପ୍ରକାଶ କରିବା କବିଙ୍କର ପ୍ରମୁଖ ଲକ୍ଷ୍ୟ ହୋଇଛି |

ରୂପସୀ ଚିଲିକାର କିଶୋରୀ ବୁକୁରେ ସାନ୍ଧ୍ୟର ଶୀତଳ ଆସ୍ତରଣ ଢାଙ୍କି ହୋଇଯିବା ପରେ ମତ୍ସ୍ୟଜୀବୀମାନଙ୍କର ନାବ ସ୍ଥାନେ ସ୍ଥାନେ ଚିତ୍ରପ୍ରାୟ ପ୍ରତିଭାତ ହୋଇଛି| ସେମାନେ ମୁହାଣରୁ ଫେରିବାବେଳେ ପ୍ରସନ୍ନଚିତ୍ତରେ କବିସୂର୍ଯ୍ୟଙ୍କ ମଧୁର ସଙ୍ଗୀତକୁ ଗାନ କରି ଆତ୍ମତୃପ୍ତି ଲଭତ୍ତି | ମନେହୁଏ ସେମାନଙ୍କର ଏଇ ଗୀତର ଲହରି ଯେପରି ଚିଲିକାର ନୀଳ-ଜଳରାଶିରେ ଅଧୂଷ୍ଠିତ ହୋଇ ରହିଯାଇଛି | ଚିଲିକାରେ ଚନ୍ଦ୍ରଙ୍କ କିରଣ ପ୍ଲାବିତ ହୋଇ ସୃଷ୍ଟିକରିଛି ଅନିର୍ବଚନୀୟ ସୁଷମା |

ମତ୍ସ୍ୟଜୀବୀମାନେ ମୀନଙ୍କୁ ପୋତରେ କବଳିତ କରିବାପାଇଁ ମଶାଲ ଜାଳିଛନ୍ତି | ଏହି ବର୍ଣନାକୁ କବି ଯେପରି ଭାବନାତ୍ମକ ରୂପେ ବର୍ଣନା କରିଛନ୍ତି ତାହା ଅତୁଳନୀୟ ଓ ଅନତିକ୍ରମଣୀୟ । ତେଣୁ କବି ଗାଇଛନ୍ତି –

ମୀନ-ଆକର୍ଷଣ-ଆଶେ ପୋତପାଳ

ତରଣୀରେ ଜାଳି ଦେଲାଣି ମଶାଲ|”

ଚନ୍ଦ୍ରିକା-ଚର୍ଚ୍ଚିତ-ଯାମିନୀରେ ଚିଲିକା ଯଥା ଚିଲିକାର ତୀରଭୂମିର ସୌନ୍ଦର୍ଯ୍ୟ କିପରି ଅତୀବ ମନୋମୁଗ୍‌ଧକର, ସେ ବିଷୟରେ କବି ସୁନ୍ଦର ଭାବରେ ବର୍ଣ୍ଣନା କରି ଅଛନ୍ତି | ରାତ୍ରିରେ ମୀନଜୀବୀମାନେ ନୌକାରେ ମଶାଲ ଜାଳି ଚିଲିକାରେ ମତ୍ସ୍ୟଧାରଣ କରିବାକୁ ଯାଆନ୍ତି | ରାତ୍ରିର ନିବିଡ଼ତା ହେତୁ କ୍ରମେ ଚିଲିକାରୁ ଲୋକ କୋଳାହଳ ଜମିଯାଏ | ଜଳ-ସ୍ଥଳ-ଆକାଶ ଜ୍ୟୋତ୍ସ୍ନାରେ ପରିପ୍ଳୁତ ହୋଇଯାଏ | ଧବଳ ପାରଦ-ଧୌତ ଭଳି ସୃଷ୍ଟି ଦେଖାଯାଏ | ହ୍ରଦରେ ଶୈଳ ଓ ଦ୍ ୱୀପସମୂହ ପ୍ରତିବିମ୍ବିତ ହୋଇ ଅପୂର୍ବ ଶୋଭା ଧାରଣ କରେ | ତରୁଛାୟା ଭେଦ କରି ବନଭୂମିରେ ପଡ଼ିଥିବା ଚନ୍ଦ୍ରକିରଣ ଠିକ୍ ସର୍ପାବୃତ୍ତ ମହାଦେବଙ୍କଭଳି ଦେଖାଯାଏ | ଝିଙ୍କାରୀର ଝଙ୍କାର ଓ ଦୂର ବନାନୀର ଝରନାଦ କେବଳ ନିଶୀଥୁନୀର ପ୍ରଭାବକୁ ପ୍ରଚାର କରୁଥାଏ | ସତେ ଯେପରି ମନେହୁଏ, ଲୋକାଳୟକୁ ପରିତ୍ୟାଗ କରି ଶାନ୍ତି ସେଠାରେ ଆଶ୍ରୟ ନେଇଛି | କବିଙ୍କ ବିଚାରରେ ସେହି ସର୍ବଶୋଭା-ସୀମନ୍ତର ଟୀକା ପ୍ରକୃତିର ଚାରୁ-ଆଲେଖ୍ୟ ଶାଳିକା ଚିଲିକାର ରାତ୍ରିକାଳୀନ ଦୃଶ୍ୟ ମଧ୍ୟ ରମଣୀୟ ହୋଇଛି |

ଚିଲିକାର ଅପୂର୍ବ ଶୋଭାସମ୍ଭାର ଦର୍ଶକକୁ ମୁଗ୍‌ଧ କରିଥାଏ | କ୍ରମେ ରାତ୍ରିର ଆଗମନରେ ଚିଲିକାର ତୀରଭୂମିରେ ଶାନ୍ତି ବିରାଜମାନ କରେ | ରାଧାନାଥ ଚିଲିକା ତୀରର ଶୋଭା ବର୍ଶନାରେ ଏତେ ପ୍ରାଞ୍ଜଳ ହୋଇଛନ୍ତି ଯେ ତାହା ତାଙ୍କର ଗଭୀର ଦୃଷ୍ଟିଶକ୍ତିର ପରିଚୟ ଦିଏ | ସେ ଏହି ଶୋଭାରେ ମୁଗ୍‌ଧହୋଇ ଲେଖୁଛନ୍ତି –

“ଚିଲିକା!ତୋହର ଏହି ଶୋଭାବନ

ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ

ଅଟେ ସର୍ବ ଶୋଭା ସୀମନ୍ତର ଟୀକା,

ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।"

ରାଧାନାଥଙ୍କର ଏହି ଉଚ୍ଚ ଭିତରେ ତାଙ୍କର ପ୍ରକୃତି ପ୍ରେମ ପ୍ରବଣତା ସ୍ପଷ୍ଟରୂପେ ପାଠକ ଆଶାରେ ପ୍ରତିଭାତ ହୁଏ | ସୌନ୍ଦର୍ଯ୍ୟବାଦୀ ରାଧାନାଥ ଚିଲିକା ତୀରରେ ଯେଉଁ ଲଳିତ ସୌନ୍ଦର୍ଯ୍ୟ ସଭା ଅନୁଭବ କରିଛନ୍ତି, ତାହା ତାଙ୍କର ବର୍ଣ୍ଣନା ହିଁ ସାକ୍ଷ୍ୟ ଦିଏ |



RATINGS

No reviews yet, be the first one to review the product


Other Chapters