Last Updated: August 7, 2026

Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7

Language: or

1. ଚକ୍ଷୁ ଲେନ୍ସ ଫୋକସ୍ ଦୂରତାକୁ ବଦଳାଇ ବିଭିନ୍ନ ଦୂରତାରେ ଥିବା ବସ୍ତୁକୁ ଫୋକସ୍ କରିବା ହେଉଛି -

a) ସମୀପ ଦୃଷ୍ଟି b) ସମାୟୋଜନ c) ଦୂର ଦୃଷ୍ଟି d) ଚାଳିଶା

ଉ : b) ସମାୟୋଜନ

2. ଚକ୍ଷୁ ଗୋଟିଏ ବସ୍ତୁର ପ୍ରତିବିମ୍ବକୁ ଏହାର କେଉଁଠାରେ ସୃଷ୍ଟିକରେ ?

a) ସ୍ୱଚ୍ଛପଟ୍ଟଳ b) କନୀନିକା c) ନେତ୍ରପିତୁଳା d) ମୁକୁରିକା

ଉ : d) ମୁକୁରିକା

3. ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟିସମ୍ପନ୍ନ ବ୍ୟକ୍ତିର ସଷ୍ଟଦର୍ଶନର ସର୍ବନିମ୍ନ ଦୂରତା କେତେ ?

a) 25 ମି. b) 2.5 ସେ. ମି. c) 25 ସେ. ମି. d) 2.5 ମି.

ଉ : c) 25 ସେ. ମି.

4. ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ପରିବର୍ତନ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦାୟୀ ?

a) ନେତ୍ରପିତୁଳା b) ମୁକୁରିକା c) ସିଲିଆରୀ ମାଂସପେଶୀ d) କନୀନିକା

ଉ : c) ସିଲିଆରୀ ମାଂସପେଶୀ

5. ଜଣେ ସମୀପଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ପାଇଁ - 5.5Dର ଲେନ୍ସ ପାୱାର ବିଶିଷ୍ଟ ଲେନ୍ସ ଆବଶ୍ୟକ ହୁଏ ଏବଂ ତାଙ୍କର ଦୃଷ୍ଟି ପାଇଁ (+1.5D) ପାୱାର ବିଶିଷ୍ଟ ଲେନ୍ସ ଦରକାର ହୁଏ | ତାଙ୍କର (i) ସମୀପ ଦୃଷ୍ଟି ଓ (ii) ଦୂର ଦୃଷ୍ଟି ଦୂର କରି ପାଇଁ ବ୍ୟବହୃତ ଲେନ୍ସ ଦ୍ୱୟର ଫୋକସ୍ ଦୂରତା ନିଶ୍ଚୟ କର |

ଉ : (i) ଯଦି ଲେନ୍ସର ପାୱାର ‘P’ ଓ ଫୋକସ୍ ଦୂରତା ‘F’ ହୁଏ, ତେବେ

P = ଅର୍ଥାତ୍ F

ଏଠାରେ P = – 5.5D

F = –0.18

(ii) ଦୂରଦୃଷ୍ଟି ପାଇଁ ବ୍ୟବହୃତ ଉତ୍ତଳ ଲେନ୍ସର ପାୱାର + 1.5 D |

ଫୋକସ୍ ଦୂରତା । F= = = 0.67 |

6. ସ୍ଵାଭାବିକ ଚ଼କ୍ଷୁର 25 ସେମିରୁ କମ୍ ଦୂରତାରେ କୌଣସି ବସ୍ତୁକୁ ରଖିଲେ ଚକ୍ଷୁ ବସ୍ତୁଟିକୁ କାହିଁକି ଦେଖିପାରେ ନାହିଁ?

  1. ବସ୍ତୁର ଅବସ୍ଥାନ ଅନୁଯାୟୀ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ଆବଶ୍ୟକ ଅନୁସାରେ ବଦଳି ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହୁଏ | ଏହାକୁ ଚକ୍ଷୁର ସମାୟୋଜନତା କୁହାଯାଏ |
  2. ଏକ ସୁସ୍ଥ ଚକ୍ଷୁ ପାଇଁ ସମାଯୋଜନତାର ପରିସର ଚକ୍ଷୁଠାରୁ 25 ସେ.ମି. ଦୂରତାରୁ ଅନନ୍ତ ଦୂରତା ପର୍ଯ୍ୟନ୍ତ ରହିଥାଏ |

  1. ବସ୍ତୁ ଚକ୍ଷୁଠାରୁ 25 ସେ.ମି. ରୁ କମ୍ ଦୂରତାରେ ରହିଲେ ଚକ୍ଷୁର ସମାୟୋଜନତା କାର୍ଯ୍ୟ କରେ ନାହିଁ | ତେଣୁ ଚକ୍ଷୁ ବସ୍ତୁଟିକୁ ଦେଖିପାରେ ନାହିଁ |

7. ଚକ୍ଷୁ ନିକଟରେ ଥିବା ଗୋଟିଏ ବସ୍ତୁର ଦୂରତାକୁ ବଢାଇଲେ ତାହାର ପ୍ରତିବିମ୍ବର ଦୂରତା କ'ଣ ହେବ ?

  1. ଚକ୍ଷୁର ସମାୟୋଜନତା ଯୋଗୁଁ ବସ୍ତୁର ଦୂରତା ବଦଳିଲେ ମଧ୍ୟ ପ୍ରତିବିମ୍ବ ସର୍ବଦା ଚକ୍ଷୁର ମୁକୁରିକାରେ ସୃଷ୍ଟି ହୁଏ |
  2. ତେଣୁ ଚକ୍ଷୁ ନିକଟରୁ ଗୋଟିଏ ବସ୍ତୁର ଦୂରତା ବଢ଼ାଇଲେ ତାହାର ପ୍ରତିବିମ୍ବର ଦୂରତା ଅପରିବର୍ତିତ ରହିବ |

8. ସାଧାରଣ ଚକ୍ଷୁର ଦୂର-ବିନ୍ଦୁ ଓ ନିକଟ ବିନ୍ଦୁ କାହାକୁ କୁହାଯାଏ ?

  1. ଦୂର–ବିନ୍ଦୁ : ଏକ ସୁସ୍ଥ ଚକ୍ଷୁ ସର୍ବାଧ‌ିକ ଯେତିକି ଦୂରତାର ବସ୍ତୁକୁ ଦେଖିପାରେ ତାହାକୁ ଦୂରବିନ୍ଦୁ (Far Point) କୁହାଯାଏ | ଏକ ସୁସ୍ଥ ଚକ୍ଷୁ ପାଇଁ ଏହା ଅନନ୍ତ ଦୂରତା ଅଟେ |
  2. ନିକଟ-ବିନ୍ଦୁ : ସର୍ବନିମ୍ନ ଯେତିକି ଦୂରତାରୁ ଚକ୍ଷୁ ବସ୍ତୁକୁ ଦେଖୁପାରେ, ତାହାକୁ ନିକଟବିନ୍ଦୁ (Near Point) କୁହାଯାଏ | ଏହାକୁ ମଧ୍ୟ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା କୁହାଯାଏ | ଏକ ସୁସ୍ଥ ଚକ୍ଷୁ ପାଇଁ ଏହାର ଦୂରତା 25 ସେ.ମି. ଅଟେ |

9. ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ ଏକ ସଷ୍ଟ ନାମାଙ୍କିତ ଚିତ୍ର ସାହାଯ୍ୟରେ ବୁଝାଅ |

  1. ଆମେ ଜାଣୁ ଯେ ପ୍ରିଜିମ୍‌ର ଗୋଟିଏ ପାର୍ଶ୍ଵରେ ଧଳାବର୍ଣ୍ଣର ଆଲୋକ ପଡ଼ିଲେ ତାହାର ବିପରୀତ ପାର୍ଶ୍ଵରେ 7 ଟି ରଙ୍ଗର ବର୍ଣ୍ଣାଳୀ ସୃଷ୍ଟି ହୁଏ | ଏହାକୁ ଆଲୋକର ପ୍ରକୀର୍ଣ୍ଣନ (dispersion) କୁହାଯାଏ |
  2. ବର୍ଷା ଛାଡ଼ିଗଲା ପରେ ଆକାଶରେ ଭାସିବୁଲୁଥିବା ଛୋଟ ଜଳକଣାମାନ ପ୍ରିଜିମ୍ ଭଳି କାର୍ଯ୍ୟ କରନ୍ତି |
  3. ଜଳକଣାଗୁଡ଼ିକ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ପ୍ରଥମେ ପ୍ରଥମେ ଆଲୋକ ଧଳା ଆଲୋକରୁ ସାତୋଟି ରଶ୍ମିମାନ ପ୍ରତିସୃତ ହୁଅନ୍ତି | ଏହାଦ୍ଵାରା ଧଳା ଆଲୋକରୁ ସାତୋଟି ବର୍ଣ୍ଣ ସୃଷ୍ଟି ହୁଏ |
  4. ଆଲୋକ ରଶ୍ମିମାନ ଜଳକଣାମାନଦ୍ୱାରା ପ୍ରକୀର୍ଣ୍ଣିତ ହେବାପରେ ଏମାନଙ୍କର ଜଳକଣା ମଧ୍ୟରେ ଆଭ୍ୟନ୍ତରୀଣ ପ୍ରତିଫଳନ ଘଟେ |
  5. ପରିଶେଷରେ ଆଲୋକ ରଶ୍ମିମାନ ପୁନଶ୍ଚ ପ୍ରତିସୃତ ହୋଇ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ |

ଇନ୍ଦ୍ରଧନୁର ସୃଷ୍ଟି

10. ଟିଏଲ୍ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝା |

ଟିଣ୍ଡଲ ସଦ୍ଧାନ୍ତ ଯୋଗୁଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ୍ ଦେଖାଯାଆନ୍ତି ।

ଏହି ଦୁଇ ଅବସ୍ଥାରେ ସୂର୍ଯ୍ୟ ଆମଠାରୁ ସର୍ବାଧ‌ିକ ଦୂରତାରେ ଥାଆନ୍ତି ।

ସୂର୍ଯ୍ୟାଲୋକରେ ଥିବା ସାତୋଟି ବର୍ଷର ଆଲୋକ ମଧ୍ୟରୁ ଲାଲ୍ ଆଲୋକର ତରଙ୍ଗଦୈର୍ଘ୍ୟ ସର୍ବାଧ‌ିକ ।

ଅନ୍ୟ ବର୍ଣ୍ଣର ଆଲୋକ ମାନ ବାୟୁରେ ଥିବା ଧୂଳିକଣାଗୁଡ଼ିକରେ ବିଚ୍ଛୁରିତ (Scatter) ହୋଇ ଯାଉଥିବାରୁ ଆମ ପର୍ଯ୍ୟନ୍ତ ଆସିପାରନ୍ତି ନାହିଁ |

କେବଳ ଲାଲ୍‌ବର୍ଷର ଆଲୋକ ହିଁ ଆମ ପର୍ଯ୍ୟନ୍ତ ଆସିପାରେ | ତେଣୁ ଆମେ ସୂର୍ଯ୍ୟଙ୍କୁ ଲାଲବର୍ଣ୍ଣରେ ଦେଖୁ |

୧୧. ବିଜ୍ଞାନସମ୍ମତ କାରଣ ଦର୍ଶାଅ |

  1. ତାରାଗୁଡିକ କାହିଁକି ଦପ୍ ଦପ୍ ହୁଏ ?

ବାୟୁମଣ୍ଡଳର ଘନତ୍ବ ଓ ପ୍ରତିସରଣାଙ୍କ ନିୟମିତ ବଦଳୁଥାଏ |

ତାରାମାନଙ୍କରୁ ଆସୁଥିବା ଆଲୋକରଶ୍ମିମାନ ବାୟୁମଣ୍ଡଳର ବିଭିନ୍ନ ସ୍ତରରେ କ୍ରମାଗତ ପ୍ରତିସୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ |

ବାୟୁମଣ୍ଡଳର ପ୍ରତିସରଣାଙ୍କର କ୍ରମାଗତ ପରିବର୍ତନ ଯୋଗୁଁ ଏହି ଆଲୋକ ରଶ୍ମିମାନ କ୍ରମାଗତ ଭାବରେ ଅଭିଲମ୍ବ ଆଡ଼କୁ ବଙ୍କାଏ | ଫଳତଃ ତାରାମାନଙ୍କର ଆଭାସୀ ଅବସ୍ଥାନ ସେମାନଙ୍କର ପ୍ରକୃତ ଅବସ୍ଥାନଠାରୁ ଉପରେ ରହେ |

ବାୟୁ ସ୍ତରର ଅବସ୍ଥାରେ ପରିବର୍ତନ ହେତୁ ବହୁତ ଦୂରରେ ଥୁବା ବିନ୍ଦୁ ପ୍ରାୟ ତାରାମାନଙ୍କର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ଭଲ ହୋଇ ନଚଳେ | ତେଣୁ ତାରାମାନଙ୍କର ଉଜ୍ଜଳତାର ହ୍ରାସ ବୃଦ୍ଧି ଘଟି ସେମାନେ ଦପ୍ ଦପ୍ ହେଲାପରି ଦିଶନ୍ତି |

b) ଗ୍ରହଗୁଡିକ କାହିଁକି ଦପ୍ ଦପ୍ ହୁଏ ନାହିଁ ?

ଗ୍ରହମାନେ ପୃଥ‌ିବୀର ନିକଟରେ ଥିବାରୁ ବଡ଼ ଦେଖାଯାଆନ୍ତି | ତେଣୁ ଏମାନଙ୍କୁ ଗୋଟିଏ ଗୋଟିଏ ବିସ୍ତୀର୍ଣ୍ଣ ଆଲୋକ ଉତ୍ସ ରୂପେ ଗଣାଯାଏ |

ଏହି ବିସ୍ତୀର୍ଣ୍ଣ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ଗୁଡ଼ିଏ ରଶ୍ମି ବାହାରି ଏକ ରଶ୍ମି ଗୁଚ୍ଛ, ଭାବରେ ପ୍ରବେଶ କରେ |

ବାୟୁମଣ୍ଡଳର ସାନ୍ଦ୍ରତାରେ ହ୍ରାସ ବୃଦ୍ଧି ଯୋଗୁ ରଶ୍ମି ଗୁଚ୍ଛର ପ୍ରତ୍ୟେକ ବିନ୍ଦୁ ଉତ୍ସର ଦିପ୍ତିରେ ହ୍ରାସ ବୃଦ୍ଧି ଘଟୁଥିଲେ ମଧ୍ୟ ସେଗୁଡ଼ିକ ସ୍ୱତନ୍ତ୍ର ଭାବରେ ଜଣାନପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦିପ୍ତି ସମାନ ରହିଲା ଭଳି ଲାଗେ |

ତେଣୁ ଗ୍ରହମାନଙ୍କର ଦିପ୍ତି ଗୁଡ଼ିଏ ବିନ୍ଦୁର ହାରାହାରି ଦିପ୍ତି ସହ ସମାନ ଏବଂ ଗ୍ରହମାନଙ୍କର ପ୍ରତ୍ୟେକ ବିନ୍ଦୁର ଆଲୋକ ହ୍ରାସ ବୃଦ୍ଧି ଜଣାପଡ଼ି ନଥାଏ | ତେଣୁ ଗ୍ରହମାନେ ତାରାପରି ଦପ୍‌ଦପ୍ ହୁଅନ୍ତା ନାହିଁ |

c) ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ କାହିଁକି ଗାଢ ଲାଲ୍ ଦେଖାଯାଏ ?

i) ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଦିଗ୍‌ବଳୟ ନିକଟରେ ଥାଆନ୍ତି |

ସୂର୍ଯ୍ୟ ଅଧିକ ଦୂରରେ ଥିବାରୁ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକରଶ୍ମିମାନ ବାୟୁମଣ୍ଡଳରେ ଥିବା ଧୂଳିକଣା ତଥା ଅନ୍ୟାନ୍ୟ କଣିକାଦ୍ଵାରା ବିଚ୍ଛୁରିତ ହୋଇ ଆମ ନିକଟରେ ପହଞ୍ଚି ପାରେ ନାହିଁ |

କେବଳ ଅଧ‌ିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ନିକଟରେ ପହଞ୍ଚିପାରେ | ତେଣୁ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଗାଢ଼ଲାଲ ଦେଖାଯାଆନ୍ତି |

d) ଆକାଶ କାହିଁକି ନୀଳ ଦେଖାଯାଏ ?

ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଅନ୍ୟ କଣିକାଗୁଡ଼ିକର ଦୈର୍ଘ୍ୟ ସୂର୍ଯ୍ୟଙ୍କଠାରୁ ଆସୁଥିବା ଦୃଶ୍ୟମାନ ଆଲୋକ ତରଙ୍ଗର ଦୈର୍ଘ୍ୟଠାରୁ କମ୍ ଅଟେ |

ଦୃଶ୍ୟମାନ ଆଲୋକ ରଶ୍ମିରେ ଥିବା ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ଅପେକ୍ଷାକୃତ ଅଧିକ ହୋଇଥିବାରୁ ବାୟୁରେ ଥିବା କଣିକାମାନଙ୍କଦ୍ୱାରା ଲାଲ ଆଲୋକ ବିଚ୍ଛୁରିତ ନ ହୋଇ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରିତ ହୁଏ |

ଏହି ନୀଳ ଆଲୋକ ଆମ ଚକ୍ଷୁ ମଧ୍ୟକୁ ପ୍ରବେଶ କରିବାରୁ ଆମକୁ ଆକାଶ ନୀଳ ଦେଖାଯାଏ |

e) ମହାକାଶଚାରୀମାନଙ୍କୁ ଆକାଶ କାହିଁକି ନୀଳ ପରିବର୍ରେ ଅନ୍ଧାରୁଆ ଜଣାଯାଏ ?

ମହାକାଶଚାରୀମାନେ ଉଚ୍ଚ ଆକାଶରେ ଯାତ୍ରା କରୁଥାନ୍ତି, ଯେଉଁଠାରେ ପ୍ରାୟ ବାୟୁ ମଣ୍ଡଳ ନଥାଏ |

ଏହି ବାୟୁ ମଣ୍ଡଳ ନଥିବା ଅଞ୍ଚଳରେ ଟିଣ୍ଡାଲ୍ ପଦ୍ଧତି ଜନିତ ଆଲୋକର ବିଚ୍ଛୁରଣ ଘଟେ ନାହିଁ |

ତେଣୁ ମହାକାଶଚାରୀମାନଙ୍କୁ ଆକାଶ ଅନ୍ଧାରୁଆ ଦେଖାଯାଏ |

  1. ଲାଲ ବର୍ଣ୍ଣକୁ କାହିଁକି ବିପଦ ସଂକେତ ରୂପେ ବ୍ୟବହାର କରାଯାଏ ?

ଦୃଶ୍ୟମାନ ଆଲୋକ ମଧ୍ୟରେ ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ସର୍ବାଧିକ ଅଟେ |

ବାୟୁ ମଣ୍ଡଳରେ ଥିବା ବାୟୁର aଣୁ ଏବଂ ଅନ୍ୟାନ୍ୟ କଠିନ କଣିକା ଗୁଡିକର ଆକାର ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ଠାରୁ ଯଥେଷ୍ଟ କମ୍ ହୋଇଥିବାରୁ କଣିକା ମାନଙ୍କ ଦ୍ଵାରା ଲାଲ୍ ଆଲୋକର ବିଚ୍ଛୁରିତ ହୁଏ ନାହିଁ |

ଏଥିପାଇଁ ଲାଲ୍ ଆଲୋକ ଅଧିକ ଦୂର ପର୍ଯ୍ୟନ୍ତ ଗତି କରିପାରେ |

ଏହି କାରଣରୁ ଲାଲ୍ ବର୍ଣ୍ଣକୁ ବିପଦ ସଙ୍କେତ ରୂପେ ବ୍ୟବହାର କରାଯାଏ |

Ratings & Reviews

No reviews yet. Be the first to write one!

Suggested Material

Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET -1
Resource
quiz
Free
General
quiz
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET -1
Solve BSE-ODISHA Class 10 Physical Science (ଭୌତିକ ବିଜ୍ଞାନ) Chapter-7 Human Eye and Character World (ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ) Multiple Choice Questions (MCQs) and get instant Results. This Quiz set is based on the BSE-Odisha Physical Science Class 10 book. This BSE based Chapter specific important Objective Questions with Solutions will help students to understand every concept thoroughly and ultimately build the foundation to score good marks in Board Exams. Questions are designed by the Subject Experts as per the latest syllabus and exam pattern. This Online Practice Set Questions with Solutions will help students to test their learning and quickly revise the chapter. Practice sets are available in Easy, Medium, and Hard difficulty levels.
Practice
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7
Resource
note
Free
General
note
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7
<p><br></p>
Study guide
Manab Chakshu -  ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET-3
Resource
quiz
Free
General
quiz
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET-3
Solve BSE-ODISHA Class 10 Physical Science (ଭୌତିକ ବିଜ୍ଞାନ) Chapter-7 Human Eye and Character World (ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ) Multiple Choice Questions (MCQs) and get instant Results. This Quiz set is based on the BSE-Odisha Physical Science Class 10 book. This BSE based Chapter specific important Objective Questions with Solutions will help students to understand every concept thoroughly and ultimately build the foundation to score good marks in Board Exams. Questions are designed by the Subject Experts as per the latest syllabus and exam pattern. This Online Practice Set Questions with Solutions will help students to test their learning and quickly revise the chapter. Practice sets are available in Easy, Medium, and Hard difficulty levels.
Practice
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET - 2