Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7
Language: en
1. ଚକ୍ଷୁ ଲେନ୍ସ ଫୋକସ୍ ଦୂରତାକୁ ବଦଳାଇ ବିଭିନ୍ନ ଦୂରତାରେ ଥିବା ବସ୍ତୁକୁ ଫୋକସ୍ କରିବା ହେଉଛି -
a) ସମୀପ ଦୃଷ୍ଟି b) ସମାୟୋଜନ c) ଦୂର ଦୃଷ୍ଟି d) ଚାଳିଶା
ଉ : b) ସମାୟୋଜନ
2. ଚକ୍ଷୁ ଗୋଟିଏ ବସ୍ତୁର ପ୍ରତିବିମ୍ବକୁ ଏହାର କେଉଁଠାରେ ସୃଷ୍ଟିକରେ ?
a) ସ୍ୱଚ୍ଛପଟ୍ଟଳ b) କନୀନିକା c) ନେତ୍ରପିତୁଳା d) ମୁକୁରିକା
ଉ : d) ମୁକୁରିକା
3. ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟିସମ୍ପନ୍ନ ବ୍ୟକ୍ତିର ସଷ୍ଟଦର୍ଶନର ସର୍ବନିମ୍ନ ଦୂରତା କେତେ ?
a) 25 ମି. b) 2.5 ସେ. ମି. c) 25 ସେ. ମି. d) 2.5 ମି.
ଉ : c) 25 ସେ. ମି.
4. ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ପରିବର୍ତନ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦାୟୀ ?
a) ନେତ୍ରପିତୁଳା b) ମୁକୁରିକା c) ସିଲିଆରୀ ମାଂସପେଶୀ d) କନୀନିକା
ଉ : c) ସିଲିଆରୀ ମାଂସପେଶୀ
5. ଜଣେ ସମୀପଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ପାଇଁ - 5.5Dର ଲେନ୍ସ ପାୱାର ବିଶିଷ୍ଟ ଲେନ୍ସ ଆବଶ୍ୟକ ହୁଏ ଏବଂ ତାଙ୍କର ଦୃଷ୍ଟି ପାଇଁ (+1.5D) ପାୱାର ବିଶିଷ୍ଟ ଲେନ୍ସ ଦରକାର ହୁଏ | ତାଙ୍କର (i) ସମୀପ ଦୃଷ୍ଟି ଓ (ii) ଦୂର ଦୃଷ୍ଟି ଦୂର କରି ପାଇଁ ବ୍ୟବହୃତ ଲେନ୍ସ ଦ୍ୱୟର ଫୋକସ୍ ଦୂରତା ନିଶ୍ଚୟ କର |
ଉ : (i) ଯଦି ଲେନ୍ସର ପାୱାର ‘P’ ଓ ଫୋକସ୍ ଦୂରତା ‘F’ ହୁଏ, ତେବେ
P = ଅର୍ଥାତ୍ F
ଏଠାରେ P = – 5.5D
F =
–0.18
(ii) ଦୂରଦୃଷ୍ଟି ପାଇଁ ବ୍ୟବହୃତ ଉତ୍ତଳ ଲେନ୍ସର ପାୱାର + 1.5 D |
ଫୋକସ୍ ଦୂରତା । F=
=
= 0.67 |
6. ସ୍ଵାଭାବିକ ଚ଼କ୍ଷୁର 25 ସେମିରୁ କମ୍ ଦୂରତାରେ କୌଣସି ବସ୍ତୁକୁ ରଖିଲେ ଚକ୍ଷୁ ବସ୍ତୁଟିକୁ କାହିଁକି ଦେଖିପାରେ ନାହିଁ?
- ବସ୍ତୁର ଅବସ୍ଥାନ ଅନୁଯାୟୀ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ଆବଶ୍ୟକ ଅନୁସାରେ ବଦଳି ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହୁଏ | ଏହାକୁ ଚକ୍ଷୁର ସମାୟୋଜନତା କୁହାଯାଏ |
- ଏକ ସୁସ୍ଥ ଚକ୍ଷୁ ପାଇଁ ସମାଯୋଜନତାର ପରିସର ଚକ୍ଷୁଠାରୁ 25 ସେ.ମି. ଦୂରତାରୁ ଅନନ୍ତ ଦୂରତା ପର୍ଯ୍ୟନ୍ତ ରହିଥାଏ |
- ବସ୍ତୁ ଚକ୍ଷୁଠାରୁ 25 ସେ.ମି. ରୁ କମ୍ ଦୂରତାରେ ରହିଲେ ଚକ୍ଷୁର ସମାୟୋଜନତା କାର୍ଯ୍ୟ କରେ ନାହିଁ | ତେଣୁ ଚକ୍ଷୁ ବସ୍ତୁଟିକୁ ଦେଖିପାରେ ନାହିଁ |
7. ଚକ୍ଷୁ ନିକଟରେ ଥିବା ଗୋଟିଏ ବସ୍ତୁର ଦୂରତାକୁ ବଢାଇଲେ ତାହାର ପ୍ରତିବିମ୍ବର ଦୂରତା କ'ଣ ହେବ ?
- ଚକ୍ଷୁର ସମାୟୋଜନତା ଯୋଗୁଁ ବସ୍ତୁର ଦୂରତା ବଦଳିଲେ ମଧ୍ୟ ପ୍ରତିବିମ୍ବ ସର୍ବଦା ଚକ୍ଷୁର ମୁକୁରିକାରେ ସୃଷ୍ଟି ହୁଏ |
- ତେଣୁ ଚକ୍ଷୁ ନିକଟରୁ ଗୋଟିଏ ବସ୍ତୁର ଦୂରତା ବଢ଼ାଇଲେ ତାହାର ପ୍ରତିବିମ୍ବର ଦୂରତା ଅପରିବର୍ତିତ ରହିବ |
8. ସାଧାରଣ ଚକ୍ଷୁର ଦୂର-ବିନ୍ଦୁ ଓ ନିକଟ ବିନ୍ଦୁ କାହାକୁ କୁହାଯାଏ ?
- ଦୂର–ବିନ୍ଦୁ : ଏକ ସୁସ୍ଥ ଚକ୍ଷୁ ସର୍ବାଧିକ ଯେତିକି ଦୂରତାର ବସ୍ତୁକୁ ଦେଖିପାରେ ତାହାକୁ ଦୂରବିନ୍ଦୁ (Far Point) କୁହାଯାଏ | ଏକ ସୁସ୍ଥ ଚକ୍ଷୁ ପାଇଁ ଏହା ଅନନ୍ତ ଦୂରତା ଅଟେ |
- ନିକଟ-ବିନ୍ଦୁ : ସର୍ବନିମ୍ନ ଯେତିକି ଦୂରତାରୁ ଚକ୍ଷୁ ବସ୍ତୁକୁ ଦେଖୁପାରେ, ତାହାକୁ ନିକଟବିନ୍ଦୁ (Near Point) କୁହାଯାଏ | ଏହାକୁ ମଧ୍ୟ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା କୁହାଯାଏ | ଏକ ସୁସ୍ଥ ଚକ୍ଷୁ ପାଇଁ ଏହାର ଦୂରତା 25 ସେ.ମି. ଅଟେ |
9. ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ ଏକ ସଷ୍ଟ ନାମାଙ୍କିତ ଚିତ୍ର ସାହାଯ୍ୟରେ ବୁଝାଅ |
- ଆମେ ଜାଣୁ ଯେ ପ୍ରିଜିମ୍ର ଗୋଟିଏ ପାର୍ଶ୍ଵରେ ଧଳାବର୍ଣ୍ଣର ଆଲୋକ ପଡ଼ିଲେ ତାହାର ବିପରୀତ ପାର୍ଶ୍ଵରେ 7 ଟି ରଙ୍ଗର ବର୍ଣ୍ଣାଳୀ ସୃଷ୍ଟି ହୁଏ | ଏହାକୁ ଆଲୋକର ପ୍ରକୀର୍ଣ୍ଣନ (dispersion) କୁହାଯାଏ |
- ବର୍ଷା ଛାଡ଼ିଗଲା ପରେ ଆକାଶରେ ଭାସିବୁଲୁଥିବା ଛୋଟ ଜଳକଣାମାନ ପ୍ରିଜିମ୍ ଭଳି କାର୍ଯ୍ୟ କରନ୍ତି |
- ଜଳକଣାଗୁଡ଼ିକ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ପ୍ରଥମେ ପ୍ରଥମେ ଆଲୋକ ଧଳା ଆଲୋକରୁ ସାତୋଟି ରଶ୍ମିମାନ ପ୍ରତିସୃତ ହୁଅନ୍ତି | ଏହାଦ୍ଵାରା ଧଳା ଆଲୋକରୁ ସାତୋଟି ବର୍ଣ୍ଣ ସୃଷ୍ଟି ହୁଏ |
- ଆଲୋକ ରଶ୍ମିମାନ ଜଳକଣାମାନଦ୍ୱାରା ପ୍ରକୀର୍ଣ୍ଣିତ ହେବାପରେ ଏମାନଙ୍କର ଜଳକଣା ମଧ୍ୟରେ ଆଭ୍ୟନ୍ତରୀଣ ପ୍ରତିଫଳନ ଘଟେ |
- ପରିଶେଷରେ ଆଲୋକ ରଶ୍ମିମାନ ପୁନଶ୍ଚ ପ୍ରତିସୃତ ହୋଇ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ |
ଇନ୍ଦ୍ରଧନୁର ସୃଷ୍ଟି
10. ଟିଏଲ୍ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝା |
ଟିଣ୍ଡଲ ସଦ୍ଧାନ୍ତ ଯୋଗୁଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ୍ ଦେଖାଯାଆନ୍ତି ।
ଏହି ଦୁଇ ଅବସ୍ଥାରେ ସୂର୍ଯ୍ୟ ଆମଠାରୁ ସର୍ବାଧିକ ଦୂରତାରେ ଥାଆନ୍ତି ।
ସୂର୍ଯ୍ୟାଲୋକରେ ଥିବା ସାତୋଟି ବର୍ଷର ଆଲୋକ ମଧ୍ୟରୁ ଲାଲ୍ ଆଲୋକର ତରଙ୍ଗଦୈର୍ଘ୍ୟ ସର୍ବାଧିକ ।
ଅନ୍ୟ ବର୍ଣ୍ଣର ଆଲୋକ ମାନ ବାୟୁରେ ଥିବା ଧୂଳିକଣାଗୁଡ଼ିକରେ ବିଚ୍ଛୁରିତ (Scatter) ହୋଇ ଯାଉଥିବାରୁ ଆମ ପର୍ଯ୍ୟନ୍ତ ଆସିପାରନ୍ତି ନାହିଁ |
କେବଳ ଲାଲ୍ବର୍ଷର ଆଲୋକ ହିଁ ଆମ ପର୍ଯ୍ୟନ୍ତ ଆସିପାରେ | ତେଣୁ ଆମେ ସୂର୍ଯ୍ୟଙ୍କୁ ଲାଲବର୍ଣ୍ଣରେ ଦେଖୁ |
୧୧. ବିଜ୍ଞାନସମ୍ମତ କାରଣ ଦର୍ଶାଅ |
- ତାରାଗୁଡିକ କାହିଁକି ଦପ୍ ଦପ୍ ହୁଏ ?
ବାୟୁମଣ୍ଡଳର ଘନତ୍ବ ଓ ପ୍ରତିସରଣାଙ୍କ ନିୟମିତ ବଦଳୁଥାଏ |
ତାରାମାନଙ୍କରୁ ଆସୁଥିବା ଆଲୋକରଶ୍ମିମାନ ବାୟୁମଣ୍ଡଳର ବିଭିନ୍ନ ସ୍ତରରେ କ୍ରମାଗତ ପ୍ରତିସୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ |
ବାୟୁମଣ୍ଡଳର ପ୍ରତିସରଣାଙ୍କର କ୍ରମାଗତ ପରିବର୍ତନ ଯୋଗୁଁ ଏହି ଆଲୋକ ରଶ୍ମିମାନ କ୍ରମାଗତ ଭାବରେ ଅଭିଲମ୍ବ ଆଡ଼କୁ ବଙ୍କାଏ | ଫଳତଃ ତାରାମାନଙ୍କର ଆଭାସୀ ଅବସ୍ଥାନ ସେମାନଙ୍କର ପ୍ରକୃତ ଅବସ୍ଥାନଠାରୁ ଉପରେ ରହେ |
ବାୟୁ ସ୍ତରର ଅବସ୍ଥାରେ ପରିବର୍ତନ ହେତୁ ବହୁତ ଦୂରରେ ଥୁବା ବିନ୍ଦୁ ପ୍ରାୟ ତାରାମାନଙ୍କର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ଭଲ ହୋଇ ନଚଳେ | ତେଣୁ ତାରାମାନଙ୍କର ଉଜ୍ଜଳତାର ହ୍ରାସ ବୃଦ୍ଧି ଘଟି ସେମାନେ ଦପ୍ ଦପ୍ ହେଲାପରି ଦିଶନ୍ତି |
b) ଗ୍ରହଗୁଡିକ କାହିଁକି ଦପ୍ ଦପ୍ ହୁଏ ନାହିଁ ?
ଗ୍ରହମାନେ ପୃଥିବୀର ନିକଟରେ ଥିବାରୁ ବଡ଼ ଦେଖାଯାଆନ୍ତି | ତେଣୁ ଏମାନଙ୍କୁ ଗୋଟିଏ ଗୋଟିଏ ବିସ୍ତୀର୍ଣ୍ଣ ଆଲୋକ ଉତ୍ସ ରୂପେ ଗଣାଯାଏ |
ଏହି ବିସ୍ତୀର୍ଣ୍ଣ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ଗୁଡ଼ିଏ ରଶ୍ମି ବାହାରି ଏକ ରଶ୍ମି ଗୁଚ୍ଛ, ଭାବରେ ପ୍ରବେଶ କରେ |
ବାୟୁମଣ୍ଡଳର ସାନ୍ଦ୍ରତାରେ ହ୍ରାସ ବୃଦ୍ଧି ଯୋଗୁ ରଶ୍ମି ଗୁଚ୍ଛର ପ୍ରତ୍ୟେକ ବିନ୍ଦୁ ଉତ୍ସର ଦିପ୍ତିରେ ହ୍ରାସ ବୃଦ୍ଧି ଘଟୁଥିଲେ ମଧ୍ୟ ସେଗୁଡ଼ିକ ସ୍ୱତନ୍ତ୍ର ଭାବରେ ଜଣାନପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦିପ୍ତି ସମାନ ରହିଲା ଭଳି ଲାଗେ |
ତେଣୁ ଗ୍ରହମାନଙ୍କର ଦିପ୍ତି ଗୁଡ଼ିଏ ବିନ୍ଦୁର ହାରାହାରି ଦିପ୍ତି ସହ ସମାନ ଏବଂ ଗ୍ରହମାନଙ୍କର ପ୍ରତ୍ୟେକ ବିନ୍ଦୁର ଆଲୋକ ହ୍ରାସ ବୃଦ୍ଧି ଜଣାପଡ଼ି ନଥାଏ | ତେଣୁ ଗ୍ରହମାନେ ତାରାପରି ଦପ୍ଦପ୍ ହୁଅନ୍ତା ନାହିଁ |
c) ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ କାହିଁକି ଗାଢ ଲାଲ୍ ଦେଖାଯାଏ ?
i) ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଦିଗ୍ବଳୟ ନିକଟରେ ଥାଆନ୍ତି |
ସୂର୍ଯ୍ୟ ଅଧିକ ଦୂରରେ ଥିବାରୁ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକରଶ୍ମିମାନ ବାୟୁମଣ୍ଡଳରେ ଥିବା ଧୂଳିକଣା ତଥା ଅନ୍ୟାନ୍ୟ କଣିକାଦ୍ଵାରା ବିଚ୍ଛୁରିତ ହୋଇ ଆମ ନିକଟରେ ପହଞ୍ଚି ପାରେ ନାହିଁ |
କେବଳ ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ନିକଟରେ ପହଞ୍ଚିପାରେ | ତେଣୁ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଗାଢ଼ଲାଲ ଦେଖାଯାଆନ୍ତି |
d) ଆକାଶ କାହିଁକି ନୀଳ ଦେଖାଯାଏ ?
ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଅନ୍ୟ କଣିକାଗୁଡ଼ିକର ଦୈର୍ଘ୍ୟ ସୂର୍ଯ୍ୟଙ୍କଠାରୁ ଆସୁଥିବା ଦୃଶ୍ୟମାନ ଆଲୋକ ତରଙ୍ଗର ଦୈର୍ଘ୍ୟଠାରୁ କମ୍ ଅଟେ |
ଦୃଶ୍ୟମାନ ଆଲୋକ ରଶ୍ମିରେ ଥିବା ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ଅପେକ୍ଷାକୃତ ଅଧିକ ହୋଇଥିବାରୁ ବାୟୁରେ ଥିବା କଣିକାମାନଙ୍କଦ୍ୱାରା ଲାଲ ଆଲୋକ ବିଚ୍ଛୁରିତ ନ ହୋଇ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରିତ ହୁଏ |
ଏହି ନୀଳ ଆଲୋକ ଆମ ଚକ୍ଷୁ ମଧ୍ୟକୁ ପ୍ରବେଶ କରିବାରୁ ଆମକୁ ଆକାଶ ନୀଳ ଦେଖାଯାଏ |
e) ମହାକାଶଚାରୀମାନଙ୍କୁ ଆକାଶ କାହିଁକି ନୀଳ ପରିବର୍ରେ ଅନ୍ଧାରୁଆ ଜଣାଯାଏ ?
ମହାକାଶଚାରୀମାନେ ଉଚ୍ଚ ଆକାଶରେ ଯାତ୍ରା କରୁଥାନ୍ତି, ଯେଉଁଠାରେ ପ୍ରାୟ ବାୟୁ ମଣ୍ଡଳ ନଥାଏ |
ଏହି ବାୟୁ ମଣ୍ଡଳ ନଥିବା ଅଞ୍ଚଳରେ ଟିଣ୍ଡାଲ୍ ପଦ୍ଧତି ଜନିତ ଆଲୋକର ବିଚ୍ଛୁରଣ ଘଟେ ନାହିଁ |
ତେଣୁ ମହାକାଶଚାରୀମାନଙ୍କୁ ଆକାଶ ଅନ୍ଧାରୁଆ ଦେଖାଯାଏ |
- ଲାଲ ବର୍ଣ୍ଣକୁ କାହିଁକି ବିପଦ ସଂକେତ ରୂପେ ବ୍ୟବହାର କରାଯାଏ ?
ଦୃଶ୍ୟମାନ ଆଲୋକ ମଧ୍ୟରେ ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ସର୍ବାଧିକ ଅଟେ |
ବାୟୁ ମଣ୍ଡଳରେ ଥିବା ବାୟୁର aଣୁ ଏବଂ ଅନ୍ୟାନ୍ୟ କଠିନ କଣିକା ଗୁଡିକର ଆକାର ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ଠାରୁ ଯଥେଷ୍ଟ କମ୍ ହୋଇଥିବାରୁ କଣିକା ମାନଙ୍କ ଦ୍ଵାରା ଲାଲ୍ ଆଲୋକର ବିଚ୍ଛୁରିତ ହୁଏ ନାହିଁ |
ଏଥିପାଇଁ ଲାଲ୍ ଆଲୋକ ଅଧିକ ଦୂର ପର୍ଯ୍ୟନ୍ତ ଗତି କରିପାରେ |
ଏହି କାରଣରୁ ଲାଲ୍ ବର୍ଣ୍ଣକୁ ବିପଦ ସଙ୍କେତ ରୂପେ ବ୍ୟବହାର କରାଯାଏ |
RATINGS
No reviews yet, be the first one to review the product
Other Chapters
Suggested

Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7
Note
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET -1
Quiz
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET - 2
Quiz
Manab Chakshu - ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ Class 10 Physical Science Chapter - 7 - SET-3
Quiz