Raghabanka Lanka Jatranukula ରାଘବଙ୍କ ଲଙ୍କା ଯାତ୍ରାନୁକୂଳ Class 10 Odia Chapter 3 Question and Answer
Language: en
ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
ନିର୍ଦ୍ଦିଷ୍ଟ ଉତ୍ତରମୂଳକ :
୧. ପ୍ରତ୍ୟେକର ତିନୋଟି ଲେଖାଏଁ ପ୍ରତିଶବ୍ଦ ଲେଖ |
ସିନ୍ଧୁ – ସମୁଦ୍ର, ସାଗର, ବାରିଧି
ପର୍ବତ – ପାହାଡ଼, ଗିରି, ଶୈଳ
ଆକାଶ – ଗଗନ, ନଭ, ବିହାୟସ
୨. ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ |
ଶବ୍ଦ ଗଦ୍ୟ ରୂପ
ପ୍ରାପତି ପ୍ରାପ୍ତି
ଜନମି ଜନ୍ମ
ଦଇବ ଦୈବ
୩. ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ |
ଆଶା - ନିରାଶା
ନିଃଶ୍ଵାସ – ପ୍ରଶ୍ଵାସ
ପ୍ରସନ୍ନ - ବିଷର୍ଣ୍ଣ
ଜ୍ୟେଷ୍ଠ - କନିଷ୍ଠ
ଜନ୍ମ - ମୃତ୍ୟୁ
ପୁଣ୍ୟ - ପାପ
ବିରସ - ସରସ
୪. ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର |
ପିତୃବ୍ୟ – ଗୋବିନ୍ଦ ଶରତ୍ ବାବୁଙ୍କୁ ପିତୃବ୍ୟ ଜ୍ଞାନ କରୁଥିଲେ |
ବ୍ୟୋମ – ପ୍ରଭାତ ହେଲେ ବ୍ୟୋମ ଦେଶ ଉଜ୍ଜ୍ଵଳି ଉଠେ |
ପ୍ରଶନ୍ନ – ଚିତ୍ତ ପ୍ରସନ୍ନ ରହିଲେ ଶରୀର ସୁସ୍ଥ ରହେ |
ଅନୁଜ – ଅନୁଜ ବିଭିଷଣଙ୍କ ଉପରେ ରାବଣର କ୍ରୋଧ ଥିଲା ଆହେତୁକ |
ସତ୍ଵର – ଶତ୍ରୁ ଲୁଚିଥିବାର ଖବର ଆସିବା ମାତ୍ରେ ସେଠାରୁ ସତ୍ଵର ପଳାୟନ କରିବା ତାଙ୍କର ଉଚିତ୍ ଥିଲା |
୫. ସନ୍ଧିବିଚ୍ଛେଦ କର |
ବଜ୍ରାଘାତ = ବଜ୍ର + ଆଘାତ
ପ୍ରତ୍ୟୁତ୍ତର = ପ୍ରତି + ଉତ୍ତର
ନିଃଶ୍ଵାସ = ନିଃ + ଶ୍ଵାସ
୬. ବ୍ୟାସବାକ୍ୟସହ ସମାସର ନାମ ଲେଖ |
ବିଭୂତିଭୂଷଣ – ବିଭୂତିରେ ଭୂଷିତ ଯେ (ଉପପଦ ତତ୍ ପୁରୁଷ ସମାସ)
ବିଭୂତିଭୂଷଣ – ବିଭୂତି ଯାହାର ଭୂଷଣ (ବହୁବ୍ରୀହି ସମାସ)
ବିଂଶତିକର – ବିଂଶ କର ଯାହାର (ଉପପଦ ତତ୍ ପୁରୁଷ ସମାସ)
ବିଂଶତିକର – ବିଂଶ ଅଟେ ଯାହାର କର – (ବହୁବ୍ରୀହି ସମାସ)
ଦେବରିପୁ – ଦେବତାଙ୍କର ରିପୁ (ଷଷ୍ଠୀ ତତ୍ପୁରୁଷ ସମାସ)
ହୀନପରାକ୍ରମ – ହୀନ ଅଟେ ପରାକ୍ରମ (କର୍ମ ଧାରୟ ସମାସ)
୭. କେଁ କେଁ ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ |
ସେଁ ସେଁ , ପେଁ ପେଁ , ମେଁ ମେଁ , ହେଁ ହେଁ , ଭେଁ ଭେଁ , ଖେଁ ଖେଁ
କ୍ଷୁଦ୍ର ଉତ୍ତରମୂଳକ :
୮. ସିନ୍ଧୁକୁ ପୋତିବା ପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ ?
ଉ : ସୀତା ରାବଣଦ୍ଵାରା ଅପହୃତ ହୋଇ ଲଙ୍କାରେ ଥିବାର ସମ୍ବାଦ ପାଇଲାପରେ ସୀତାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ଇଚ୍ଛା ବଳବତୀ ହେଲା | ତେଣୁ ସିନ୍ଧୁ ପୋତି ଲଙ୍କାରୁ ସୀତାଙ୍କୁ ଉଦ୍ଧାର ପାଇଁ ରାମଚନ୍ଦ୍ର ସ୍ଥିର କଲେ |
୯. କବିତାରେ ରାଘବ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ?
ଉ : କବିତାରେ “ରାଘବ” ଶବ୍ଦଟି ରଘୁବଂଶଜାତ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି |
୧୦. ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କ’ଣ କଲେ ?
ଉ : ଯେତେ ପଥର ପକାଇଲେ ବି ସମୁଦ୍ରରେ ତା'ର ସତ୍ତା ହଜିଗଲା | ତେଣୁ ସମୁଦ୍ରରେ ବନ୍ଧ କରିବାରେ ଏ ବାଧାକୁ ଅତିକ୍ରମ କରିବାପାଇଁ ରାମଚନ୍ଦ୍ର ଉପବାସରେ ରହିବା ସହିତ କୁଶ ଶଯ୍ୟାରେ ଶୟନ କରି ଜଳାଧୂପତି ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ସେ ଏହି ଉପାୟ ଅବଲମ୍ବନ କରିଥିଲେ |
୧୧. ରାବଣ ଶୁକ, ସାରଣଙ୍କ ମାଧ୍ୟମରେ ବିଭୀଷଣଙ୍କ ପାଖକୁ କି ବାର୍ତ୍ତା ପଠାଇଲେ ?
ଉ : ଶୁକ ଓ ସାରଣଙ୍କ ମାଧ୍ୟମରେ ବିଭୀଷଣଙ୍କ ନିକଟକୁ କୂଟନୀତି ଆଚରିତ ବାର୍ତ୍ତା ପଠାଇଥିଲା | ସେ ତା' ବାର୍ତ୍ତାରେ,କହିଥିଲା ଯେ, ସେ (ରାବଣ ) ହେଉଛି ବିଭୀଷଣର ବଡ଼ ଭାଇ | ବଡ଼ଭାଇ ପିତୃତୁଲ୍ୟ | ଯଦି ତାଙ୍କର କୌଣସି କଥା ବିଭୀଷଣଙ୍କୁ ଆଘାତ ଦେଇଛି, ସେ ତାକୁ ଭୁଲି ଯିବା ଉଚିତ୍ | ରାବଣ ଉପରେ ରାଗି, ତାଙ୍କ କଥାକୁ ମନ୍ଦ ଜ୍ଞାନକରି ରାମଙ୍କଠାରେ ସେ ଶରଣ ନେବା ଉଚିତ୍ | ଲଙ୍କାରେ ଥୂଲାବେଳେ ବିଭୀଷଣ ରାଜଭୋଗ କରୁଥିଲା ; କିନ୍ତୁ ଏବେ ଜଟାୟୁଧାରୀ ଯୋଗୀତୁଲ୍ୟ ବନଚାରୀ ରାଚନ୍ଦ୍ରଙ୍କ ସହ ଦୁଃଖକଷ୍ଟରେ ବିଭୀଷଣ କାଳାତିପାତ କରୁଛି | ସେ ବଡ଼ କୂଳରେ ଜନ୍ମହୋଇ ରାମଙ୍କ ପରି ଯୋଗୀଙ୍କ ଶରଣାପନ୍ନ ହେବାକୁ ବୁଦ୍ଧିମାନର କାର୍ଯ୍ୟ ହୋଇନାହିଁ | ତେଣୁ ସେ ଲଙ୍କା ଫେରିଯିବା ଉଚିତ୍ |
୧୨. ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ ?
ଉ : ରାମଙ୍କର ଲଙ୍କାଯାତ୍ରା ଉଦ୍ୟମକୁ ବ୍ୟର୍ଥ କରିବାକୁ ଯାଇ ରାବଣ ତା'ର ଦୁଇ ଚର ଶୁକ ଓ ସାରଣକଙ୍କୁ ପଠାଇବା ପୂର୍ବରୁ ରାମଙ୍କ ଅନୁଗତଙ୍କ ମଧ୍ୟରେ ଭେଦ ସୃଷ୍ଟି କରାଇବା ପାଇଁ ଶୁକ ସାରଣଙ୍କୁ ପରାମର୍ଶ ଦେଇଛି | ସେ ଏହି ଉଭୟଙ୍କୁ ପରାମର୍ଶ ଛଳରେ କହିଛି- ଯେ ସେମାନେ ଯାଇ ଅଙ୍ଗଦକୁ ମନେପକାଇ ଦିଅନ୍ତୁ ଯେ ରାମଚନ୍ଦ୍ର ହେଉଛି ତା'ର ପିତା ବାଳୀର ହତ୍ୟାକାରୀ ଯିଏ ତା'ର ପିତାକୁ ବଧ କରିଛି ସେ ବ୍ୟକ୍ତି ଠାରେ ଆନୁଗତ୍ୟ ପ୍ରକାଶ ଅଙ୍ଗଦର ଅନୁଚିତ |
୧୩. ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ କିଏ ଆସିଥିଲେ ?
ଉ : ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ ତା'ର ଦୁଇଜଣ ଦୂତ (ଚର) ; ଯଥା - ଶୁକ ଓ ସାରଣ ଆସିଥିଲେ |
୧୪. ରାବଣର ବାର୍ତ୍ତା ଶୁଣି ଅଙ୍ଗଦ କି ପ୍ରତିକ୍ରିୟା ପ୍ରକାଶ କଲେ ?
ଉ : ଶୁକ ଓ ସାରଣଙ୍କଠାରୁ ରାବଣର ବାର୍ତ୍ତା ଶୁଣି ଅଙ୍ଗଦ ଖୁବ୍ ରାଗିଯାଇଛି | ଏମାନଙ୍କ ଉଦ୍ଦେଶ୍ୟରେ ସେ ବଜ୍ରାଘାତସମ ଚାପୁଡା ମାରିଛି ; ମାତ୍ର ଧର୍ମ ବଳରୁ ସେମାନେ ରକ୍ଷାପାଇଗଲେ ବୋଲି ପ୍ରକାଶ କରିଛନ୍ତି |
୧୫. ମନ୍ତ୍ରୀଦ୍ଵୟ ରାବଣ ନିକଟରେ କି ଉକ୍ତି ପ୍ରକାଶ କଲେ ?
ଉ : ଶୁକ ଓ ସାରଣ ରାବଣ ନିକଟରେ ପହଞ୍ଚି ପ୍ରକାଶ କଲେ ଯେ, ସେମାନଙ୍କ କଥାଶୁଣି ପ୍ରଥମେ ବିଭୀଷଣ କହିଲା – ରାବଣ ଆଗ ସୀତାକୁ ଫେରାନ୍ତୁ, ତା'ପରେ ଯାହା ବିଚାର କରାଯିବ ; ମାତ୍ର ଅଙ୍ଗଦ କିଛି ନ ଶୁଣି ସେମାନଙ୍କ ଉଦ୍ଦେଶ୍ୟରେ ବଜ୍ରାଘାତସମ ଚାପୁଡ଼ା ମାରିଲେ ; କିନ୍ତୁ ଧର୍ମ ବଳ ସେମାନେ ଅଙ୍ଗହାନିରୁ ବର୍ଷିଗଲେ | ଯଦି ଅଙ୍ଗଦଙ୍କ ଚାପୁଡ଼ା ସେମାନଙ୍କ ଠାରେ ବାଜିଥା'ନ୍ତି, ନଚେତ୍ ଅନାୟାସରେ ସେମାନେ ଧୂଳିସାତ୍ ହୋଇଥା'ନ୍ତେ | ଯଦି ତାହା ପାହାଡ଼ରେ ବାଜିଥା'ନ୍ତା ତେବେ ତାହା ରସାତଳଗାମୀ ହୋଇଥା'ନ୍ତା |
୧୬. ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ପ୍ରହାରରେ ମନ୍ତ୍ରୀଦ୍ଵୟଙ୍କର କି ଅବସ୍ଥା ହୋଇଥାନ୍ତା ?
ଉ : ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ମାଡ଼ରେ ରାବଣର ମନ୍ତ୍ରୀଦ୍ଵୟ ଶୁକ ଓ ସାରଣ ଆତଙ୍କିତ ହୋଇ ଜୀବନ ନେଇ ପଳାୟନ କରିଛନ୍ତି | ଧର୍ମବଳରୁ ଅଙ୍ଗଦ ଚାପୁଡ଼ାରୁ ସେମାନେ ବର୍ଷିଗଲେ ବୋଲି ରାବଣ ଆଗରେ ଯାଇ ପ୍ରକାଶ କରିଛନ୍ତି | ପୁଣି ସେମାନେ ଆଶଙ୍କା କରିଛନ୍ତି ଯେ, ଯଦି ସେ ଚାପୁଡ଼ା ସେମାନଙ୍କ ଦେହରେ ବାଜିଥା'ନ୍ତି ତେବେ ନିଶ୍ଚୟ ଅଙ୍ଗହାନି ହୋଇଥା'ନ୍ତି, ନଚେତ୍ ଅନାୟାସରେ ସେମାନେ ଧୂଳିସାତ୍ ମଧ୍ୟ ହୋଇଥା'ନ୍ତେ ; ମାତ୍ର ବିଧାତାଙ୍କ କୃପାରୁ ସେମାନେ ରକ୍ଷା ପାଇଗଲେ |
୧୭. ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ ?
ଉ : ରାମଙ୍କ ସୈନ୍ୟ ଅଗଣନ ବୋଲି ମନ୍ତ୍ରୀଦ୍ଵୟ କଳନା କରିଛନ୍ତି | ତାଙ୍କ କଳନା ଅନୁସାରେ ସଂଖ୍ୟାରେ ଯେତେ ଶଂଙ୍ଖ ଅଛି ଓ ସାଗର ଗର୍ଭରେ ଜନ୍ମିତ ଯେତେ ଶଙ୍ଖ ନାହିଁ ତତୋଧିକ ସୈନ୍ୟବଳ ବା ସଂଖ୍ୟା ହେଉଛି ରାମଚନ୍ଦ୍ରଙ୍କ ସେନାନୀର |
୧୮. ସମୁଦ୍ର ତରିବା ନିମନ୍ତେ ରାଘବ କ’ଣ ପାଞ୍ଚିଥିଲେ ?
ଉ : ସୀତାଙ୍କୁ ଲଙ୍କାରୁ ଉଦ୍ଧାର ପାଇଁ ସମୁଦ୍ର ପାରହେବା ରାମଙ୍କପକ୍ଷେ ନିତାନ୍ତ ପ୍ରୟୋଜନ | ତେଣୁ ସମୁଦ୍ର ପାର ହେବାପାଇଁ ସେ ସମୁଦ୍ରରେ ପଥର ବନ୍ଧ ବାନ୍ଧିବାକୁ ଉପାୟ ପାଞ୍ଚିଥିଲେ |
ସପ୍ରସଙ୍ଗ ସରଳାର୍ଥ :
୧୯. ବିସ୍ମଇ ନିଃଶ୍ଵାସ ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ ଦର୍ଭଶୟନେ ଯେ |
ବିସ୍ମଇ ....................................ଯେ |
ଶଂସିତ ପଦ୍ୟାଂ ଶଟି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ରାଘବଙ୍କ ଲଙ୍କା ଯାତ୍ରାନୁକୂଳ” କବିତାରୁ ଆସିଅଛି | ଆଲୋଚ୍ୟ ପ୍ରସଙ୍ଗରେ ପଥରବନ୍ଧ ପାଇଁ ସମୁଦ୍ରକୁ ଫିଙ୍ଗାଯାଉଥିବା ପଥର ସତ୍ତାହୀନ ହୋଇପଡିବାରୁ ରାମଙ୍କର ବଢିଯାଇଥୁବା ବିସ୍ମୟ ଭାବକୁ ସୂଚିତ କରାଯାଇଛି |
ରାବଣ ସୀତାଙ୍କୁ ଅପହରଣ କରି ନେଲାପରେ ରାମଚନ୍ଦ୍ର ବିଭିନ୍ନ ସ୍ଥାନରେ ସନ୍ଧାନ କଲାପରେ ଶେଷରେ ରାବଣ ସୀତାଙ୍କୁ ଲଙ୍କାରେ ରଖିଥିବାରଅବଗତ ହେଲେ | ତେଣୁ ସୀତାଙ୍କୁ ସେଠାରୁ ତତ୍ କ୍ଷଣାତ୍ ଉଦ୍ଧାର ପାଇଁ ରାମଙ୍କର ବ୍ୟାକୁଳତା ଦେଖାଦେଲା | ଲଙ୍କାକୁ ଯିବାକୁ ସାଗର ପାରିହେବାର ଆବଶ୍ୟକତା ଥିବାରୁ ସେଠାରେ ଏକ ସେତୁ ବନ୍ଧ ତିଆରି ପାଇଁ ରାମଚନ୍ଦ୍ର ସିଦ୍ଧାନ୍ତ ନେଲେ | ମାତ୍ର ସେତୁବନ୍ଧ ଆରମ୍ଭବେଳେ ସମୁଦ୍ର ଗର୍ଭକୁ ଯେତେ ପଥର ନିକ୍ଷେପ କରାଗଲା ତାହାର ସତ୍ତା ମିଳିଲା ନାହିଁ | ଏଥିରେ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରି ଜଳଦେବତା ବରୁଣଙ୍କୁ ସହାୟତା ପାଇଁ ମନସ୍ଥ କଲେ | ସେ ଉପବାସରେ ରହିଲେ ଓ କୁଶକୁ ଶେଯ କରି ଶୋଇଲେ |
ବାସ୍ତବରେ ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ରାମଚନ୍ଦ୍ରଙ୍କର ଏପରି ସାଧନା ତାଙ୍କ ବ୍ୟକ୍ତିତ୍ୱର ଔଜ୍ଜଲ୍ୟକୁ ହିଁ ପ୍ରକଟିତ କରିଛି |
୨୦. ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୂଷଣେ
ବଡ଼କୁଳେ ଜନମି ଶରଣ କି କାରଣେ ଯେ |
ଉ : ବିଭୂତିକି ................................କାରଣେ ଯେ
ପ୍ରୋକ୍ତ କାବ୍ୟାଂଶଟି କବି ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ “ରାଘବଙ୍କ ଲଙ୍କା ଯାତ୍ରାନୁକୂଳ” କବିତାରୁ ଉଦ୍ଧୃତ | ଆଲୋଚ୍ୟ ପ୍ରସଙ୍ଗରେ ରାବଣ ଦୁଇ ମନ୍ତ୍ରୀଙ୍କୁ ଦୂତ କରି ବିଭୀଷଣଙ୍କ ନିକଟକୁ ଯେଉଁ ବାର୍ତ୍ତା ଦେଇଛି ସେ ସମ୍ପର୍କରେ ସୂଚିତ କରାଯାଇଛି |
ରାମଚନ୍ଦ୍ରଙ୍କ ଲଙ୍କାଯାତ୍ରା ଅନୁକୂଳକୁ ପ୍ରତିହତ କରିବାପାଇଁ ରାବଣ କୂଟନୀତି ପ୍ରୟୋଗ କରି ବିଭୀଷଣ ଓ ରାମଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଉଦ୍ୟମ କରିଛି | ଏଥିପାଇଁ ସେ ନିଜର ଦୁଇ ମନ୍ତ୍ରୀ ଶୁକ ଓ ସାରଣକୁ ଦୂତ କରି ବିଭୀଷଣଙ୍କ ନିକଟକୁ ପଠାଇଛି | ସେମାନେ ବିଭୀଷଣଙ୍କୁ କହିବେ – ରାବଣ ତା’ର ବଡ଼ ଭାଇ | ବଡ଼ଭାଇ ପିତୃତୁଲ୍ୟ | ଯଦି ତାଙ୍କର କୌଣସି କଥାବିଭୀଷଣକୁ ଆଘାତ ଦେଇଛି | ସେ ତାକୁ ଭୁଲିଯିବା ଉଚିତ | ରାବଣ ଉପରେ ରାଗି ଓ କଥାକୁ ମନ୍ଦ ଜ୍ଞାନ କରି ସେ ରାମଙ୍କ ନିକଟରେ ଶରଣାପନ୍ନ ହେବାକୁ ଅନୁଚିତ | ସେ ଲଙ୍କାରେ ଥିବାବେଳେ ରାଜଭୋଗ କରୁଥିଲା; ମାତ୍ର ଏବେ ଯୋଗୀତୁଲ୍ୟ ଜଟାଜୁଟଧାରୀ ବନଚାରୀ ରାମଚନ୍ଦ୍ରଙ୍କ ସାଙ୍ଗରେ ଦୁଃଖକଷ୍ଟରେ ବିଚରଣ କରୁଛି | ସେ ବଡ଼କୁଳ ବା (ରାବଣବଂଶ)ରେ ଜାତହୋଇ ରାମଙ୍କପରି ବନଚାରୀ ଯୋଗୀଙ୍କ ପାଖରେ ଶରଣ ନେବା ବିବେକବନ୍ଧୁ କାର୍ଯ୍ୟ ହୋଇନି |
ରାବଣର ଏଇ ବକ୍ତବ୍ୟରେ ଅଛି – କୂଟନୀତିକ ଚାତୁରୀ |
୨୧. ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ
ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ |
ଉ : ବାଜିଥିଲେ ଚୂର୍ଣ୍ଣ ............................ଦଇବ ଯେ |
ଉକ୍ତ ପଦ୍ୟାଂଶଟି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ “ରାଘବଙ୍କ ଲଙ୍କା ଯାତ୍ରାନୁକୂଳ” କବିତାରୁ ଆସିଅଛି | ଅଙ୍ଗଦର ଚାପୁଡ଼ାଘାତର ପରିଣତି କ'ଣ ହୋଇଥା'ନ୍ତା ସେ ସମ୍ପର୍କରେ ଏହି ପ୍ରସଙ୍ଗରେ ଶଙ୍କାଗ୍ରସ୍ତ ରାବଣର ବାର୍ତ୍ତା ବଖାଣିଲେ |
ସେମାନେ କହିଲେ ଯେ, ରାମଚନ୍ଦ୍ର ହେଉଛନ୍ତି ଅଙ୍ଗଦର ପିତୃ ହନ୍ତକାରୀ | ଏପରି ପିତୃ ହନ୍ତକାରୀ ଅଙ୍ଗଦଙ୍କ ସହାୟତା ନିର୍ବୋଧତାର ପରିଚାୟକ ସେ ତେଣୁ ତାଙ୍କ ସଙ୍ଗ ଛାଡିଦେବା ଉଚିତ୍ | ଅଙ୍ଗଦ ଏକଥା ଶୁଣିସାରି କ୍ରୋଧିତହୋଇ ଶୁକ-ସାରଣଙ୍କ ଉଦ୍ଦେଶ୍ୟରେ ବଜ୍ରତୁଲ୍ୟ ଚାପୁଡ଼ଘାତ କଲା | ମାତ୍ର ଦୈବଯୋଗକୁ ତାହା ଏମାନଙ୍କ ଅଙ୍ଗରେ ବାଜିଲା ନାହିଁ I ସେମାନେ ଭୟଭୀତ ହୋଇ ରାବଣ ପାଖରେ ପହଞ୍ଚି ଅଙ୍ଗଦର ଏହି ଚାପୁଡ଼ାଘାତର ପରିଣତିକୁ ପ୍ରକାଶ କରିଛନ୍ତି | ସେମାନେ କହିଛନ୍ତି ଯେ,ବଜ୍ରତୁଲ୍ୟ ଏହି ଚାପୁଡ଼ା ସେମାନଙ୍କ ଅଙ୍ଗରେ ବାଜିଥିଲେ ନିଶ୍ଚୟ ଅଙ୍ଗହାନି ଘଟିଥା'ନ୍ତା ;ନଚେତ୍ ସେମାନେ ସମ୍ପୂର୍ଣ ଧୂଳିସାତ୍ ହୋଇଥା'ନ୍ତେ | ଏହି ବଜ୍ରାଘାତତୁଲ୍ୟ ଚାପୁଡ଼ା ଯଦି ପର୍ବତ ଦେହରେ ବାଜିଥା'ନ୍ତି ତେବେ ତାହା ନିଶ୍ଚୟ ପାତାଳଗାମୀ ହୋଇଥା'ନ୍ତି | ଯାହାହେଉ ଭାଗ୍ୟ ଅନୁକୂଳ ଥିବାରୁ ସେମାନେ ଅଙ୍ଗଦଙ୍କ ବଜ୍ରତୂଲ୍ୟ ଚାପୁଡ଼ାଘାତରୁ ବର୍ତ୍ତିଗଲେ |
ଏଥିରୁ ଅଙ୍ଗଦଙ୍କ ଅପରିମିତ ଶକ୍ତି ଓ ସାହାସର ପରିଚୟ ମିଳେ |
ଦୀର୍ଘ ଉତ୍ତରମୂଳକ :
୨୨. ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର |
ଉ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥୁଲେ ଅସାମାନ୍ୟ ପ୍ରତିଭାର ଆଧିକାରୀ | ଆଳଙ୍କାରିକ କାବ୍ୟରେ ଅପୂର୍ବ ଶବ୍ଦବ୍ୟଞ୍ଜନା ଓ ଅର୍ଥଗୌରବକୁ ଆରୋପ କରି ସେ ଯେଉଁ ବିବିଧ କାବ୍ୟକବିତା ରଚନା କରିଥିଲେ ତାହା ଥିଲା ଓଡ଼ିଆ ଭାଷାସାହିତ୍ୟର ସନ୍ଧିକ୍ଷଣରେ ବେଶ୍ ପ୍ରଭାବନିଷ୍ଠ ଓ ସ୍ପର୍ଦ୍ଧାଶୀଳ | କବିଙ୍କ ପୌରାଣିକ କାବ୍ୟ “ବୈଦେହୀଶ ବିଳାସ”ଏଇ କାବ୍ୟରୀତିର ଏକ ଅସାଧାରଣ ଦୃଷ୍ଟାନ୍ତ | ଏଥିରେ “ବ”ଆଦ୍ୟ ଅକ୍ଷରକୁ ପ୍ରତି ପାଦରେ ପ୍ରୟୋଗ କରି କବି ଚମତ୍କାର କବିତ୍ଵ ଓ ପାଣ୍ଡିତ୍ୟର ନିଦର୍ଶନ ଦେଇଛନ୍ତି | ଆଲୋଚ୍ୟ “ରାଘବଙ୍କ ଲଙ୍କା ଯାତ୍ରାନୁକୂଳ” କବିତାଟି କବିଙ୍କ “ବୈଦେହୀଶ ବିଳାସ” କାବ୍ୟର ଚାଳିଶ ଛାନ୍ଦରୁ ଆନୀତ | ଏହି କବିତାରେ ରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବାପାଇଁ ଯେଉଁ ଯାତ୍ରାନୁକୂଳ କରିଛନ୍ତି ତା’ର ଚମତ୍କାର ଚିତ୍ର ପ୍ରଦତ୍ତ ହୋଇଛି |
ରାବଣ ସୀତା ଅପହରଣପରେ ତାଙ୍କୁ ତା’ର ସ୍ବର୍ଶଲଙ୍କାର ଅଶୋକବନରେ ନେଇ ବନ୍ଦିନୀ କରି ରଖିଥିଲା | ରାମଚନ୍ଦ୍ର ସୀତାଙ୍କୁ ବ୍ୟାକୁଳତାର ସହ ସନ୍ଧାନ କରି କରି ଶେଷରେ ସୀତା “ରାବଣ ରାଜ୍ୟ” ଲଙ୍କାରେ ବନ୍ଦିନୀ ଅଛନ୍ତି ବୋଲି ଅବଗତ ହେଲେ | ଏହି ସମ୍ବାଦ ପାଇବାପରେ ସୀତା ଉଦ୍ଧାରପାଇଁ ତାଙ୍କ ଆତୁରତା ଅଧିକା ବଢ଼ିଗଲା | ସେ ଲଙ୍କା ଯାତ୍ରା ଅନୁକୂଳ ପାଇଁ ନିଜର ଅନୁଗତବର୍ଗଙ୍କ ସହ ଆଲୋଚନା କଲେ; କିନ୍ତୁ ଯାତ୍ରାରେ ବାଧକ ଥିଲା ସମୁଦ୍ର | ସମୁଦ୍ର ପାର ନ ହେଲେ ଲଙ୍କାରେ ପହଞ୍ଚି ସୀତାଙ୍କୁ ଉଦ୍ଧାର କରିବା ଅସମ୍ଭବ ଥିଲା | ତେଣୁ ସିନ୍ଧୁକୁ ପଥରରେ ପୋତି ଏକ ପଥରବନ୍ଧ ତିଆରି କରି ତା’ର ମାଧ୍ୟମରେ ଲଙ୍କାକୁ ଯାତ୍ରା କରିବାର ବିଚାର କଲେ ରାମଚନ୍ଦ୍ର | ତାଙ୍କର ଅନୁଗତବର୍ଗଙ୍କ ସହ ଏହି ବିଚାର ଅନୁଶୀଳନ ପରେ ପଥରବନ୍ଧ ତିଆରି କରିବାର ପ୍ରୟାସ କରାଗଲା | ବାନରସେନା ଓ ଅନ୍ୟମାନେ ପଥରଖଣ୍ଡ ବୋହିଆଣି ସାଗରଗର୍ଭକୁ ନିକ୍ଷେପ କଲେ ; ମାତ୍ର ଅକଳନ ସମୁଦ୍ରର ଗଭୀର ଜଳରାଶ ମଧ୍ୟରେ ସମୁଦ୍ରକୁ ଶଙ୍ଖ ତୁଲ୍ୟ ସେସବୁ ଲୀନ ହୋଇଗଲେ | ପାଣିରେ କିଛି ଫିଙ୍ଗିଲେ ସେଥିରୁ ବୁଦ୍ବୁଦ୍ ବାହାରେ ଓ ପାଣି ଫେନାଚ୍ଛନ୍ନ ହୋଇଯାଏ; ମାତ୍ର ଅଗଣନ କପିସୈନ୍ୟଙ୍କ ସହାୟତାରେ ବହୁଳ ପରିମାଣରେ ସମୁଦ୍ରକୁ ପଥର ନିକ୍ଷେପ କରାଯିବାସରେ ସେଥିରୁ ସାମାନ୍ୟ ବୁଦ୍ବୁଦ୍ ବା ଫେଣାଦିର ଆଭାସ ମଧ୍ୟ ମିଳୁ ନଥିଲା | ରାମଚନ୍ଦ୍ର ଏଇ ବ୍ୟର୍ଥତାରେ ମର୍ମାହତ ହୋଇପଡ଼ିଲେ । ବିସ୍ମୟରେ ସେ ଚକିତ ହୋଇଗଲେ |
ଜଳାଧିପତି ବରୁଣଙ୍କୁ ପ୍ରସନ୍ନ କରି ସେ ସେତୁବନ୍ଧ ତିଆରି କରିବାପାଇଁ ଚିନ୍ତାକଲେ | ସାଗରର ଅଧିପତି ହେଉଛନ୍ତି ବରୁଣ | ସେ ଯଦି ପ୍ରସନ୍ନ ହେବେ; ତେବେ ଅବିଳମ୍ବେ ପଥରବନ୍ଧ ତିଆରି ହୋଇପାରିବ ଓ ତା' ଉପରେ ସୈନ୍ୟସାମନ୍ତ ଧରି ଲଙ୍କାକୁ ଯାତ୍ରାନୁକୂଳ କରି ପାରିବେ ବୋଲି ରାମଚନ୍ଦ୍ର ସ୍ଥିର କଲେ | ଶେଷରେ ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ସେ ଉପବାସରେ କୁଶରୂପକ ତୃଣଶଯ୍ୟାରେ ଶୟନ କଲେ | କବି ଏହି ଚିତ୍ରର ଚମତ୍କାର କାବ୍ୟାୟନ କରିଛନ୍ତି ନିମ୍ନୋକ୍ତ ପଂକ୍ତିରେ –
ବିସ୍ମଇ ନିଃଶ୍ଵାସ ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ ଦର୍ଭଶୟନେ ଯେ
ରାମଙ୍କର ଆରାଧନାରେ ଓ ସାଧନାରେ ଶେଷରେ ବରୁଣ ପ୍ରସନ୍ନ ହେଲେ | ରାମଙ୍କୁ ବତାଇଲେ ସେତୁବନ୍ଧ ନିର୍ମାଣ ଓ ବାରିଧି ପାରହେବାର କୌଶଳ | ପ୍ରସନ୍ନଚିତ୍ତରେ ରାମଚନ୍ଦ୍ର କୁଶଶଯ୍ୟା ତ୍ୟାଗକଲେ | ଏହିରୂପେ ରାମଚନ୍ଦ୍ର ଲଙ୍କା ଯାତ୍ରାପାଇଁ ପ୍ରୟାସ କରିଥିବାର ବର୍ଣ୍ଣନା ଦେଇଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଲୋଚ୍ୟ କବିତାରେ |
୨୩. ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର |
ଉ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲିଖିତ “ବୈଦହୀଶ ବିଳାସ”କାଟ୍ୟର ୪୦ ଛାନ୍ଦରେ ରାବଣର କୂଟନୀତି ଓ ରାମଚନ୍ଦ୍ରଙ୍କ ଲଙ୍କାଯାତ୍ରା ପାଇଁ ଅନୁକୂଳ କରିବା କଥା ବର୍ଣ୍ଣନା କରିଛନ୍ତି | ଏହି ପ୍ରସଙ୍ଗକୁ ଆଲୋଚ୍ୟ କବିତା “ରାଘବଙ୍କ ଲଙ୍କା ଯାତ୍ରାନୁକୂଳ” କବିତାରେ ସ୍ଥାନିତ କରାଯାଇଛି |
ରାବଣଙ୍କ ଲଙ୍କାପୁରୀରେ ସୀତା ବନ୍ଦିନୀ ବାର ଠାବକଲା ପରେ ରାମଚନ୍ଦ୍ର ଲଙ୍କାଯାତ୍ରା ପାଇଁଅନୁକୂଳ ଆରମ୍ଭ କଲେ | ମାତ୍ର ଏଥିରେ ବାଧକ ହେଲା – ସମୁଦ୍ର | ସମୁଦ୍ର ପାରହେବା ପାଇଁ ପଥର ପକାଇ ବନ୍ଧ ଟିଆରୀରେ ପ୍ରୟାସ କଲେ ରାମଚନ୍ଦ୍ର; ମାତ୍ର ସେସବୁ ସମୁଦ୍ରର ଅକଳନ ଗର୍ଭରେ ଲୀନ ହୋଇଗଲା | ଏଥିପାଇଁ ସାଗରାଧିପତି ବରୁଣଙ୍କ ଶରଣାପନ୍ନ ହୋଇ କାର୍ଯ୍ୟସିଦ୍ଧି ଉପଲକ୍ଷେ ରାମଚନ୍ଦ୍ର ଉପବାସରେ କୁଶଶେପ ଉପରେ ଶୟନ କଲେ | ବରୁଣଙ୍କ ପ୍ରସନ୍ନତାପାଇଁ ସେ ସାଧଳା ଆରମ୍ଭ କରିଦେଲେ | ଇତ୍ୟବସରରେ ରାବଣ ରାମଙ୍କ ଯାତ୍ରାକୁ ପ୍ରତିରୋଧ କରିବାପାଇଁ ଶୁକ ଓ ସାରଣ ନାମକ ଦୁଇ ମନ୍ତ୍ରୀଙ୍କୁ ଦୂତଭାବେ ପଠାଇଲା ରାମଙ୍କ ଶରଣାପନ୍ନ ତଥା ଅନୁଗତ ହୋଇଥିବା ବିଭୀଷଣ ଓ ଅଙ୍ଗଦଙ୍କ ନିକଟକୁ | ଉଦ୍ଦେଶ୍ୟ ଥିଲା ଏ ଦୁହିଁଙ୍କୁ ଉଚ୍ଚାଟିତ କରି ରାମଙ୍କ ଶିବିରରେ ଫାଟ ସୃଷ୍ଟି କରିବା | ରାବଣ ଥିଲା କୂଟନୀତିରେ ନିପୁଣ | ତା'ର କୂଟନୀତି ପ୍ରୟୋଗରେ ଗ୍ରାମ ଶିବିରରେ ବିଭେଦ ସୃଷ୍ଟି କରିବାକୁ ସେ କରିଛି ଗଭୀର ଚିନ୍ତା | ତାକୁ ସହାୟକ ହୋଇଛନ୍ତି ତା’ର ଦୁଇ ଅନୁଗତ ମାୟାବୀ ମନ୍ତ୍ରୀ ଅସୁର ଶୁକ ଓ ସାରଣ | ରାବଣ ଜାଣିଛି - ବିଭୀଷଣ, ସୁଗ୍ରୀବ, ଅଙ୍ଗଦ ଆଦିଙ୍କ ସହାୟତାରେ ରାମଚନ୍ଦ୍ର ଲଙ୍କା ଉଦ୍ଦେଶ୍ୟରେ ଯୁଦ୍ଧଯାତ୍ରା କରିବେ | ତା' ପୂର୍ବରୁ ସେ ସତର୍କ ହୋଇଛି | ବିପଦ ଆସିବାପୂର୍ବରୁ ତାକୁ ରୋଧ କରିବା ହେଉଛି ବୁଦ୍ଧିମାନ୍ ବ୍ୟକ୍ତିର କାର୍ଯ୍ୟ | ରାବଣ ଏଇ ବୁଦ୍ଧି ପ୍ରୟୋଗ କରିଛି ରାମଙ୍କ ପଥରୋଧପାଇଁ |
ସେ ଶୁକ – ସାରଣଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରି ବିଭୀଷଣ ଓ ଅଙ୍ଗଦଙ୍କ ନିକଟକୁ କଳିର ମଞ୍ଜି ବୁଣିବାର ଅଭିଳାଷ ନେଇ ବାର୍ତ୍ତା ପ୍ରେରଣ କରିଛି | ଶୁକ ଓ ସାରଣଙ୍କୁ ସେ ପରାମର୍ଶ ଦେଇଛି, ବିଭୀଷଣ ଓ ସୁଗ୍ରୀବଙ୍କୁ କ’ଣ ଓ କିପରି କହି ରାମ - ବିମୁଖ କରିବାକୁ ପଡ଼ିବ | ରାବଣ ମନ୍ତ୍ରୀ ଶୁକ ଓ ସାରଣଙ୍କୁ ପରାମର୍ଶ ଦେବାକୁ ଯାଇ କହିଛି ଯେ – ସେମାନେ ଯାଇ ବିଭୀଷଣକୁ କୁହନ୍ତୁ ରାବଣ ତା’ର ଅଗ୍ରଜ | ଅଗ୍ରଜ ପିତାତୁଲ୍ୟ | ଯଦି ତା’ର କୌଣସି କଥା ତାକୁ ଆଘାତ କରିଛି; ତେବେ ସେ ତାହା ଭୁଲିଯିବା ଉଚିତ | ତା' ଉପରେ ରାଗି, ତା' କଥାକୁ ମନ୍ଦଜ୍ଞାନ କରି ଜଟାକୁଟଧାରୀ ରାମଙ୍କର ଶରଣ ନେବା ତା' ପସେ ଅନୁଚିତ ହୋଇଛି | ଲଙ୍କାରେ ଥିବାବେଳେ ବିଭୀଷଣ ରାଜସୁଖ ଭୋଗକରୁଥିଲା; କିନ୍ତୁ ଏବେ ଜଟାଜୁଟଧାରୀ, ବିଭୂତିଲେସିତ ଯୋଗୀତୁଲ୍ୟ ବନଚାରୀ ରାମଚନ୍ଦ୍ରଙ୍କ ସହିତ ଦୁଃଖରେ କାଳାତିପାତ କରୁଛି | ଉଚ୍ଚ କୁଳରେ ବିଭୀଷଣ ଜାତ ହୋଇଥିଲେ ବି ରାମଙ୍କପରି ଯୋଗୀଙ୍କଠାରେ ଶରଣ ନେବା ଲଜ୍ଜାକର କଥା | ରାବଣର ଏହି ବକ୍ତବ୍ୟରେ ଅଛି ମନ୍ଦ ଉଦ୍ଦେଶ୍ୟ | ବିଭୀଷଣବ୍ଦ ମନରେ ଭାବାନ୍ତର ସୃଷ୍ଟି କରି ନିଜପ୍ରତି ଆକୃଷ୍ଟ କରିବା ଓ ରାମ – ବିମୁଖ କରାଇବାର ଚମତ୍କାର କୂଟନୀତି ଏଥିରେ ଆରୋପିତ ହୋଇଛି | କବି ଏ ପ୍ରସଙ୍ଗରେ ଉଲ୍ଲେଖ କରନ୍ତି –
“ବିଭୁତିକ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ
ବଡ଼କୁଳେ ଜନମି ଶରଣ କି କାରଣ ଯେ ?”
ଅଙ୍ଗଦକୁ ଉତ୍ତେଜିତ ତଥା ପ୍ରଭାବିତ କରି ରାମ-ବିରୋଧୀ କରିବାକୁ ମଧ୍ୟ ରାବଣ କୂଟନୀତିକ ଚିନ୍ତାର ପଟାନ୍ତର ନାହିଁ | ଏହି କ୍ରମରେ ସେ ଶୁକ ଓ ସାରଣଙ୍କୁ ପରାମର୍ଶ ଦେଇଛି ଯେ – ଅଙ୍ଗଦକୁ ସେମାନେ ସ୍ମରଣ ବାପା ବାଳୀକୁ ହତ୍ୟା କରିଥିଲେ | ସେହି ହତ୍ୟାକାରୀ ରାମଙ୍କଠାରୁ ପ୍ରତିଶୋଧ ନ ନେଇ ସେ ପାଇଁ ଶୋଭା ପାଉ ନାହିଁ | ଶୁକ ଓ ସାରଣଙ୍କୁ ରାମଙ୍କ ବିରୋଧରେ ଯଥାକ୍ରମେ ବିଭୀଷଣ ଓ ଅଙ୍ଗ ବିଭେଦ ସୃଷ୍ଟିପାଇଁ ରାବଣର ପରାମର୍ଶ ବାସ୍ତବିକ ରାବଣର କୁଟନୀତିକ ପ୍ରତ୍ୟୁତ୍ପନ୍ନମତିତାର ଯଥାର୍ଥ ନିଦର୍ଶନ | ବିବାଦ ଲଗାଇ ଶବ୍ଦ ଶିବିରରେ ବିଭେଦ ସୃଷ୍ଟି କରି ନିଜକ ବିଜିତ କରିବାର ଇଚ୍ଛାପୋଷଣ କରିଛି ରାବଣ | ବିବାଦ ଲଗାଇ ରାମଙ୍କ କୌଶଳକୁ ପଣ୍ଡ କରିବାର ଯେଉଁ କୂଟନୀତି ରାବଣ କରିଛି, ତାହା ତା’ର କୂଟନୀତିକ ବିଶାରଦତାକୁ ପ୍ରମାଣିତ କରିଛି |
କେବଳ ଏତିକି ନୁହେଁ, ରାବଣ ରାମଚନ୍ଦ୍ରଙ୍କ ସୈନାବଳ କଳନା କରିବାକୁ ମଧ୍ୟ ଇଙ୍ଗିତ ଦେଇଛି | ଏଥିରୁ ରାବଣର ଚତୁରତା ଓ ଯୁଦ୍ଧଜୟ ପାଇଁ ବିଧୁବଦ୍ଧ ଯୋଜନା ସମ୍ପର୍କରେ ଅବଗତ ହୋଇ ହୁଏ | କବି ଉପେନ୍ଦ୍ର ରାବଣର ଏତାଦୃଶ କୂଟନୀତି ପ୍ରୟୋଗ, ଚିନ୍ତନ ଓ ପରିପ୍ରକାଶକୁ ଚମତ୍କାରଭାବେ ଆଲୋଚ୍ୟ କବିତାରେ ବର୍ଣ୍ଣିତ କରି ଅଛନ୍ତି |
RATINGS
No reviews yet, be the first one to review the product
