- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- ଦ୍ଵିତୀୟ ଅଧ୍ୟାୟ : ଖାଦ୍ୟର ଶ୍ରେଣୀବିଭାଗ
- Khadyara Sreni Bibhaga (ଖାଦ୍ୟର ଶ୍ରେଣୀ ବିଭାଗ) - Class 6 Science chapter 2 Notes
Khadyara Sreni Bibhaga (ଖାଦ୍ୟର ଶ୍ରେଣୀ ବିଭାଗ) - Class 6 Science chapter 2 Notes
Language : Odia
Odia medium class 6 science chapter 2 Khadyara Sreni Bibhaga (ଖାଦ୍ୟର ଶ୍ରେଣୀ ବିଭାଗ) Notes
ଖାଦ୍ୟର ଶ୍ରେଣୀ ବିଭାଗ
ସ୍କୁଲର ନିଜ ସାଙ୍ଗମାନଙ୍କୁ ଦେଖିଥିବେ, ସେମାନଙ୍କ ମଧ୍ୟରୁ କେତେ ଜଣ ସୁସ୍ଥବଳ ଥାଆନ୍ତି ଏବଂ ଅନ୍ୟ କେତେ ଜଣ ପ୍ରାୟ ସମୟ ରୋଗରେ ପଡିଥାନ୍ତି| ଏମିତି କାହିଁକି ହୁଏ, ଖାଦ୍ୟ ଅଭାବ ଦ୍ୱାରା ଏମିତି ହୋଇଥାଏ |
ଖାଦ୍ୟ ଆମେ କାହିଁକି ଖାଇଥାଉ ?
· ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ |
· କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ |
· ଖାଦ୍ୟ ଶରୀର ବୃଦ୍ଧିରେ ସାହାଯ୍ୟ କରେ |
· ପୁଷ୍ଟି ଅଭାବ ଜନିତ ରୋଗରୁ ରକ୍ଷା କରିଥାଏ |
· ଆମେ ସବୁବେଳେ ଭିନ୍ନ ଭିନ୍ନ ଖାଦ୍ୟ ଖାଇଥାନ୍ତି | ତାହେଲେ, ବିଭିନ୍ନ ଖାଦ୍ୟରେ ଏମିତି କ’ଣ ଅଛି ଯିଏ ସାହାଯ୍ୟ କରେ |
· ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ, ଏହାକୁ “ପୋଷକ” କୁହାଯାଏ |
· ପୋଷକକୁ ଆଧାର କରି, ଖାଦ୍ୟ କେତେ ଭାଗରେ ବିଭକ୍ତ କରାଯାଇଛି |
· ଶ୍ଵେତସାର, ପୁଷ୍ଟିସାର , ସ୍ନେହସାର, ଭିଟାମିନ, ଖଣିଜ ଲବଣ ଓ ଜଳ ଇତ୍ୟାଦି |
· ଏହି ସବୁ ସହିତ ଶରୀରରେ ଆବଶ୍ୟକତା ପୂରଣ ପାଇଁ ତନ୍ତୁ ଜାତୀୟ ଖାଦ୍ୟ ମଧ୍ୟ ନିହାତି ଆବଶ୍ୟକ | ତା ହେଲେ ,ଆମେ କେମିତି ଜାଣିବା ଯେ କେଉଁ ଖାଦ୍ୟରେ କେଉଁ ପୋଷକଟି ରହିଛି |ଏଥିପାଇଁ କେତେକ ପରୀକ୍ଷା କରାଯାଇଛି ;
ଶ୍ଵେତସାର ଜାତୀୟ ଖାଦ୍ୟର ଚିହ୍ନଟ :-
ପ୍ରଥମେ ଗୋଟିଏ କାଚ ଗ୍ଲାସରେ କିଛି ଅଟା ନେବା ଏବଂ ସେଥିରେ ୩-୪ ଚାମଚ ପାଣି ମିଶାଇ ତାକୁ ଭଲରେ ଗୋଳାଇ ରଖିବା |
ସେହି ପାଣିଆ ଅଟାରେ ୨-୩ ବୁନ୍ଦା ସାଙ୍ଗେ ସାଙ୍ଗେ ଆୟୋଡିନ ଦ୍ରବଣ ମିଶାଇବା ଓ ଭଲ ଭାବେ ଘାଣ୍ଟି ରଖିବା | ଦେଖିବ ,ସାଙ୍ଗେ ସାଙ୍ଗେ ଏହା ଗାଢ ନୀଳ ରଙ୍ଗ ହୋଇଯିବ | କାରଣ ଆୟୋଡିନ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ ନୀଳ ରଙ୍ଗ କରିଦିଏ |
Example: - ସିଝା ଆଳୁ,ଚୂଡ଼ା ଗୁଣ୍ଡ ଇତ୍ୟାଦି |ପୁଷ୍ଟିସାର ଜାତୀୟ ଖାଦ୍ୟ ଚିହ୍ନଟ :-
ପ୍ରଥମେ ଗୋଟିଏ ଛୋଟ ପ୍ଲାଷ୍ଟିକ ସିସି କିମ୍ବା ବୋତଲ ନେବା ଓ ସେଥିରେ ଅଳ୍ପ ଡାଲିଗୁଣ୍ଡ ପୂରାଇବା | ଡ୍ରପର ସାହାଯ୍ୟରେ ସେଥିରେ ୮-୧୦ ବୁନ୍ଦା ପାଣି ମିଶାଇବା ପରେ ସେଥିରେ ୨ ବୁନ୍ଦା ତୁତିଆ ଦ୍ରବଣ (କପର ସଲଫେଟ) ଓ ୧୦ ବୁନ୍ଦା କ୍ଷାରସୋଡାର ଦ୍ରବଣ ମିଶାଇ ଠିପି ଲଗାଇ ଏହାକୁ ଭଲ ଭାବରେ ହଲାଇବା ,ଯେପରି ଦ୍ରବଣ ଗୁଡିକ ମିଶିଯିବ | ତାପରେ ଗୋଟିଏ ସ୍ଥାନରେ କିଛି ସମୟ ସ୍ଥିର କରି ରଖିଦେବା | କିଛି ସମୟ ପରେ ଦ୍ରବଣଟି ବାଇଗଣି ରଙ୍ଗ ହୋଇଯିବ |
Example: - ଡାଲି, କ୍ଷୀର, ମାଛ, ଛତୁ ଇତ୍ୟାଦି |
ସ୍ନେହସାର ଜାତୀୟ ଖାଦ୍ୟ ଚିହ୍ନଟ :-
କେତେ ଖଣ୍ଡ ଧଳା କାଗଜ ନେବା | ଅଟା ,ସିଝା ଆଳୁ ,ଚିନାବାଦାମ ଗୁଣ୍ଡ ,କୋଇହୋଇଥିବା ନଡିଆ ,ସୋରିଷ ଗୁଣ୍ଡ ଅଲଗା ଅଲଗା କାଗଜରେ ଘସି ଗୁଣ୍ଡ ପଦାର୍ଥକୁ କାଗଜ ଉପରୁ ଝାଡିଦେଇ କାଗଜକୁ ଖରାରେ କିଛି ସମୟ ରଖିଦେବା | ଦେଖିବ ,ଯେ କିଛି କାଗଜ ତେଲିଆ ଦେଖାଯାଉଛି ଓ କିଛି କାଗଜ ଦେଖାଯାଉନାହିଁ | ଯେଉଁ କାଗଜଟି ତେଲିଆ ଦେଖାଯାଉଛି ,ସେଥିରେ ଘସା ଯାଇଥିବା ପଦାର୍ଥରେ ତେଲ ଅଛି ଏବଂ ଏହା ସ୍ନେହସାର ଜାତୀୟ ଖାଦ୍ୟ (ଚିନାବାଦାମ ,ସୋରିଷ ,ନଡିଆ ) Example:- ରାଶି ,ମାଛ ,ମାଂସ ଇତ୍ୟାଦି l
* ଯେଉଁ ସ୍ନେହସାର ଉଦ୍ଭିଦରୁ ମିଳେ ତାହା ଉଦ୍ଭିଜ ସ୍ନେହସାର ଓ ଯାହା ପ୍ରାଣୀଙ୍କଠାରୁ ମିଳେ ,ତାହା ପ୍ରାଣୀଜ ସ୍ନେହସାର l
- ପୋଷକର ଉତ୍ସ ଓ କାର୍ଯ୍ୟ
ଶ୍ଵେତସାର :
- ଚାଉଳ,ଚିନି ,ଗୁଡ ,ଆଳୁ ,ମକା l
- ଶରୀରକୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ l
- ଶ୍ଵେତସାର ଶରୀରରେ ଚର୍ବି ଆକାରରେ ଜମା ହୋଇ ରହେ , ଆବଶ୍ୟକ ସମୟରେ ଶକ୍ତି ମିଳେ |
ପୁଷ୍ଟିସାର :
- ଡାଲି ,ସୋୟାବିନ ,ଛତୁ ମାଛ ,ମାଂସ
- ପିଲାମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ l
- ନଷ୍ଟ ହୋଇଯାଉଥିବା କୋଷ ବଦଳରେ ନୂଆ କୋଷ ସୃଷ୍ଟି କରେ |
ସ୍ନେହସାର :
- ତେଲ ,ଘିଅ ,ଲହୁଣୀ ,କ୍ଷୀର ,ମାଛ
- କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ |
- ଚର୍ମ ଚିକ୍କଣ କରେ |
- ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର ଅଭାବରେ ଅପପୁଷ୍ଟିଜନିତ ରୋଗ ହୋଇଥାଏ |
- ଶ୍ଵେତସାର ଅଭାବରେ ମାରସମସ୍ ରୋଗ ହୋଇଥାଏ |
- ପୁଷ୍ଟିସାର ଅଭାବରେ କ୍ଵାସିଓକର୍ ରୋଗ ହୋଇଥାଏ |
ଶରୀରରେ ଭିଟାମିନର କାମ କ’ଣ ?
ଭିଟାମିନ ର ଉତ୍ସ, ଅଭାବରେ ରୋଗ ଓ ଲକ୍ଷଣ :
ଭିଟାମିନ A– ପାଚିଲା ଅମୃତଭଣ୍ଡା, ଗାଜର, କ୍ଷୀର
- ଅନ୍ଧାରକଣା ରୋଗ ହୁଏ |
- ଦୃଷ୍ଟି ଶକ୍ତି ଲୋପ ପାଇଥାଏ ,ଚର୍ମ ଶୁଖିଲା ରହେ ,କାଠ ବ୍ରଣ ହୁଏ |
ଭିଟାମିନ B– ଅକାଣ୍ଡିଆ ବା ଢିଙ୍କିକୁଟା ଚାଉଳ ,ଚୋକଡ ମିଶା ଅଟା, ଶାଗ
- ବେରିବେରି ରୋଗ ହୁଏ |
- ପାଟିରେ କଳ ଘା’,ତୁଣ୍ଡଘା’,ଗୋଡାହାତ ଫୁଲିଯିବା ,ଝିମଝିମ ଲାଗିବା ଇତ୍ୟାଦି |
ଭିଟାମିନ C– କମଳା, ଲେମ୍ବୁ, ପିଜୁଳି ,ଟମାଟ ,କଞ୍ଚାଲଙ୍କା ,ଅଁଳା
- ସ୍କର୍ଭି ରୋଗ ହୁଏ | ଦାନ୍ତ ମାଢିରୁ ରକ୍ତ ପଡେ ,ଘା’ଶୀଘ୍ର ସୁଖେ ନାହିଁ |
ଭିଟାମିନ D– ଛୋଟମାଛ, ଛେଳି କଲିଜା, କର୍ଡ ମାଛର ତେଲ, ସୂର୍ଯ୍ୟକିରଣ
- ରିକେଟସ, ଅଷ୍ଟିଓମାଲେସିଆ, ହାତ ଗୋଡ ସରୁ ହୋଇଯାଏ ଅସ୍ଥି ଟାଣ ହୁଏ ନାହିଁ |
ଭିଟାମିନ E– ଗଜାମୁଗ, ଗଜାବୁଟ, ରାଶିତେଲ, ଫଳ, ସୂର୍ଯ୍ୟତେଲ
- ଚର୍ମ ଚିକ୍କଣ ରହେ ନାହିଁ |ସ୍ତ୍ରୀଲୋକମାନଙ୍କର ବନ୍ଧ୍ୟା ରୋଗ ହୋଇଥାଏ |
ଭିଟାମିନ K– ଶାଗ, ମାଛ, କ୍ଷୀର, ମାଂସ, ସଜପରିବା, ଫଳ
- ଶରୀରରେ କୌଣସି ସ୍ଥାନ କଟିଗଲେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ |
ଏହା ବ୍ୟତୀତ ଭିଟାମିନ B1,B2 ଓ B12 ଇତ୍ୟାଦି ରହିଛି |ସେଥିମଧ୍ୟରୁ ଭିଟାମିନ B12 ର ଆବଶ୍ୟକତା ବେଶୀ |ଏହା ମାଛ ,ମାଂସ ,ଅଣ୍ଡା ,କଲିଜା ଇତ୍ୟାଦିରେ ଥାଏ |ରକ୍ତରେ ଲୋହିତ କୋଷିକା ତିଆରିରେ ସାହାଯ୍ୟ କରିଥାଏ |
ଗାଈ ଓ ମଇଁଷି କ୍ଷୀରରେ ଖାଦ୍ୟର ସମସ୍ତ ପୋଷକ ଥାଏ କିନ୍ତୁ ଭିଟାମିନ ‘c ‘ନ ଥାଏ |
ଖଣିଜ ଲବଣ, କେଉଁଥିରୁ ମିଳେ, ଏହାର କାର୍ଯ୍ୟ ଓ ଅଭାବ ଜନିତ ରୋଗ :
କ୍ୟାଲସିୟମଯୁକ୍ତ ଲବଣ :–
- ଚୁନାମାଛ, ମାଛକେଣ୍ଡା, କ୍ଷୀର ,ମାଂସ ,ଶାଗ
- ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ
- ଅସ୍ଥି ବଙ୍କା ହୋଇଯାଏ
ଲୌହଯୁକ୍ତ ଲବଣ:–
- ସଜନା ଶାଗ ,ପୋଇ ,ଭେଣ୍ଡି ,କଦଳୀ
- ରକ୍ତ ତିଆରିରେ ସାହାଯ୍ୟ କରେ
- ରକ୍ତହୀନତା ଦେଖାଯାଏ
ଆୟୋଡିନଯୁକ୍ତ ଲବଣ:–
- ସଜନା ଛୁଇଁ ,ଫଳ, ପରିବା, ସମୁଦ୍ର ମାଛ
- ଥାଇରୋଏଡ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରେ
- ଗଳଗଣ୍ଡ ରୋଗ ହୁଏ
- ମାନସିକ ବିକାଶରେ ବାଧା କରେ
ତନ୍ତୁ ଜାତୀୟ ଖାଦ୍ୟ:-
- ଚୋପାଲଗା କଞ୍ଚା ଫଳ ,ଚୋପାଲଗା କଞ୍ଚା ପରିବା ଟମାଟ, ମୂଳା ,ଗାଜର ,ଚୋପାଲଗା ଡାଲି ଓ ସମସ୍ତ ପ୍ରକାର ଶାଗ ତନ୍ତୁ ଜାତୀୟ ଅଟେ ।
- ଏହା ଏକ ପୋଷକ ନ ହେଲେ ମଧ୍ୟ ପେଟ ସଫା କରିବାରେ ସାହାଯ୍ୟ କରିଥାଏ |
ସୁଷମ ଖାଦ୍ୟ:-
- ଆମେ ଖାଉଥିବା ସମସ୍ତ ଖାଦ୍ୟ ସୁଷମ ଖାଦ୍ୟ ବୟସ, ଲିଙ୍ଗ ହିସାବରେ ଖାଇବାର ପରିମାଣ ଭିନ୍ନ ଭିନ୍ନ |
- ନିରାମିଷ ଭୋଜନ କରୁଥିଲେ ଦୈନିକ ଚିନାବାଦାମ, କାଜୁ ଓ ପେସ୍ତା ବାଦାମ ଖାଇବା ଉଚିତ |
- ଖାଦ୍ୟ ଖାଇବା ସହିତ ୮ - ୧୦ ଗିଲାସ ପାଣି ପିଇବା ଦରକାର |
୧୦ - ୧୨ ବର୍ଷ ପିଲାଙ୍କ ସୁଷମ ଖାଦ୍ୟ
ଖାଦ୍ୟ -ନିରାମିଷ -ଆମିଷ
ଶସ୍ୟ -୩୨୦ ଗ୍ରାମ -୩୨୦ ଗ୍ରାମ
(ଚାଉଳ, ମକା, ଅଟା)
ଡାଲି -୭୦ ଗ୍ରାମ -୬୦ ଗ୍ରାମ
(ହରଡ଼, ମୁଗ, ବୁଟ)
ଶାଗ ଓ କଞ୍ଚା ପରିବା -୧୦୦ ଗ୍ରାମ -୧୦୦ ଗ୍ରାମ
ଫଳ -୫ ୦ ଗ୍ରାମ -୫୦ ଗ୍ରାମ
(ସେଓ, ପିଜୁଳି, ଅଁଳା)
ପନିପରିବା -୭୦ ଗ୍ରାମ -୫୦ ଗ୍ରାମ
ତେଲ, ଘିଅ -୩୫ ଗ୍ରାମ -୩୫ ଗ୍ରାମ
ମାଛ, ମାଂସ, ଚିନି, ଗୁଡ -୫୦ ଗ୍ରାମ -୫୦ ଗ୍ରାମ
ଠିକ୍ ପରିମାଣରେ ଖାଇବା ଏବଂ ପରିଷ୍କାର ପରିଚ୍ଛନ୍ନ ଖାଇବା ସୁସ୍ଥ ରହିବା