- SCHOOL BOARDS
- BSE/CHSE ODISHA
- CLASS 8
- ODIA
- ବୃକ୍ଷ ମାହାତ୍ମ୍ୟ : ଜଗନ୍ନାଥ ଦାସ
- Brukhya Mahatmya ବୃକ୍ଷ ମାହାତ୍ମ୍ୟ Class 8 Odia Chapter 1
Brukhya Mahatmya ବୃକ୍ଷ ମାହାତ୍ମ୍ୟ Class 8 Odia Chapter 1
Language : Odia
Chapter -1 - ବୃକ୍ଷ ମାହାତ୍ମ୍ୟ
୧) ଆସ, କଥାବାର୍ତ୍ତା ହେବା |
କ) ଓଡ଼ିଆ ଭାଗବତ ରଚୟିତା କିଏ ?
ଉ : ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ |
ଖ) କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ?
ଉ : କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧ ଓ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଅର୍ଥାତ୍ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ |
ଗ) ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” କବିତାଟି ଅଣାଯାଇଛି ?
ଉ : ଓଡ଼ିଆ ଭାଗବତର ଦଶମ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” ଅଣାଯାଇଛି |
ଘ) କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ?
ଉ : ଗୋପ ବାଳକମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ |
ଙ) ଯମୁନା ବିଷୟରେ କ'ଣ କୁହାଯାଇଛି ?
ଉ : ଯମୁନା କୂଳରେ ଗୋପବାଳକମାନଙ୍କ ସହିତ ଶ୍ରୀକୃଷ୍ଣ ସହ ଯମୁନାର ସୁଶୀତଳ ଜଳପାନ କରି ବୃକ୍ଷତଳେ ବିଶ୍ରାମ ନେବା ପାଇଁ କଥା ଯମୁନା ବିଷୟରେ କୁହାଯାଇଛି |
୨) ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା |
କ) ଶ୍ରୀକୃଷ୍ଣଙ୍କ ନାମ “ଦାମୋଦର” ହୋଇଛି; ଏହାର କାରଣ କ’ଣ ?
ଉ : “ଦାମ” ଶବ୍ଦର ଅର୍ଥ ଦଉଡ଼ି | ପିଲାଦିନେ ଅମାନିଆ ଶ୍ରୀକୃଷ୍ଣ ତାଙ୍କ ମାତା ଯଶୋଦା ଦଉଡ଼ିରେ ବାନ୍ଧିଥିବାର ଦାଗ ତାଙ୍କ ଶରୀରରେ ରହିଯାଇଥିଲା | ସେହି ହେତୁ ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି |
ଖ) ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି ?
ଉ : ପ୍ରଚଣ୍ଡ ଗ୍ରୀଷ୍ମତାପ ହେତୁ ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ |
ଗ) ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ କ'ଣ ?
ଉ : ସୁଜନମାନେ ପରର ଉପକାର କରିଥାଆନ୍ତି | ଠିକ୍ ସେହିଭଳି ବୃକ୍ଷ ପରୋପକାରୀ ଅଟେ | ଏହା ହିଁ ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ |
ଘ) “ଜୀବିକା ହୋନ୍ତି ପ୍ରାଣୀଙ୍କର” – ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ତୁମେ କ’ଣ ଜାଣିବାକୁ ପାଉଛ ?
ଉ : “ଜୀବିକା ହୋନ୍ତି ପ୍ରାଣୀଙ୍କର”– ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ଜାଣିବାକୁ ପାଉଛୁ |
ଙ) କେଉଁ ସ୍ଥାନକୁ ଗଲେ ଅତିଥଙ୍କୁ ନିରାଶ ହେବାକୁ ପଡ଼େ ନାହିଁ ?
ଉ : ସୁଜନ ବା ଉତ୍ତମ ଲୋକମାନଙ୍କ ଘରକୁ ଗଲେ ଅତିଥଙ୍କୁ ନିରାଶ ହେବାକୁ ପଡ଼େ ନାହିଁ |
୩) ଆସ, ୧୦୦ ରୁ ୧୨୦ ଟି ଶବ୍ଦ ମଧ୍ୟରେ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା |
କ) “ବୃକ୍ଷମାନଙ୍କ ଜୀବନ ଧନ୍ୟ” – କବି ଏପରି କାହିଁକି କହିଛନ୍ତି ?
ଉ: କବି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ସ୍ରଷ୍ଟା ଭାବେ ବିଶେଷ ପରିଚିତ | ଭାଗବତରେ ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନା କରି ସେମାନବ ସମାଜକୁ ଶିକ୍ଷା ପ୍ରଦାନ କରିଛନ୍ତି | “ବୃକ୍ଷ ମାହାତ୍ମ୍ୟ” କବିତାଟି ଭାଗବତର ଅଂଶବିଶେଷ | ଏହା ଗୋପଲୀଳାର ତ୍ରୟୋବିଂଶ ଅଧ୍ୟାୟରୁ ଗୃହୀତ | ଏହି କବିତାଟିରେ କବି ବୃକ୍ଷମାନଙ୍କର ମାହାତ୍ମ୍ୟ ବର୍ଣ୍ଣନା କରି ସେମାନଙ୍କ ଜୀବନ କିଭଳି ଧନ୍ୟ ତାହା ଆଲୋଚନା କରିଛନ୍ତି |
ଏକଦା ଶ୍ରୀକୃଷ୍ଣ ଗୋପବାଳକମାନଙ୍କ ସହିତ ବନରେ ଗୋରୁ ଚରାଇଥିବାବେଳେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଗୋଟିଏ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି | ସେ ଗୋପବାଳକମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବୁଝାଇ କହିଛନ୍ତି | ବୃକ୍ଷମାନଙ୍କ ପରୋପକାରିତାର ସୂଚନା ଦେଇ କବି ଶ୍ରୀକୃଷ୍ଣଙ୍କ ମୁଖରେ ସେମାନଙ୍କ ଜୀବନ ଧନ୍ୟ ବୋଲି କହିଛନ୍ତି |
ବୃକ୍ଷ ସୁଜନମାନଙ୍କ ସ୍ଵଭାବ ଭଳି ନିଜକୁ ଅନ୍ୟମାନଙ୍କ ସୁଖବିଧାନ ପାଇଁ ସମର୍ପିତ କରିଥାଏ | ସେ ଶୀତ, ବର୍ଷା, ଗ୍ରୀଷ୍ମର ତାପ ନିଜେ ସହ୍ୟ କରି ଅନ୍ୟମାନଙ୍କୁ ସୁଖ ବିତରଣ କରେ | ପ୍ରାଣୀମାନଙ୍କ ଜୀବନ ଧାରଣର ସହାୟକ ହୋଇଥିବାରୁ ବୃକ୍ଷର ଜୀବନ ଧନ୍ୟ | କାରଣ ପରୋପକାର ସାଧନ କବିଙ୍କ ବିଚାରରେ ଏକ ପୂଣ୍ୟକର୍ମ | ଏ ସଂସାରରେ ଯେଉଁ ପ୍ରାଣୀ ମନ, ବଚନ ଓ ଧନରେ ପରର ଉପକାର କରେ ସେ ହିଁ ଧନ୍ୟ | ତା’ର ଇହକାଳ ଓ ପରକାଳ ଉଭୟ ଧନ୍ୟ ହୁଏ | କବିଙ୍କ ବର୍ଣ୍ଣନାରେ –
“ମନ ବଚନ ଧନେ କରି,
ଯେ ହୋଏ ପର ଉପକାରୀ |
ଦିନ ହରନ୍ତି ଦୁଃଖ ସୁଖେ
ସେ ଧନ୍ୟ ଇହ ପରଲୋକେ |”
ବୃକ୍ଷ ସର୍ବଦା ପରୋପକାର କରେ | ତା’ ନିକଟରେ କାହାରି ପ୍ରତି କାର୍ପଣ୍ୟ ନ ଥାଏ | ସେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷୀର, ଅଙ୍ଗାର, ଭସ୍ମ, ଅଠା, ଗୃହୋପଯୋଗୀ କଣ୍ଟା ଇତ୍ୟାଦି ଦେଇ ପରୋପକାର କରିଥାଏ | ତେଣୁ ତା’ର ଏହି ତ୍ୟାଗ ପାଇଁ ସେ ଧନ୍ୟ |
ଖ) ଅବିଚାରିତ ଭାବରେ ବୃକ୍ଷଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ?
ଉ: ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସ ଜଣେ ଭକ୍ତକବି ରୂପେ ପରିଚିତ | ତାଙ୍କ ରଚିତ ଭାଗବତ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ | ଏହି ଗ୍ରନ୍ଥରେ ସେ ଓଡ଼ିଆ ଜନଜୀବନକୁ ନୀତିଶିକ୍ଷା ପ୍ରଦାନ କରିବା ନିମିତ୍ତ ଅନେକ ଅମୂଲ୍ୟ କଥା ଓ ମାହାତ୍ମ୍ୟର ବର୍ଣ୍ଣନା କରିଛନ୍ତି | କବିଙ୍କ ରଚିତ ଭାଗବତର ଦଶମ ସ୍କନ୍ଧ ଅନ୍ତର୍ଗତ ଏକ ପ୍ରସଙ୍ଗଟି “ବୃକ୍ଷ ମାହାତ୍ମ୍ୟ” କବିତାର ପ୍ରାଣକେନ୍ଦ୍ର | ଭକ୍ତ କବିତାରେ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରି କବି ଏ ଜାତିକୁ ମହାନ୍ ଶିକ୍ଷା ଦେଇଛନ୍ତି | ଅବିଚାରିତ ଭାବରେ ବୃକ୍ଷ ଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ତାହାକୁ ନିମ୍ନୋକ୍ତ ରୂପେ ବର୍ଣ୍ଣନା କରାଯାଇପାରେ |
ଏକ ସୁସ୍ଥ ପରିବେଶରେ ସମାଜର ଅଶେଷ ଉପକାର ସାଧନ ହୁଏ | ସୁସ୍ଥ ପରିବେଶ ଗଠନ ନିମିତ୍ତ ସବୁଜ ବନାନୀର ଆବଶ୍ୟକତା ଅନସ୍ଵୀକାର୍ଯ୍ୟ | ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ହୋଇଥିବାରୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ | ତେଣୁ ଆମେମାନେ ବୃକ୍ଷ ସଂରକ୍ଷଣ ଦିଗରେ ଯତ୍ନବାନ ହେବା ଉଚିତ | ବର୍ତ୍ତମାନ ଅବିଚାରିତଭାବରେ ବୃକ୍ଷଛେଦନ କରାଯାଉଥିବାରୁ ଏହାଦ୍ୱାରା ସମାଜର ବିଭିନ୍ନ କ୍ଷତି ହେଉଛି |
ବୃକ୍ଷଲତା ଆମର ବନ୍ଧୁ | ଏହା ଆମକୁ ଖାଦ୍ୟ, କାଳେଣି, ଆସବାବପତ୍ର, ଗୃହୋପକରଣ ଆଦି ଯୋଗାଇଥାଏ | ବର୍ତ୍ତମାନ ବିଜେବନ ହେତୁ ଆମେମାନେ ଏସବୁ ସମ୍ପଦ ପାଇବାରୁ ବଞ୍ଚିତ ହେଉଛୁ | ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି |
ବୃକ୍ଷମାନେ ପରିବେଶର ସୁରକ୍ଷା ସହିତ ମୃର୍ତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି | ଅବିଚାରିତ ଭାବେ ବୃକ୍ଷହେବନ ହେତୁ ଏ କ୍ଷେତ୍ରରେ ସମାଜ ଜୀବନ ପ୍ରଭାବିତ ହେଉଛି | ମୂର୍ତ୍ତିକା କ୍ଷୟ ହେଉଛି | ଫସଲ ପାଇଁ ଜମି ଅନୁପଯୋଗୀ ହେଉଛି | ସୃଷ୍ଟି ପାତରେ ଅନିୟମିତତା ଦେଖାଦେଉଛି |
ବୃକ୍ଷମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି | ଏହା ମନୁଷ୍ୟ ଓ ପଶୁପକ୍ଷୀମାନେ ଗ୍ରହଣ କରନ୍ତି | ପ୍ରାଣୀ ସମାଜ ବଞ୍ଚି ରହେ | ବୃକ୍ଷଛେଦନ ହେତୁ ବାୟୁମଣ୍ଡଳ ଦୂଷିତ ହେଉଛି |
ବାସ୍ତବିକ ଅବିଚାରିତଭାବେ ବୃକ୍ଷଚ୍ଛେଦନ ଫଳରେ ସମାଜର ଅଶେଷ କ୍ଷତି ସାଧୁତ ହେଉଛି | ଏ କ୍ଷେତ୍ରରେ ଆମକୁ ସଚେତନ ହେବାକୁ ପଡ଼ିବ | ଏଭଳି କାର୍ଯ୍ୟରୁ ଲୋକମାନଙ୍କୁ ନିବୃତ୍ତ କରାଇବାକୁ ହେବ | ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପଡ଼ିବ |
ଗ) ବୃକ୍ଷମାନେ ପରର ଉପକାର କିପରି କରନ୍ତି ?
ଉ : ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସଙ୍କ ରଚିତ ଭାଗବସ୍ତ୍ର ଏକ ଲୋକଶିକ୍ଷାମୂଳକ ସୃଷ୍ଟି | ମାନବ ସମାଜକୁ ନାନାବିଧ ଉଚ୍ଚଭାବମୂଳକ ଶିକ୍ଷାଦାନ କରିବାରେ କବି ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନା କରି ଭାଗବତକୁ ବିଶେଷ ଲୋକପ୍ରିୟ କରିଛନ୍ତି | “ବୃକ୍ଷର ମାହାତ୍ମ୍ୟ” କବିତାଟି ଭାଗବତର ଅଂଶବିଶେଷ ହୋଇଥିବାରୁ ଏଥିରେ କବି ବୃକ୍ଷମାନେ କିପରି ଭାବରେ ପରର ଉପକାର କରନ୍ତି, ସେ ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି |
ଏକଦା କୃଷ୍ଣ ଗୋପବାଳକମାନଙ୍କ ମେଳରେ ଗୋରୁ ଚରାଉଥିବାବେଳେ ଗ୍ରୀଷ୍ମ ବାଧା ହେତୁ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି | ଏହି ଅବସରରେ ସେ ବୃକ୍ଷର ଉପକାରିତା ବିଷୟରେ ସେମାନ କହିଛନ୍ତି |
ବୃକ୍ଷମାନେ ଶୀତ, ବର୍ଷା ଓ ଗ୍ରୀଷ୍ମ ତାପକୁ ସହ୍ୟ କରି ଅନ୍ୟମାନ ସୁଖଦାନ କରନ୍ତି | ସେମାନେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ଦକ କାଠ, କ୍ଷୀର, ଅଙ୍ଗାର, ଭସ୍ମ, ଅଠା ଓ ଗୃହ ନିମିତ୍ତ ବାଡ଼ ଉପଯୋଗୀ କଣ୍ଟା ଦାନ କରନ୍ତି | କବିଙ୍କ ବର୍ଣ୍ଣନାରେ –
“ଏତେ ପ୍ରକାରେ ସେବାକରି
ନିତ୍ୟେ ଏ ପର ଉପକାରୀ |”
ବୃକ୍ଷମାନଙ୍କର ଉପକାରର ଏଭଳି ମହତ୍ତ୍ଵକୁ କବି ସୁଜନମାନେ ମହତ୍ ଗୁଣ ବୋଲି କହିଛନ୍ତି | ସୁଜନମାନଙ୍କ ଗୃହକୁ ଗଲେ ଅତିଥିମାନ ଯେଭଳି ନିରାଶ ହୁଅନ୍ତି ନାହିଁ ଠିକ୍ ସେହିଭଳି ବୃକ୍ଷମାନେ ପରୋପକାରୀ ହୋଇଥିବାରୁ କାହାରିକୁ କେବେ ନିରାଶ କରନ୍ତି ନାହିଁ |
ଉପରୋକ୍ତ ଆଲୋଚନା ଅନୁଯାୟୀ ବିଚାର କଲେ ବାସ୍ତବିକ ବୃକ୍ଷମାନେ ପରର ଉପକାର କରନ୍ତି |
ବୃକ୍ଷମାନେ ପରର ଉପକାର କରନ୍ତି ।
୪) ଏହି କବିତାରୁ ଭଲ ଲାଗୁଥୁବା ପଦଗୁଡ଼ିକ ନିର୍ବାଚନ କରି ଆବୃତ୍ତି କରିବା ?
ଉ :
କ) ପରେ କରନ୍ତି ଉପକାର |
ସୁଜନ ପ୍ରାଣୀଙ୍କ ବେଭାର ||
ଖ) ସୁଜନ ଘରେ ଯେହ୍ନେ ଯାଇ |
ଅତିଥି ନିରାଶ ନୁହଇ ॥
ଗ) ମନବଚନ ଧନେ କରି ।
ଯେ ହୋଏ ପର ହପକାରୀ ||
ଦିନ ହରନ୍ତି ଦୁଃଖ ସୁଖେ |
ସେ ଧନ୍ୟ ଇହ ପରଲୋକେ ||
୫) ସରଳଭାଷାରେ ବୁଝାଇ ଦିଅ |
କ) ଏହାଙ୍କ ପ୍ରାୟେ ଯେବେ ହୋଇ
ସଂସାର ମଧ୍ୟେ ଦେହ ବହି ||
ଉ : ଏହାଙ୍କ ............................ବହି|”
ଶଂସିତ ଉଦ୍ଧୃତାଂଶଟି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରଚିତ “ବୃକ୍ଷମାହାତ୍ମ୍ୟ” ଶୀର୍ଷକ କବିତାରୁ ଗୃହୀତ | ଉକ୍ତ ପ୍ରସଙ୍ଗରେ କବି ବୃକ୍ଷର ପରୋପକାରିତା ବିଷୟରେ ସୂଚନା ଦେଇଛନ୍ତି |
ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷ ଛାୟାରେ ବସିଛନ୍ତି | ସେ ସେମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବିଷୟରେ ବିଭିନ୍ନ କଥା ବୁଝାଇ କହିଛନ୍ତି | ସୁଜନମାନଙ୍କ ପରୋପକରିତା ଭଳି ବୃକ୍ଷର ମହତ୍ ଗୁଣ ରହିଛି ବୋଲି ଗୋପବାଳକମାନଙ୍କୁ କୃଷ୍ଣ ଜଣାଇଛନ୍ତି | ସୁଜନମାନଙ୍କ ଗୃହକୁ ଗଲେ ଅତିଥଯେଭଳି ନିରାଶ ହୁଅନ୍ତା ନାହିଁ ଠିକ୍ ସେହିଭଳି ବୃକ୍ଷମାନଙ୍କ ନିକଟକୁ ଗଲେକେହି କେବେ ନିରାଶ ହୁଅନ୍ତି ନାହିଁ | ପରୋପକାରୀ ବୃକ୍ଷ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷୀର, ଅଙ୍ଗାର, ଭସ୍ମ ଓ ଅଠା ଆଦି ପ୍ରଦାନ କରି ନିଜର ସେବାପରାୟଣତାର ପରିଚୟ ଦେଇଥାଏ | ପ୍ରାଣୀମାନେ ସଂସାର ସାହିତ୍ୟିକା ମଧ୍ୟରେ ବେସ ଧରି ଏହିଭଳି ସେବାପରାୟଣ ହେବା ପରେ ଗୋପବାଳକମାନଙ୍କୁ କହିଛନ୍ତି |
ପ୍ରସଙ୍ଗଟି ଶିକ୍ଷାମୂଳକ ।
ଖ) ମନ ବଚନ ଧନେ କରି
ଯେ ହୋଏ ପର ଉପକାରୀ ||
ଦିନ ହରନ୍ତି ଦୁଃଖ ସୁଖେ
ସେ ଧନ୍ୟ ଇହ ପରଲେକେ ||
ଉ : ମନ ................................ ପରଲୋକେ |
ଶଂସିତ ଉଦ୍ଧୃତାଂଶଟି “ବୃକ୍ଷ ମାହାତ୍ମ୍ୟ” ଶୀର୍ଷକ ପଦ୍ୟରୁ ଗୃହୀତ | ଉକ୍ତ ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ପରୋପକାରୀ ଜୀବନ କିଭଳି ଧନ୍ୟ ହୁଏ ତାହା ବର୍ଣନା କରିଛନ୍ତି |
ଗୋପାଳ ବାଳକମାନଙ୍କ ମେଳରେ ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି |
ପରୋପକାରିତା ଗୁଣ ସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ଯାଇ କୃଷ୍ଣ କରିଯେ ସଂସାରରେ ପରୋପକାରୀ ହିଁ ଧନ୍ୟ | ଯେଉଁ ପ୍ରାଣୀମାନେ ମନ, ବଚନ ଓ ଧନରେ ପରୋପକାରୀ ହୁଅନ୍ତି ସେମାନେ ଦୁଃଖ ସୁଖରେ କାଳ କାଟିବା ସହିତ ଇହଜନ୍ମ ଓ ପରଜନ୍ମରେ ଧନ୍ୟ ହୁଅନ୍ତି |
ପ୍ରସଙ୍ଗଟି ମହାନ୍ ଶିକ୍ଷାମୂଳକ |
୬) ତଳ ଲିଖିତ ନାମମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ଶ୍ରୀକୃଷ୍ଣଙ୍କ ସଖାଙ୍କ ନାମ ନୁହେଁ, ତାହାକୁ ବାଛି ଲେଖ |
ଶ୍ରୀଦାମ , ଅର୍ଜୁନ, ସୁବଳ, ବିଶାଳ, ପ୍ରାଂଶୁ, ଦେବପ୍ରସ୍ଥ
ଉ : ପ୍ରାଂଶୁ
୭) ତଳେ ଦିଆଯାଇଥିବା ଶବ୍ଦର ଅର୍ଥ ଡାହାଣପଟରେ ଥିବା ବନ୍ଧନୀ ମଧ୍ୟରୁ ବାଛି ଲେଖିବା |
କ) ଘର୍ମ (ବର୍ଷା, ଝାଳ, ଲାଳ, ଚମଡ଼ା)
ଉ : ଝାଳ
ଖ) ଦାରୁ (ସୁନ୍ଦର, କର୍କଶ, ମଠ, କାଠ)
ଉ : କାଠ
ଗ) ଦ୍ୟନ୍ତି (ଥୁଅନ୍ତି , କୁହନ୍ତି, ନିଅନ୍ତି, ଦିଅନ୍ତି)
ଉ : ଦିଅନ୍ତି
୮) “ମହତ”ଶବ୍ଦରେ “ତ୍ଵ” ପ୍ରତ୍ୟୟ ଯୋଗକଲେ ଶବ୍ଦଟି ହୁଏ “ମହତ୍ଵ” | ସେହିପରି ନିମ୍ନଲିଖିତ ଶବ୍ଦମାନଙ୍କରେ “ତ୍ଵ” ପ୍ରତ୍ୟୟ
ଯୋଗ କରି ନୂଆ ଶବ୍ଦଗୁଡ଼ିକୁ ଲେଖିବା |
(ଗୁରୁ, ବିଶେଷ, ସତ୍, କ୍ଷୁଦ୍ର, ଦୂର, ସ୍ୱ)
ଦିଆଯାଇଥିବା ଶବ୍ଦ ନୂତନ ଶବ୍ଦ
ଗୁରୁ + ତ୍ଵ = ଗୁରୁତ୍ଵ
ବିଶେଷ + ତ୍ଵ = ବିଶେଷତ୍ଵ
ସତ୍ + ତ୍ଵ = ସତ୍ତ୍ଵ
କ୍ଷୁଦ୍ର + ତ୍ଵ = କ୍ଷୁଦ୍ରତ୍ଵ
ଦୂର + ତ୍ଵ = ଦୂରତ୍ଵ
୯) ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ପଦ ପୂରଣ କର |
କ) ମନ ବଚନ ଧନେ କରି
ଯେ ହୋଏ ପର ଉପକାରୀ |
ଖ) ଶୀତ ବରଷା ଘର୍ମ ଦୁଃଖ
ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ |
୧୦) ରେଖାଙ୍କିତ ଶବ୍ଦଗୁଡିକର ଅର୍ଥ ପାଖ କଠୋରୀରେ ଲେଖିବା |
କ) ଲାଗି – ଦେହରେ ଲାଗି, ସଂସ୍ପର୍ଶରେ ଆସି
ଲାଗି – ନିମିତ୍ତ , ପାଇଁ
ଖ) ଲାଗେ – କୂଳରେ, ନିକଟରେ
ଲାଗେ – ପ୍ରୟୋଜନ ହୁଏ, କାମରେ ଲାଗେ |
୧୧) ପ୍ରତିଶବ୍ଦ |
ରବି – ଭାନୁ, ତପନ
ବୃକ୍ଷ – ତରୁ, ବିଟପୀ
ପୁଷ୍ପ – ସୁମନ , କୁସୁମ
ପଲ୍ଲବ – ପତ୍ର, ଦଳ