Shasya Utpadana O Parichalana (ଶସ୍ୟ ଉତ୍ପାଦନ ଓ ପରିଚାଳନା) Class 8 Science Chapter 1 - Question & Answer

Language : Odia

ପ୍ରଥମ ଅଧ୍ୟାୟ 

ଶସ୍ୟ ଉତ୍ପାଦନ ଓ ପରିଚାଳନା

 (Question & Answer)


୧. ନିମ୍ନରେ ଥିବା ବନ୍ଧନୀ ମଧ୍ୟରୁ ଠିକ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର |

( ଭାସିବା , ଜଳ ,ଫସଲ , ପୋଷକ , ବୁଡିବା , ପ୍ରସ୍ତୁତି )

କ ) କୌଣସି ଏକ ପ୍ରକାର ଉଦ୍ଭିଦ ବହୁ ପରିମାଣରେ ଚାଷ କରିବାକୁ ଫସଲ କୁହାଯାଏ |

ଖ ) ଫସଲ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି  ପ୍ରଥମ ପଦକ୍ଷେପ ଅଟେ |

ଗ ) ନଷ୍ଟ ହେଉଥିବା ମଞ୍ଜିଗୁଡିକ ପାଣି ଉପରେ ଭାସିବା କୁ ଲାଗେ |

ଘ ) ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ଜଳ ସହ ମୃତ୍ତିକାସ୍ଥ ପୋଷକ ଆବଶ୍ୟକ |

୨ . ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ |

‘କ’ ସ୍ତମ୍ଭ                  ‘ଖ’ ସ୍ତମ୍ଭ

ଖରିଫ ଫସଲ              ଧାନ ଓ ମକା

ରବି ଫସଲ                 ଗହମ , ବୁଟ  ଓ ମଟର

ରାସାୟନିକ ସାର          ୟୁରିଆ ଓ ସୁପର ଫସଫେଟ

ଜୈବିକ ସାର              ପ୍ରାଣୀର ମଳ ଓ ଗୋବର , ମୂତ୍ର ଏବଂ ଉଦ୍ଭିଦ ଅବଶେଷ |

୩ . ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ |

କ ) ଖରିଫ ଫସଲ – ଚିନାବାଦାମ , କପା |

ଖ ) ରବି ଫସଲ – ସୋରିଷ , ରାଶି |

୪ . ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ |

କ ) ସବୁଜ ସାର କାହାକୁ କହନ୍ତି ?

ଉ - ସବୁଜ ଉଦ୍ଭିଦ ପଚିସଢି ଯେଉଁ ସାର ପ୍ରସ୍ତୁତ ହୁଏ , ତାକୁ ସବୁଜ ସାର କହନ୍ତି |

ଖ ) ‘କମ୍ବାଇନ’ ମେସିନର କାର୍ଯ୍ୟ କ’ଣ ?

ଉ – କମ୍ବାଇନ ମେସିନ ଦ୍ଵାରା ଧାନ କାଟିବା ଓ ଉଡାଇବା ଉଭୟ କାର୍ଯ୍ୟ କରାଯାଇଥାଏ |

ଗ ) ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି ?

ଉ – ଅମଳ ପରେ ମଞ୍ଜିକୁ ପବନରେ ଉଡାଇଲେ ଏଥିରେ ଥିବା ଅଗାଡି ଓ ତୁଷ ଅଲଗା ହୋଇଯାଏ |

ଘ ) ଉତ୍ତମ ମଞ୍ଜିକୁ ବାଛିବ କିପରି ?

ଉ – ମଞ୍ଜିକୁ ପାଣିରେ ଭସାଇ ଦେଲେ ଯେଉଁ ମଞ୍ଜିଗୁଡିକ ପାଣିରେ ଭାସିବ ସେଗୁଡିକ ଖରାପ ମଞ୍ଜି | ସେଗୁଡିକୁ ବାଦ ଦେଲେ ଅନ୍ୟ ମଞ୍ଜି ଗୁଡିକ ଉତ୍ତମ ମଞ୍ଜି |

ଙ ) ବୁନ୍ଦା ଜଳସେଚନ କହିଲେ କ’ଣ ବୁଝ ?

ଉ – ବୁନ୍ଦା ଜଳସେଚନ ପଦ୍ଧତିରେ ଜଳ ବୁନ୍ଦା ବୁନ୍ଦା ହୋଇ ଫସଲର ମୂଳରେ ପଡେ | ଏଥିରେ ଜଳ ଆଦୌ ନଷ୍ଟ ହୁଏ ନାହିଁ |

୫ ) ସଂକ୍ଷେପରେ ନିଜ ଭାଷାରେ ଲେଖ |

କ ) ମୃତ୍ତିକା ପ୍ରସ୍ତୁତି : -

  • ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ |
  • ଉନ୍ନତ କୃଷିର ମୁଖ୍ୟ ଉଦ୍ଦେଶ୍ୟ ହେଲା ମୃତ୍ତିକାର ସ୍ଥାନାନ୍ତରଣ ଓ ମୃତ୍ତିକାକୁ ହାଲୁକା କରିବା |
  • ମାଟି ଓଦାଳିଆ ଥିବାବେଳେ ହଳ କଲେ ସହଜରେ ମାଟି ଉପର ତଳ ହୋଇଥାଏ |
  • ବେଳେବେଳେ ମୃତ୍ତିକା ପ୍ରସ୍ତୁତି ବେଳେ ହଳ ସମୟରେ ଜମିରେ ସାର ପ୍ରୟୋଗ କରାଯାଇଥାଏ |
  •  ଜମିକୁ ଚାଷ କଲାବେଳେ ଏଥିରୁ ଘାସ ଚେକାଗୁଡିକ ବାଛି ଫୋପାଡି ଦିଆଯାଏ |

ଖ ) ମଞ୍ଜିବୁଣା : -

  • ମଞ୍ଜି ବୁଣିବା ପୂର୍ବରୁ ମଞ୍ଜିକୁ ଜଳରେ ଭସାଇ ଉତ୍ତମ ବଛାଯାଏ |
  • ଉନ୍ନତମାନର ବିହନ ଅଧିକ ଅମଳକ୍ଷମ , ପରିଷ୍କାର ,ଶୁଷ୍କ ଓ ଉନ୍ନତ କିସମର ହେବା ଆବଶ୍ୟକ |
  • ଏବେ ପାରମ୍ପରିକ ଯନ୍ତ୍ର ଦ୍ଵାରା ମଞ୍ଜିବୁଣା ପଦ୍ଧତି ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହେଉଛି | ତେଣୁ ଡ୍ରିଲିଂ ଯନ୍ତ୍ର ଦ୍ଵାରା କମ ଖର୍ଚ୍ଚରେ , କମ ସମୟରେ ମଞ୍ଜି ବୁଣା କାର୍ଯ୍ୟ କରିବା ଆବଶ୍ୟକ |

ଗ ) ତୃଣକ ଦମନ : -

  • ଅନାବଶ୍ୟକ ଭାବେ ଜମିରେ ବଢୁଥିବା ଅନାବନା ଗଛକୁ ତୃଣକ କହନ୍ତି |
  • ତୃଣକ ଗୁଡିକୁ ଚାଷ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ |
  • ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକଦମନ ଏକାନ୍ତ ଆବଶ୍ୟକ |
  •  ହାତରେ ତୃଣକଗୁଡିକୁ ଉପାଡି ଦମନ କରାଯାଇପାରେ |
  • ଖୁରୁପି ବା ମଞ୍ଜିଡ୍ରିଲ ଯନ୍ତ୍ରଦ୍ଵାରା ମଧ୍ୟ ତୃଣକ ଦମନ କରାଯାଇପାରିବ |
  • 2  , 4. D ଆଦି ତୃଣକମାରୀକୁ ପାଣିରେ ଗୋଳାଇ ଜମିରେ ସିଞ୍ଚନ କଲେ ତୃଣକଗୁଡିକ ଅଳ୍ପଦିନରେ ମରିଯାନ୍ତି |

ଘ ) ଉଇନୋଇଙ୍ଗ୍ : -

  •  ଅମଳ ହୋଇଥିବା ଦାନାକୁ କୁଲା ବା ମେସିନ ଦ୍ଵାରା ଉଡାଇ ଅଗାଡି ଅଲଗାକରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ (winnowing) କୁହାଯାଏ |
  • ଏହା ଫଳରେ ମଞ୍ଜିରେ ଧୁଷ , ଅଗାଡି ନ ରହି ମଞ୍ଜି ପରିଷ୍କାର ରହେ |

୬ ) ରାସାୟନିକ ସାର ଜୈବିକ ସାରଠାରୁ କିପରି ପୃଥକ ?

ରାସାୟନିକ ସାର : -

  • ରାସାୟନିକ ସାର ଏକ ଅଜୈବିକ ଲବଣ |
  • ଏହା କାରଖାନାରେ ପ୍ରସ୍ତୁତ କରାଯାଏ |
  • ଏହା ମୃତ୍ତିକାକୁ ହ୍ୟୁମସ ଦେଇନଥାଏ |
  • ଏଗୁଡିକ ଉଦ୍ଭିଦ ପୋଷକ ଯଥା – ନାଇଟ୍ରୋଜେନ , ଫସଫରସ ଓ ପୋଟାସିୟମ ଆଦି ପୋଷାକରେ ପରିପୂର୍ଣ୍ଣ ହୋଇଥାଏ |
  • କେତେକ ରାସାୟନିକ ସାରର ଉଦାହରଣ ହେଲା – ୟୁରିଆ , ସୁପର ଫସଫେଟ , ପଟାସ , npk ସାର , dap |
  • ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ କଲେ ଜମି ତା’ର ଉର୍ବରତା ହରାଏ |
  • ରାସାୟନିକ ସାର ମୃତ୍ତିକା ପ୍ରଦୂଷଣର ଏକ ଉତ୍ସ |

ଜୈବିକ ସାର : -

  • ଜୈବିକ ସାର ଏକ ପ୍ରାକୃତିକ ପଦାର୍ଥ ଯାହା ମନୁଷ୍ୟର ବର୍ଜ୍ୟବସ୍ତୁ ଗୋବର ଓ ଉଦ୍ଭିଦର ଅବଶେଷର ବିଘଟନରୁ ମିଳିଥାଏ |
  • ଏହା ଜମିରେ ପ୍ରସ୍ତୁତ କରାଯାଏ |
  • ଏହା ଜମିକୁ ପ୍ରଚୁର ପରିମାଣରେ ହ୍ୟୁମସ ଯୋଗାଇଥାଏ |
  • ଏଥିରେ ଉଦ୍ଭିଦ ପୋଷକ ଖୁବ କମ ପରିମାଣରେ ଥାଏ |
  • ଜୈବିକ ସାରର ଉଦାହରଣ ହେଲା – ଜିଆଖତ , ଖତ , ବୋରଝାଞ୍ଜି ଖତ , ଗୋବର , ହାଡଗୁଣ୍ଡ , ପିଡିଆ |
  •  ଅଧିକ ଜୈବିକ ସାର ଜମିର ଉର୍ବରତା ବଢାଏ |
  • ଏହା ସାଧାରଣତଃ ମୃତ୍ତିକା ପ୍ରଦୂଷଣ କରିନଥାଏ |

୭ ) ଜଳସେଚନ କାହାକୁ କହନ୍ତି ? ଜଳସେଚନର ଦୁଇଟି ପଦ୍ଧତି ବର୍ଣ୍ଣନକର , ଯେଉଁଥିରେ ଜଳ ସଂରକ୍ଷଣ ହୁଏ |

ଉ : - ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ଜଳ ଯୋଗାଇବାକୁ ଜଳସେଚନ କୁହାଯାଏ | ଜଳସେଚନର ଦୁଇଟି ପଦ୍ଧତି ହେଲା ଡ୍ରିଙ୍କଲର ପଦ୍ଧତି ଓ ବୁନ୍ଦା ପଦ୍ଧତି | ଏହି ଦୁଇଟି ପଦ୍ଧତିରେ ଜଳ ସଂରକ୍ଷଣ ହୋଇଥାଏ |

ସ୍ପ୍ରିଙ୍କଲର ପଦ୍ଧତି ( ଛିଞ୍ଚା ପଦ୍ଧତି) : -

  • ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ ଛିଞ୍ଚା ପଦ୍ଧତିରେ ଜଳସେଚନ କରାଯାଏ |
  •  ଲମ୍ବା ପାଇପରେ ନିର୍ଦ୍ଧିଷ୍ଟ ବ୍ୟବଧାନରେ ପୂର୍ଣ୍ଣୟମାନ ନୋଜଲ ଖଞ୍ଜି ପମ୍ପ ଦ୍ଵାରା ପାଇପ ଦେଇ ଜଳ ଗତି କରାଇଲେ ପାଣି ଜମିରେ ବର୍ଷାହେଲା ପରି ଛିଞ୍ଚାଡି ହୋଇ ପଡେ |
  • ବାଲିଆ ଜମିରେ ଛିଞ୍ଚା ପଦ୍ଧତି ଦ୍ଵାରା ଜଳସେଚନ କରିବା ନିତାନ୍ତ ଆବଶ୍ୟକ |

ବୁନ୍ଦା ପଦ୍ଧତି : -

  • ଏହି ପଦ୍ଧତିରେ ଜଳ ବିନ୍ଦୁ ବିନ୍ଦୁ ହୋଇ ଉଦ୍ଭିଦ ମୂଳରେ ପଡେ |
  • ଫଳଗଛ , ବଗିଚା ଓ ଅନ୍ୟଗଛ ମୂଳରେ ବୁନ୍ଦା ପଦ୍ଧତିରେ ଜଳସେଚନ କରିବା ଉତ୍କୃଷ୍ଟ ଉପାୟ |
  • ବୁନ୍ଦାପଦ୍ଧତି ଜଳସେଚନରେ ଜଳ ଆଦୌ ନଷ୍ଟ ହୁଏ ନାହିଁ |

୮ ) ବର୍ଷାଦିନେ ଗହମ ବୁଣିଲେ କ’ଣ ଅସୁବିଧା ହେବ , କାରଣ ସହ ବର୍ଣ୍ଣନ କର |

  • ଗହମ ଏକ ରବି ଜାତୀୟ ଫସଲ |
  • ଗହମ ଫସଲ କମ ଜଳ ଆବଶ୍ୟକ କରେ |
  • ବର୍ଷାଦିନେ ଗହମ ଚାଷ କଲେ ଜମିରେ ଜଳାଧିକ୍ୟ ହେତୁ ଗହମ ଗଛ ଗୁଡିକ ପଚିଯାଏ |
  •  ପ୍ରବଳ ବର୍ଷାରେ ଗହମ ଅମଳ କରିବାରେ ଅସୁବିଧା ଦେଖାଯାଏ ; ତେଣୁ ବର୍ଷାଦିନରେ ଗହମ ଚାଷ କରାଯାଏ ନାହିଁ |

୯ ) ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ ?

  • ବାରମ୍ବାର ଜମିରେ ଫସଲ ଚାଷ କଲେ ମୃତ୍ତିକାରେ କେତୋଟି ପୋଷକ ପଦାର୍ଥ କମିଯାଏ |
  • ଜମିରେ ବାରମ୍ବାର ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡେ | ତେଣୁ ଆବଶ୍ୟକତାଠାରୁ କମ ବା ବେଶି ସାର ପ୍ରୟୋଗ ଦ୍ଵାରା ଦୁର୍ବଳ ଗଛ ସୃଷ୍ଟି କରେ |
  • ସାର ପ୍ରୟୋଗ ଫଳରେ କେତେକ ଉପକାରୀ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତା’ର ଉର୍ବରତା ହରାଏ |

୧୦ ) ତୃଣକ କାହାକୁ କହନ୍ତି ? ସେଗୁଡିକୁ କିପରି ଦମନ କରାଯାଏ ?

  • ଫସଲରେ ଅଦରକାରୀ ଭାବେ ବଢୁଥିବା ଅନାବନା ଗଛକୁ ତୃଣକ କହନ୍ତି | ଏହାକୁ ବିଭିନ୍ନ ଉପାଯରେ ଦମନ କରାଯାଇଥାଏ |
  •  ହାତରେ ତୃଣକଗୁଡିକୁ ଉପାଡି ବାହାରେ ଫୋପାଡି ଦିଆଯାଏ |
  • ଖୁରୁପି ବା ମଞ୍ଜି ଡ୍ରିଲ ଯନ୍ତ୍ରଦ୍ଵାରା ତୃଣକଗୁଡିକୁ ମଧ୍ୟ ଉପାଡି ଦିଆଯାଇପାରିବ |
  • କେତେକ ତୃଣକମାରୀ ରାସାୟନିକ ପଦାର୍ଥ ଯଥା – 2 ,4 . d ଆଦିକୁ ଜଳରେ ଗୋଳି ସତର୍କତାର ସହିତ ସିଞ୍ଚନଯନ୍ତ୍ର ଦ୍ଵାରା ସିଞ୍ଚନ କରି ମଧ୍ୟ ତୃଣକ ଦମନ କରାଯାଇପାରିବ |

୧୧)  ଆଖୁ ଉତ୍ପାଦନର ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖିତ ବାକ୍ସଗୁଡିକ କ୍ରମ ଅନୁସାରେ ସଜାଅ |

ଉ : - ମୃତ୍ତିକା ପ୍ରସ୍ତୁତି ହଳ କରିବା ଲଗାଇବା ସାର ପ୍ରୟୋଗ ଜଳସେଚନ ଅମଳ ଆଖୁ କାରଖାନାକୁ ପଠାଇବା  |

୧୨) ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦଧନ୍ଦା ପୂରଣ କର |

ଉପରୁ ତଳକୁ : -

ଜମିରୁ ଚାଷ କରିବା

ଅଣୁଜୀବ ଦ୍ଵାରା ପଚିସଢି ଯିବା

ବାମରୁ ଡାହାଣକୁ : -

ଜମିକୁ ପାଣି ମଡାଇବା

ଅନାବନା ଗଛକୁ ନିର୍ମଳ କରିବା



Ratings
No reviews yet, be the first one to review the product.
Click to send whatsapp message
Copywrite 2025 LRNR