- SCHOOL BOARDS
- BSE/CHSE ODISHA
- CLASS 9
- PHYSICAL SCIENCE
- ପ୍ରଥମ ଅଧ୍ୟାୟ : ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ (Matter in our surroundings)
- Ama Chatuhparshware Thiba Padartha ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Class 9 Physical Science Chapter 1 Question and Answer
Ama Chatuhparshware Thiba Padartha ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Class 9 Physical Science Chapter 1 Question and Answer
Language : Odia
Ama Chatuhparshware Thiba Padartha ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Class 9 Physical Science Chapter 1 Question and Answer
ପ୍ରଥମ ଅଧ୍ୟାୟ
ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ
1. ନିମ୍ନୋକ୍ତ ତାପମାତ୍ରାକୁ ସେଲ୍ସିୟସ୍ ସ୍କେଲରେ ପରିଣତ କର |
a) 300 K
ଉ : °C = K – 273 ⇒ 300 – 273 = 27°C
∴ 300K = 27°C
b) 470 K
ଉ : °C = K –273 ⇒ 470 – 273 = 197°C
∴ 470K = 197°C
c) 237 K
ଉ : °C = K – 273 ⇒ 237 – 273 = – 36°C
∴ 237K = – 36°C
2. ନିମ୍ନୋକ୍ତ ତାପମାତ୍ରାକୁ କେଲଭିନ୍ ସ୍କେଲ୍ରେ ପରିଣତ କର |
a) 27°C
ଉ : K= 273 + °C = 237 + 27°= 300K
b) 100°C
ଉ : K = 273 +°C = 273 + 373° = 646 K
c) 273°C
ଉ : K = 273 +°C = 273 + 273 K = 546K
d) 0°C
ଉ : K = 273 +°C = (273 + 0) K = 273 K
e) – 20°C
ଉ : K = 273 +°C = (273 – 20) K = 253 K
3. କାରଣ ଦର୍ଶାଅ |
a) ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।
ଉ: ବାୟୁମଣ୍ଡଳୀୟ ତାପମାତ୍ରାରେ ଗନ୍ଧକର୍ପୂର ଗୁଲିଗୁଡ଼ିକ ସିଧାସଳଖ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଅନ୍ତି | ସେଥିପାଇଁ ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ |
b) ଆମେ ଅତର ଶିଶିଠାରୁ ଅନେକ ଦୂରତାରେ ଥାଇ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।
ଉ : ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧିକ | ବିସରଣ ପ୍ରକ୍ରିୟାରେ ଅତରର କଣିକାଗୁଡ଼ିକ ଦ୍ରୁତ ବେଗରେ ସବୁଦିଗକୁ ବ୍ୟାପିଯାଏ ଏବଂ ବାୟୁରେ ଥିବା ଅନ୍ୟ ଅଣୁଗୁଡ଼ିକ ସହ ମିଶିଯାଏ |
ଏହି କାରଣରୁ ଅତର ଶିଶିଠାରୁ ଅନେକ ଦୂରତାରେ ଆମେ ଥିଲେ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ |
4. ନିମ୍ନୋକ୍ତ ପଦାର୍ଥଗୁଡ଼ିକୁ ସେମାନଙ୍କ ଅଣୁ ମଧ୍ୟରେ ଥିବା ଆକର୍ଷଣ ବଳର ପରିମାଣକୁ ଆଧାର କରି ସାନରୁ ବଡ଼ କ୍ରମରେ ଲେଖ | ଜଳ , ଚିନି, ଅକ୍ସିଜେନ୍
ଉ : ଅକ୍ସିଜେନ୍, ଜଳ, ଚିନି
5. ଜଳର ଭୌତିକ ଅବସ୍ଥା ନିମ୍ନୋକ୍ତ ତାପମାତ୍ରାରେ କ’ଣ ହେବ ?
a. 25°C
ଉ : 25°C ରେ ଜଳ ତରଳ ଅବସ୍ଥାରେ ରହିବ |
b. 0°C
ଉ : 0°C ରେ ଜଳ କଠିନ ଅବସ୍ଥାରେ ରହିବ |
c. 373K
ଉ : 373K ରେ ଜଳ ଗ୍ୟାସୀୟ ଅବସ୍ଥାରେ ରହିବ |
6. ନିମ୍ନ ପ୍ରଦତ୍ତ ଉକ୍ତିଗୁଡ଼ିକୁ/ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ଦୁଇଟି ଲେଖାଏଁ କାରଣ ପ୍ରଦାନ କର |
a. ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।
ଉ : ସାଧାରଣ ତାପମାତ୍ରାରେ ଜଳର ନିର୍ଦ୍ଦିଷ୍ଟ ଆୟତନ ଥାଏ | କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନଥାଏ | ସାଧାରଣ ତାପମାତ୍ରାରେ ଜଳ ଯେଉଁ ପାତ୍ରରେ ରହେ, ସେହି ଆକାର ଧାରଣ କରେ ଏଣୁ ଜଳ ଏକ ତରଳ ପଦାର୍ଥ |
b. ଏକ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ |
ଉ : ଲୁହାର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ | ସାଧାରଣ ତାପମାତ୍ରାରେ ଲୁହାର ନିର୍ଦ୍ଦିଷ୍ଟ ଆକାର ଆକୃତି ଓ ଆୟତନ ରହିଥାଏ |
7. ବରଫ ଓ ଜଳ ଉଭୟ 273 K ତାପମାତ୍ରାରେ ଅଛନ୍ତି | କିଏ ଅଧିକ ଥଣ୍ଡା ଜଣାପଡ଼ିବ ? କାହିଁକି ?
ଉ : 273 K ତାପମାତ୍ରାରେ ଜଳ ତାପ ଗ୍ରହଣ କରିବାଦ୍ଵାରା ତାହାର ତାପମାତ୍ରା ବୃଦ୍ଧି ପାଏ, କିନ୍ତୁ ବରଫ 273K ତାପମାତ୍ରାରେ ନିଜର ଅବସ୍ଥା (କଠିନରୁ ତରଳ) ପରିବର୍ତ୍ତନ ପାଇଁ ତାପ ଗ୍ରହଣ କରେ | ଏହି ଅତିରିକ୍ତ ତରଳୀକରଣ ତାପ ଯୋଗୁଁ ବରଫ ଅଧିକ ଥଣ୍ଡା ଜଣାପଡ଼େ |
8. କିଏ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ, ଫୁଟୁଥିବା ଜଳ ନା ବାମ୍ଫ ?
ଉ : ବାମ୍ଫ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ | କାରଣ 373K ତାପମାତ୍ରାରେ ବାମ୍ଫର ଗୁପ୍ତଚାପ ହେତୁ, ତାହାର ଅଧିକ ପରିମାଣରେ ତାପ ଥାଏ | ଯେତେବେଳେ ଏହା ଆମ ଶରୀର ସଂସ୍ପର୍ଶରେ ଆସେ, ଅଧିକ ତାପ ପ୍ରଦାନ କରେ |
9. ନିମ୍ନ ଚିତ୍ରରେ ପ୍ରଦର୍ଶିତ ଅବସ୍ଥାରେ ପରିବର୍ତ୍ତନକୁ ଦେଖ୍ A, B, C, D, E ଓ Fର ନାମକରଣ କର |
ଉ –
A - ଗଳନ
B – ବାଷ୍ପୀକରଣ
C - ଘନୀକରଣ
D- ହିମୀକରଣ
E - ଉର୍ଦ୍ଧ୍ୱପାତନ
F - ଉର୍ଦ୍ଧ୍ୱପାତନ