- SCHOOL BOARDS
- BSE/CHSE ODISHA
- CLASS 9
- PHYSICAL SCIENCE
- ଚତୁର୍ଥ ଅଧ୍ୟାୟ : ପରମାଣୁ ଗଠନ (Structure of the Atom)
- Paramanu Gathana (Structure of the Atom)ପରମାଣୁ ଗଠନ Class 9 Chapter 4 Question and Answer
Paramanu Gathana (Structure of the Atom)ପରମାଣୁ ଗଠନ Class 9 Chapter 4 Question and Answer
Language : Odia
ଚତୁର୍ଥ ଅଧ୍ୟାୟ – ପରମାଣୁ ଗଠନ
1. ଟମ୍ସନ୍ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ |
ଉ : ଟମସନ୍ଙ୍କ ପରମାଣୁ ମଡ଼େଲ ଅନୁସାରେ,ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ଏଥିରେ ଇଲେକ୍ଟ୍ରନ୍ ଗୁଡ଼ିକ ସବୁଆଡେ ଦୃଢ ଭାବରେ ସଂଯୁକ୍ତ ହୋଇ ରହିଥାଆନ୍ତି |
ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥିବାରୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ |
2. ତିନୋଟି ଅବପରମାଣୁ କଣିକାର ନାମ ଲେଖ |
ଉ : ତିନୋଟି ଅବପରମାଣୁ କଣିକାର ନାମ ହେଉଛି – ଇଲେକ୍ଟ୍ରନ୍ , ପ୍ରୋଟନ୍, ନିଉଟ୍ରନ୍
3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 | ଏହି ପରମାଣୁର ନ୍ୟୁକ୍ଲିୟସ୍ରେ କେତୋଟି ନିଉଟ୍ରନ୍ ଅଛି ?
ଉ : ପରମାଣୁ କ୍ରମାଙ୍କ = ପ୍ରୋଟନ୍ ସଂଖ୍ୟା =z = 2
ବସ୍ତୁତ୍ୱ ସଂଖ୍ୟା = ପ୍ରୋଟନ୍ ସଂଖ୍ୟା + ନିଉଟ୍ରନ ସଂଖ୍ୟା =A=4
ନିଉଟ୍ରନ୍ ସଂଖ୍ୟା = A– z = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍ରେ 2ଟି ନିଉଟ୍ରନ ଅଛି |
4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍ଟ୍ରନ୍ ଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ |
ଉ : ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ଶକ୍ତି ସ୍ତର ବା ସେଲ ଯଥା - K ଓ L ରହିଛି |
ଏହାର ନ୍ୟୁକ୍ଲିୟସ୍ ରେ 7 ଟି ପ୍ରୋଟନ୍ ଥିବାରୁ ଏହା ଚାରିପାଟେ 7 ଟି ଇଲେକ୍
ଟ୍ରନ୍ ଘୂର୍ଣ୍ଣନ କରନ୍ତି |
K ସେଲ୍ରେ 2ଟି ଓ L ସେଲ୍ରେ 5ଟି ଇଲେକ୍ଟ୍ରନ୍ ରହନ୍ତି |
5. Cl – ଆୟନର ଇଲେକ୍ଟ୍ରନ୍ ସଜ୍ଜା ଲେଖ |
6. ପରମାଣୁର ବାହ୍ୟତମ ସେଲ୍ରେ ସର୍ବାଧ୍ଵକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ?
ଉ : ପରମାଣୁର ବାହ୍ୟତମ ସେଲ୍ରେ ସର୍ବାଧିକ 8 ଟି ଇଲେକ୍ଟ୍ରନ୍ ରହିପାରିବ |
7. M ସେଲ୍ରେ ସର୍ବାଧିକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ?
ଉ : M ସେଲ୍ରେ ସର୍ବାଧିକ 18 ଇଲେକ୍ଟ୍ରନ୍ ରହିପାରିବ |(2 x (3)2 = 18ଟି)
8. ସିଲିକନ୍ର ଯୋଜ୍ୟତା, ତା’ର ଇଲେକ୍ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ : ସିଲିକନ୍ ପରମାଣୁର ପରମାଣୁ କ୍ରମାଙ୍କ = 14 | ଏହାର ଇଲେକ୍ଟ୍ରନ୍ ସଜ୍ଜା ହେଉଛି K(2), L(8) M(4) |
ଏହାର ବାହ୍ୟତମ ସେଲ୍ରେ 4ଟି ଇଲେକ୍ଟ୍ରନ୍ ରହିବ | ନିକଟତମ ନିଷ୍କ୍ରିୟ ମୌଳିକ ଆରଗନ୍ ସଂରଚନା ଧାରଣ କରିବା ପାଇଁ କିମ୍ବା ଅକ୍ଟେଟ (octet) ସ୍ଥିତି ପାଇଁ ଆଉ 4 ଟି ଇଲେକ୍ଟ୍ରନ୍ ଆବଶ୍ୟକ | ସିଲିକନ୍ର ଯୋଜ୍ୟତା 4 ଅଟେ |
9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 |ଏଥିରେ କେତୋଟି ଇଲେକ୍ଟ୍ରନ ଅଛି ?
ଉ : ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍ରେ ଥିବା ପ୍ରୋଟନସଂଖ୍ୟାକୁ ପରମାଣୁ କ୍ରମାଙ୍କ କୁହାଯାଏ | ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା = 8 |
10. ହାଇଡ୍ରୋଜେନ୍ର ତିନୋଟି ଆଇସୋଟୋପ୍ଲର ନାମ ଲେଖ |
ଉ : ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପର ନାମ ହେଲା :-
11. ଗୋଟିଏ ମୌଳିକର ପ୍ରତୀକ X | ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 | ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ : ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ
12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ |
ଉ : ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ |
ଉଦାହରଣ :
13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ |
ଉ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ |
ଉଦାହରଣ : ଆରଗନ୍ , ପୋଟାସିୟମ୍ ଓ କ୍ୟାଲସିୟମ୍ ର ପରମାଣୁ କ୍ରମାଙ୍କ ଯଥାକ୍ରମେ 18,19 ଇ 20 ଏବଂ ସେଗୁଡ଼ିକର ବସ୍ତୁତ୍ଵ ସଂଖ୍ୟା ଆଇସୋବାର୍ ଗୁଡିକ
14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ |
ଉ :
ଆଇସୋଟୋପ୍ | ଆଇସୋବାର୍ |
ଆଇସୋଟୋପ୍ ର ପରମାଣୁ କ୍ରମାଙ୍କ ସମାନ | ଆଇସୋବାର୍ ର ବସ୍ତୁତ୍ଵ ସଂଖ୍ୟା ସମାନ |
ଏ ଗୁଡିକର ଇଲେକ୍ଟ୍ରନ୍ ସଂଖ୍ୟା ସମାନ | ଏ ଗୁଡିକର ଇଲେକ୍ଟ୍ରନ୍ ସଂଖ୍ୟା ଭିନ୍ନ |
ଏ ଗୁଡ଼ିକର ଭୌତିକ ଧର୍ମ ଭିନ୍ନ କିନ୍ତୁ ରାସାୟନିକ ଧର୍ମ ସମାନ | ଏ ଗୁଡ଼ିକର ଉଭୟ ଭୌତିକ ଓ ରାସାୟନିକ ଭିନ୍ନ ଅଟେ | |
ଆଇସୋଟୋପ୍
ଆଇସୋବାର୍
15. ଟମସନ୍ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର |
ଉ : ଟମସନ୍ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ ଏବଂ ଇଲେକ୍ଟ୍ରନ୍ ଗୁଡ଼ିକ ବାଣ୍ଟିହୋଇ ରହିଥା’ନ୍ତି |
ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍ଟ୍ରନ ଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି |
ଟମ୍ସନ୍ଙ୍କ ପ୍ରସ୍ତାବ ଅନୁସାରେ :
ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂଏଥିରେ ଇଲେକ୍ଟ୍ରନ୍ ଗୁଡ଼ିକ ସବୁଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି |
ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ | ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ |
16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ: ପରୀକ୍ଷା : ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍ଫା (α) କଣିକାକୁ ନିକ୍ଷେପ କରାଗଲା |
ଆଲ୍ଫା କଣିକା (α) ହେଉଛି ଦ୍ଵିଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହିଲିୟମ୍ ଆୟନ (He++) ଏବଂ ଏହାର ବସ୍ତୁତ୍ଵ 4u ହୋଇଥିବାରୁ ଏଥିରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ |
ପର୍ଯ୍ୟବେକ୍ଷଣ :
ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା |
କିଛି α-କଣିକାର ଗତିପଥ ବଙ୍କେଇ ଗଲା |
ଅଳ୍ପ କିଛି-କଣିକା ସୁନାପାତିଆକୁ ଭେଦ ନ କରି ପଛକୁ ଫେରିଆସିଲା |
ସିଦ୍ଧାନ୍ତ :
ଅଧିକାଂଶ α-କଣିକା ଭେଦ କରିଯାଉଥିବାରୁ ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫାଙ୍କା ବୋଲି ଜଣାପଡ଼ିଲା |
କିଛି α-କଣିକା ଗତିପଥ ବଙ୍କେଇଯିବାରୁ ସୂଚନା ମିଳିଲା ଯେ ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି |
ଅଳ୍ପ କିଛି α-କଣିକା ପଛକୁ ଫେରି ଆସିଥିବାରୁ ସୂଚନା ମିଳିଲା ଯେ ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ଵ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍ କମ୍ ସ୍ଥାନ ଦାଖଲ କରିଛି |
17. ରଦର ଫୋର୍ଡଙ୍କ ପରମାଣୁ ମଡ଼େଲ୍ ବିଷୟରେ ବୁଝାଅ |
ଉ : ପରମାଣୁରେ ରହିଥିବା ଯୁକ୍ତଚାର୍ଜିତ କେନ୍ଦ୍ରକୁ ନ୍ୟୁକ୍ଲିୟସ୍ କୁହାଯାଏ | ପରମାଣୁର ପ୍ରାୟ ସମସ୍ତ ବସ୍ତୁତ୍ଵ ଏହି ନ୍ୟୁକ୍ଲିୟସ୍ ରେ କେନ୍ଦ୍ରୀଭୂତ ହୋଇ ରହିଥାଏ | ନ୍ୟୁକ୍ଲିୟସ୍ ଚାରିପଟେ ବହୁତ ଫାଙ୍କା ସ୍ଥାନ ରହିଥାଏ |
ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ଇଲେକ୍ଟ୍ରନ୍ ଗୁଡିକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରନ୍ତି |
ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍ ର ଆକାର ଖୁବ୍ ଛୋଟ |
18. ବୋରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ |
ଉ :
ବୋରଙ୍କ ମଡ଼େଲ୍ | ରଦରଫୋର୍ଡ଼ ମଡ଼େଲ୍ |
ବୋରଙ୍କ ପ୍ରସ୍ତାବିତ ମଡ଼େଲ୍ ରେ ଇଲେକ୍ଟ୍ରନ୍ ଗୁଡିକ ନ୍ୟୁକିଳୟସ୍ ଚାରିପଟେ ବିଭିନ୍ନ ଶକ୍ତି ସ୍ତରରେ ବାଣ୍ଟି ହୋଇ ରହିଥାନ୍ତି | | ରଦରଫୋର୍ଡ଼ଙ୍କ ପ୍ରସ୍ତାବିତ ମଡ଼େଲ୍ ରେ ପରମାଣୁ ମଧ୍ୟରେ ଅତି କ୍ଷୁଦ୍ର ନ୍ୟୁକ୍ଲିୟସ୍ ଅବସ୍ଥିତି ଓ ଇଲେକ୍ଟ୍ରନ୍ ଗୁଡିକ ଏହା ଚାରିପଟେ ଘୂର୍ଣ୍ଣନ କରନ୍ତି | |
ଏହି ମଡ଼େଲ୍ ପରମାଣୁର ସ୍ଥାୟିତ୍ଵ ବୁଝାଇ ପାରିଲା | | ଏହି ମଡ଼େଲ୍ ଅସ୍ଥାୟୀ ଥିଲା | |
ପରମାଣୁର ବସ୍ତୁତ୍ଵ ପରମାଣୁର ନ୍ୟୁକ୍ଲିୟସ୍ ହେତୁ ଥିଲା | | ପରମାଣୁର ବସ୍ତୁତ୍ଵ ପରମାଣୁର ନ୍ୟୁକ୍ଲିୟସ୍ ରେ କେନ୍ଦ୍ରୀଭୂତ ଥିଲା | |
19. ଆଇସୋଟୋପ୍ର ଚାରୋଟି ବ୍ୟବହାର ଲେଖ |
20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍ଟ୍ରନ୍ ସଜ୍ଜା ଲେଖ |
ଉ : ଆରଗନ୍ ର ପ୍ରତୀକ = Ar
ପରମାଣୁ କ୍ରମାଙ୍କ = Z = 18
ଇଲେକ୍ଟ୍ରନ୍ ସଜ୍ଜା : K(2), L(8), M(8)